ଆଜି ଉଦ୍‌ଯାପିତ ହେବ ଅର୍ଦ୍ଧ କୁମ୍ଭମେଳା

ଲକ୍ଷ୍ନୌ: ଆଜି ଉଦଯାପିତ ହେବ ପ୍ରୟାଗରାଜର ପ୍ରସିଦ୍ଧ ଅର୍ଦ୍ଧ କୁମ୍ଭମେଳା। ଦୀର୍ଘ ୪୯ ଦିନ ଧରି ଧାର୍ମିକ ନଗରୀ ପ୍ରୟାଗରାଜରେ ଚାଲିଥିବା କୁମ୍ଭମେଳାରେ ଆଜି ଶେଷ ସାହି ସ୍ନାନ। ଏଥିପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି।

ମହାଶିବରାତ୍ରୀ ଅବସରରେ ଆଜି ଲକ୍ଷାଧିକ ଶ୍ରଦ୍ଧାଳୁ ପବିତ୍ର ତ୍ରିବେଣୀ ସଙ୍ଗମରେ ବୁଡ ପକାଇଛନ୍ତି। ବହୁ ବର୍ଷ ପରେ ସୋମବାରରେ ଶିବରାତ୍ରୀ ପଡୁଥିବାରୁ ପ୍ରାୟ ୫୦ରୁ ୬୦ ଲକ୍ଷ ଶ୍ରଦ୍ଧାଳୁ ଗଙ୍ଗା ଏବଂ ତ୍ରିବେଣୀ ସଙ୍ଗମ ସ୍ଥଳରେ ବୁଡ ପକାଇ ଦୈବୀକୃପା ଲାଭ କରୁଛନ୍ତି।

ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ଗତ ମକର ସଂକ୍ରାନ୍ତିରେ ପ୍ରଥମ ସାହି ସ୍ନାନ ଆୟୋଜିତ ହୋଇଥିଲା। ପୌଷ ପୂର୍ଣ୍ଣିମାରେ ଦ୍ୱିତୀୟ ସ୍ନାନ ନୀତି ସମାପନ ହୋଇଥିଲା।

ବିଶାଳ ଜନସମାଗମ ପରିଚାଳନା ଦୃଷ୍ଟିରୁ ଗିନଜ ବୁକରେ ରେକର୍ଡ ପାଇଛି ୨୦୧୯ କୁମ୍ବମେଳା।

You might also like