ଚାଷୀଙ୍କ ଫାଇଦା ପାଇଁ କେନ୍ଦ୍ର କରିଛି ଆଇନ

ନୂଆଦିଲ୍ଲୀ : କେନ୍ଦ୍ର କୃଷି ଆଇନକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି କରୁଛନ୍ତି ବିରୋଧୀ । ଭ୍ରମ ସୃଷ୍ଟି କରି ନିଜ ଫାଇଦା ହାସଲ କରିବାକୁ ଚେଷ୍ଟା କରାଯାଉଛି । ଚାଷୀ ଆନ୍ଦୋଳନ ପ୍ରସଙ୍ଗକୁ ନେଇ ଆଜି ଏପରି ଢଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଚାଷୀଙ୍କ ଜମି ଆଦୌ ଯିବ ନାହିଁ, ଶିଳ୍ପ ଭଳି କଣ୍ଟ୍ରା ଫାର୍ମି ଦ୍ୱାରା ଲାଭବାନ ହେବେ । କୋରାପୁଟର ଚାଷୀ ମୁମ୍ବାଇରେ ଫସଲ ବିକ୍ରି କରିପାରିବ ।

ତିନିଟି ଯାକ ଆଇନ ଚାଷୀର ଫାଇଦା ପାଇଁ । କେବଳ ରାଜନୈତକ ସ୍ୱାର୍ଥ ରଖି ବିରୋଧୀ ଏହାକୁ ବିରୋଧ କରୁଛନ୍ତି । ଚାଷୀଙ୍କ ଆନ୍ଦୋଳନ ଭିନ୍ନ ଦିଗକୁ ଯାଇଛି । କିଛି ନ୍ୟସ୍ତ ସ୍ୱାର୍ଥ ଗୋଷ୍ଠୀ ଓ ବାମ ଚିନ୍ତା ଧାରା ସଂଗଠନ ଆନ୍ଦୋଳନକୁ କେନ୍ଦ୍ର ସରକାରଙ୍କ ବିରୋଧରେ ପ୍ରୟୋଗ କରିଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ସେହିପରି ରାଜ୍ୟରେ ଏମ୍ଏସପି ସଙ୍କଳ୍ପକୁ ନେଇ ଆଶଙ୍କା ପ୍ରକାଶ କରିବା ସହ ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ।

You might also like