ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ କରୋନା

ନୂଆଦିଲ୍ଲୀ: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିହାର ନିର୍ବାଚନର ବିଜେପିର ଦାୟିତ୍ୱ ନେଇଥିବା ଦେବେନ୍ଦ୍ର ଫଡ୍‌ନାଭିସ୍ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। କରୋନା ଆକ୍ରାନ୍ତ ହେବା ପରେ ଆଇସୋଲେସନ୍‌ରେ ରହିଛନ୍ତି ଫଡ଼ନାଭିସ। ଏଥିସହିତ ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନେ ନିଜର କୋଭିଡ୍‌ ଟେଷ୍ଟ କରାଇନେବାକୁ ପରାମର୍ଶ ଦେଇଛନ୍ତି ଫଡ଼ନାଭିସ।

ଏ ନେଇ ଫଡ଼ନାଭିସ ଟ୍ୱିଟ୍ କରି ଲେଖିଛନ୍ତି “ଲକ୍‌ଡାଉନ ପରଠାରୁ ମୁଁ ପ୍ରତ୍ୟେକ ଦିନ କାର୍ଯ୍ୟ କରିଆସୁଛି। କିନ୍ତୁ ବର୍ତ୍ତମାନ ଏମିତି ଲାଗୁଛି ଯେମିତି ଭଗବାନ ମୋତେ ଟିକେ ବିଶ୍ରାମ ଦେବାକୁ ଚାହୁଁଛନ୍ତି। ମୁଁ କରୋନା ପଜିଟିଭ୍ ଚିହ୍ନଟ ହୋଇଛି। ଏବଂ ଆଇସୋଲେସନ୍‌ରେ ରହିଛି। ଡାକ୍ତରଙ୍କ ପରାମର୍ଶକ୍ରମେ ଔଷଧ ଖାଉଛି।”

ଏହା ପୂର୍ବରୁ ବିହାର ନିର୍ବାଚନ ପ୍ରଚାରରେ ଯୋଗ ଦେଇ ବିହାର ଉପ-ମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି ଏବଂ ଶାହା ନୱାଜ୍‌ ହୁସେନ କରୋନାରେ ଆକ୍ରାନ୍ତ ହୋଇସାରିଛନ୍ତି।

You might also like