ଓଡ଼ିଶାର ୫ଟି ଜିଲ୍ଲାରେ ମେଡିକାଲ୍‌ କଲେଜ୍‌ ପ୍ରତିଷ୍ଠା କରିବେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହ ସଂଯୁକ୍ତ ଭାବେ ଦେଶରେ ୮୨ଟି ନୂଆ ମେଡିକାଲ୍ କଲେଜ ପ୍ରତିଷ୍ଠା କରୁଛନ୍ତି କେନ୍ଦ୍ର ସରକାର। ୨ଟି ପର୍ଯ୍ୟାୟରେ ଏହି ଯୋଜନା କାର୍ଯ୍ୟକାରୀ ହେଉଥିବା ବେଳେ ଏଥିପାଇଁ ୭ ହଜାର ୫୦୭ କୋଟି ୭୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷ ବର୍ଦ୍ଧନ ସୂଚନା ଦେଇଛନ୍ତି।

ଲୋକସଭାରେ ସାଂସଦ ପିନାକୀ ମିଶ୍ରଙ୍କ ପ୍ରଶ୍ନର ଉତ୍ତର ଦେଇ ସେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ପ୍ରଥମ ପର୍ଯ୍ୟାୟରେ ପ୍ରତିଷ୍ଠା ହେବାକୁ ଥିବା ୫୮ଟି ମେଡିକାଲ୍ କଲେଜ୍ ମଧ୍ୟରେ ଓଡ଼ିଶାର ୫ଟି ଜିଲ୍ଲା ରହିଛି। ସେଗୁଡ଼ିକ ହେଲା ବାଲେଶ୍ୱର, ବାରିପଦା, ବଲାଙ୍ଗିର, କୋରାପୁଟ ଓ ପୁରୀ।

ଏଥିପାଇଁ ୧୮୯ କୋଟି ଟଙ୍କା ଲେଖାଏ ଖର୍ଚ୍ଚ ହୋଇଥିବା ବେଳେ କେନ୍ଦ୍ର ନିଜ ଅଂଶ ୧୧୩ କୋଟି ୪୦ ଲକ୍ଷ ଟଙ୍କା ମଞ୍ଜୁର କରି ସାରିଛି। ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ଯାଜପୁର ସମେତ ଦେଶର ୨୪ଟି ଜିଲ୍ଲାରେ ମେଡିକାଲ୍ କଲେଜ ପ୍ରତିଷ୍ଠା ହେବ। ଏଥିପାଇଁ ଖର୍ଚ୍ଚ ହେବାକୁ ଥିବା ୨୫୦ କୋଟି ଟଙ୍କା ଖର୍ଚ୍ଚ ହେବାକୁ ଥିବା ବେଳେ ସେଥିରୁ କେନ୍ଦ୍ର ୧୫୦ କୋଟି ଟଙ୍କା ଦେବ।

 

You might also like