ଉଜ୍ଜଳା ଯୋଜନାକୁ ୪ ବର୍ଷ ପୂରିଲା: ଭିଡିଓ କନଫରେନ୍ସିଂରେ ଲାଭାର୍ଥୀଙ୍କ ସହ କଥା ହେଲେ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: କରୋନା ମହାମାରୀ ସମୟ ଦେଶର ଗରିବ ମାଆ ଭଉଣୀଙ୍କୁ ନୂଆ ଉର୍ଜା ଦେଇଛି। ଲକଡାଉନ ଭଳି ସମୟରେ ଘରେ ଗ୍ୟାସ ପହଞ୍ଚାଯାଇ ମହିଳାଙ୍କ ଦୁଃଖ ଦୂର କରାଯାଇ ପାରିଛି ବୋଲି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

ଉଜ୍ଜଳା ଯୋଜନାର ୪ ବର୍ଷ ପୂର୍ତ୍ତି ଅବସରରେ ଦେଶର ବିଭିନ୍ନ ଭାଗରୁ ହଜାରେରୁ ଅଧିକ ଲାଭାର୍ଥୀଙ୍କ ସହ ଭିଡିଓ କନଫରେନ୍ସିଂରେ ଆଲୋଚନା କରି ସେ ଏହା କହିଛନ୍ତି। ସେହିପରି ଉଜ୍ଜଳା ଯୋଜନା ସେମାନଙ୍କ ଆଖିର ଲୁହ ପୋଛିଛି ବୋଲି ଲାଭାର୍ଥୀମାନେ କହିଛନ୍ତି।

କରୋନା ସମୟରେ ମାଗଣାରେ ଗ୍ୟାସ ପହଞ୍ଚିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଗ୍ୟାସ ମନ୍ତ୍ରାଳୟର ଅଧିକାରୀ ଓ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଥିଲେ ଲାଭାର୍ଥୀ। ଓଡ଼ିଶାରୁ ଅନୁଗୁଳର ସନ୍ତୋଷୀ ମହାରଣା ଏବଂ କେନ୍ଦ୍ରାପଡ଼ାର ସୁହାନା ବିବି ଭିଡିଓ କନଫରେନ୍ସିଂରେ ସାମିଲ ହୋଇଥିଲେ।

You might also like