ସାହି ସ୍ନାନ ଅବସରରେ କୁମ୍ଭ ମେଳାରେ ବୁଡ଼ ପକାଇଲେ ଲକ୍ଷାଧିକ ଶ୍ରଦ୍ଧାଳୁ ଓ ସାଧୁସନ୍ଥ

ପ୍ରୟାଗରାଜ: ଉତ୍ତରପ୍ରଦେଶ ପ୍ରୟାଗରାଜରେ ଚାଲିଥିବା କୁମ୍ଭମେଳାରେ ଶ୍ରଦ୍ଧାଳୁ ଓ ସାଧୁସନ୍ଥଙ୍କ ଭିଡ଼ ବଢ଼ିବାରେ ଲାଗିଛି। ଆଜି ପୌଷ ପୂର୍ଣ୍ଣିମା ହୋଇଥିବାରୁ ସଙ୍ଗମ ସ୍ଥଳରେ ଶ୍ରଦ୍ଧାଳୁଙ୍କ ସଂଖ୍ୟା ଆହୁରି ବଢ଼ିଛି।

କୁମ୍ଭ ମେଳାରେ ଆଜି ଦ୍ୱିତୀୟ ଥର ପାଇଁ ସାହି ସ୍ନାନ ହୋଇଛି। ୮ଟି ସାହି ସ୍ନାନରୁ ଦ୍ୱିତୀୟ ସାହି ସ୍ନାନରେ ବିଭିନ୍ନ ମଠର ମହନ୍ତ ଓ ଆଖାଡ଼ାରୁ ସାଧୁ, ସନ୍ୟାସୀଙ୍କ ସମାଗମ ଦେଖିବାକୁ ମିଳିଛି।

ଆଜି ଭୋରରୁ ଲମ୍ବା ଧାଡ଼ିରେ ସାଧୁ ମାନେ ବୁଡ଼ ପକାଇଛନ୍ତି। ଆଜିର ଦିନର ଏହି ସ୍ନାନକୁ ଅତି ପବିତ୍ର ବୋଲି ମନେ କରାଯାଏ। ପୌଷ ପୂର୍ଣ୍ଣିମାରେ ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇଲେ ପାପ କ୍ଷୟ ସହ ମୋକ୍ଷ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି। ତେଣୁ ଆଜି ବହୁ ସଂଖ୍ୟକ ଶ୍ରଦ୍ଧାଳୁ ବୁଡ଼ ପକାଇବା ସମ୍ଭାବନା ରହିଛି।

ଅନ୍ୟପଟେ, ଦିନକୁ ଦିନ କୁମ୍ଭମେଳାରେ ଶ୍ରଦ୍ଧାଳୁ, ସାଧୁସନ୍ଥଙ୍କ ସଂଖ୍ୟା ବଢ଼ୁଥିବାରୁ ଏହାକୁ ଦୃଷ୍ଟିରେ ରଖି ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି।  ଆସନ୍ତା ୩୧ ତାରିଖରେ ପରବର୍ତ୍ତୀ ସାହି ସ୍ନାନ ହେବ।

You might also like