ତ୍ୱରିତ ଏଲ୍‌ପିଜି ଗ୍ୟାସ୍‌ ଯୋଗାଣ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଆହ୍ୱାନ୍‌

ଗରିବଙ୍କ ଘରେ ଏଲ୍‌ପିଜି ଗ୍ୟାସ୍‌ ଯୋଗାଣକୁ ନେଇ ସାଲିସ୍ କରାଯିବନି: ଧର୍ମେନ୍ଦ୍ର

ନୂଆଦିଲ୍ଲୀ: ଏଲ୍‌ପିଜି ଯୋଗାଣକୁ ସଠିକ କାର୍ଯ୍ୟକାରୀ କରିବା ଓ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ହିତାଧିକାରୀଙ୍କୁ ମାଗଣାରେ ଗ୍ୟାସ୍‌ ଯୋଗାଣ କାମକୁ ତ୍ୱରାନ୍ୱିତ କରିବା ପାଇଁ ଦେଶର ତୈଳ ବିପଣନ କମ୍ପାନୀ ଓ ଜିଲ୍ଲୀ ନୋଡାଲ୍‌ ଅଫିସର୍‌ମାନଙ୍କୁ ଆହ୍ୱାନ୍‌ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଧ୍ର ପ୍ରଧାନ।

ଏନେଇ ଧର୍ମେନ୍ଦ୍ର କହିଛନ୍ତି ଯେ କରୋନା ମହାମାରୀ ତଥା କରୋନା ଲକ୍‌ଡାଉନ୍‌ ପାଇଁ କେନ୍ଦ୍ର ସରକାର ଗରିବ ଲୋକ ପରିବାରକୁ ସାହାଯ୍ୟ କରିବାକୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଘୋଷଣା କରିଛନ୍ତି। ଏହି ଯୋଜନାରେ  ୮ କୋଟିରୁ ଉର୍ଦ୍ଧ୍ୱ ଉଜ୍ଜ୍ୱଳା ଲାଭାର୍ଥୀଙ୍କୁ ଆଗାମୀ ୩ ମାସ ପାଇଁ ମାଗଣା ତିନୋଟି ଏଲ୍‌ପିଜି ସିଲିଣ୍ଡର୍‌ ଯୋଗାଇ ଦିଆଯିବ।

ପଦକ୍ଷେପସ୍ୱରୂପ ଏପ୍ରିଲ୍ ମାସର ପ୍ରଥମ ତିନି ସପ୍ତାହରେ ୪୦ ପ୍ରତିଶତ ହିତାଧୀକାରୀ ସିଲିଣ୍ଡର ପାଇଁ ବୁକ୍ କରିଛନ୍ତି। ଏହି ପରିପ୍ରେକ୍ଷୀରେ  ଏକ ବିଶେଷ ଯୋଜନା ଅନୁସାରେ, ଅଧିକରୁ ଅଧିକ ଉଜ୍ଜ୍ୱଳା ରିଫିଲ୍‌ ଉପରେ ଗୁରୁତ୍ୱ ଦେବାକୁ ଶ୍ରୀ ପ୍ରଧାନ ଜିଲ୍ଲା ନୋଡାଲ୍‌ ଅଫିସର୍‌ଙ୍କୁ ଆହ୍ୱାନ୍‌ କରିଛନ୍ତି। ଏଥିସହିତ ଗରିବଙ୍କ ଘରେ ଗ୍ୟାସ୍‌ ଯୋଗାଣ ନେଇ କୌଣସି ସାଲିସ୍‌ କରାଯିବ ନାହିଁ ବୋଲି କହିଛନ୍ତି ଧର୍ମେନ୍ଦ୍ର।

ଏହି ଅବସରରେ କୋରନା ପ୍ରତିଷେଧମୂଳକ ବ୍ୟବସ୍ଥା ଗ୍ରହଣ କରିବାକୁ ନୋଡାଲ୍‌ ଅଫିସର୍‌କୁ ପରାମର୍ଶ ଦେଇଥିଲେ। ଏଥିସହିତ ଏଲ୍‌ପିଡି ସିଲିଣ୍ଡର୍‌ ଯୋଗାଣ ସମୟରେ ସ୍ୱଚ୍ଛତା ଓ ଉପଭୋକ୍ତାଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ଫେସ୍‌ ମାସ୍କର ବ୍ୟବାହର କରିବାକୁ ନୋଡାଲ୍ ଅଫିସର୍‌ଙ୍କୁ ପରାମର୍ଶ ଦେଇଥିଲେ।

ଆହୁରି ପଢ଼ନ୍ତୁ

ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ କରୋନାରେ ଆକ୍ରାନ୍ତ

ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଏମିତି ରିପୋର୍ଟ ଦେଲା ଦିଲ୍ଲୀ ଏମ୍ସର ଡାକ୍ତରୀ ଟିମ୍

ସୁଶାନ୍ତଙ୍କ ମୃତ୍ୟୁ ସହିତ ଡ୍ରଗ୍ସ କାରବାର ତଦନ୍ତର କୌଣସି ସମ୍ପର୍କ ନାହିଁ; NCB

ଆଉ ଜଣେ ଅଭିନେତାଙ୍କ ଆତ୍ମହତ୍ୟା !

କରୋନାରୁ ସୁସ୍ଥ ହେଲେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ

୫୪ ସିଟ୍ ପାଇଁ ଉପନିର୍ବାଚନ ତାରିଖ ଘୋଷଣା କଲେ ଇସି

୩୦ ବର୍ଷ ସେବା ଯୋଗାଇବା ପରେ ସତ୍ତା ହରାଇବ INS Viraat

ଗଣଦୁଷ୍କର୍ମ ପରେ ଜିଭ କାଟି ଦେଇଥିଲେ, ଡାକ୍ତରଖାନାରେ ଆଖି ବୁଜିଲେ ପୀଡିତା

କୃଷି ବିଲ୍‌ ବିରୋଧକୁ ନେଇ ପ୍ରଧାନମନ୍ତ୍ରୀଙ୍କ ପ୍ରତିକ୍ରିୟା, କହିଲେ ‘ଚାଷୀ ଯାହାକୁ ପୂଜା କରନ୍ତି, ସେଥିରେ ନିଆଁ ଲଗାଇଦେଲ !’

କରୋନା ପରେ ଚୀନ୍‌ରେ ବୁବୋନିକ ପ୍ଲେଗ ଆତଙ୍କ, ଜରୁରୀ ସ୍ଥିତି ଲାଗୁ କଲା ପ୍ରଶାସନ

ସୁଶାନ୍ତ ସିଂ ରାଜପୁତ୍‌ ମୃତ୍ୟୁ ମାମଲା; ଚୂଡ଼ାନ୍ତ ବ୍ୟବଚ୍ଛେଦ ଓ ଭିସେରା ରିପୋର୍ଟ ସିବିଆଇକୁ ଦେଲା ଏମ୍ସ

ଚୀନକୁ ଚେକ୍ ଦେବା ପାଇଁ LACରେ ଜଗିଛି ’ନିର୍ଭୟ’

You might also like