ଘଣ୍ଟାକୁ ୧୨ କି.ମି. ବେଗରେ ଗତି କରୁଛି ଡିପ୍ରେସନ୍
ନୂଆଦିଲ୍ଲୀ: ଉତ୍ତର ଆଣ୍ଡାମାନ ସାଗର ଉପରେ ସୃଷ୍ଟ ହୋଇଥିବା ଡିପ୍ରେସନ୍ ଗତ ୬ ଘଣ୍ଟା ମଧ୍ୟରେ ୧୨ କି.ମି. ବେଗରେ ଉତ୍ତର ଉତ୍ତର-ପୂର୍ବ ଦିଗକୁ ଗତି କରୁଛି। ବର୍ତ୍ତମାନ ଏହା Port Blair(ଆଣ୍ଡାମାନ ଦ୍ୱୀପପୁଞ୍ଜ)ର ପୂର୍ବ ଉତ୍ତର-ପୂର୍ବ ଦିଗରୁ ୫୪୦ କି.ମି. ଦୂର ଓ Yangon (ମ୍ୟାନ୍ମାର୍)ର ଦକ୍ଷିଣ ଦକ୍ଷିଣ-ପୂର୍ବରୁ ୪୪୦ କି.ମି. ଦୂରରେ ଅବସ୍ଥାପିତ ଥିବା ଜଣାପଡ଼ିଛି।
ଆସନ୍ତା ୬ ଘଣ୍ଟା ମଧ୍ୟରେ ଏହା ୱେଲ୍ ମାର୍କଡ୍ ଲୋ ପ୍ରେସର୍ ଏରିଆରେ ପରିଣତ ହେବାସହ ଦୁର୍ବଳ ହୋଇ ମ୍ୟାନ୍ମାର୍ ଆଡ଼କୁ ଗତି କରିପାରେ। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୪୦-୫୦ କି.ମି. ରହିପାରେ। ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ଉତ୍ତର ଆଣ୍ଡାମାନ ସାଗର ଉପରେ ଦୁର୍ବଳ ହୋଇପାରେ।
ଆସନ୍ତା ୧୨ ଘଣ୍ଟା ଯାଏ ଉତ୍ତର ଆଣ୍ଡାମାନ ସାଗର ଅଶାନ୍ତ ରହିବାର ସମ୍ଭାବନା ଥିବାରୁ ମତ୍ସଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି।
Depression over north Andaman Sea located near lat 13.0°N and long 97.5°E at 0530 IST of today, about 540 km east-northeast of Port Blair (Andaman Islands) . To continue to move north northeastwards towards Myanmar coast and weaken into a Well Marked LPA in next 06 hours. pic.twitter.com/zhrgzGPp07
— India Meteorological Department (@Indiametdept) April 3, 2021
ଗତ କିଛିଦିନ ଧରି ଦେଶର ବିଭିନ୍ନ ସହରରେ ଅସହ୍ୟ ତାତି ଅନୁଭୂତ ହେଉଛି। ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଥିବା ଦେଖିବାକୁ ମିଳିଛି। ଓଡ଼ିଶାର କିଛି ସ୍ଥାନରେ ମଧ୍ୟ ତାପମାତ୍ରା ୪୦ ଡିଗ୍ରୀ ଉପରେ ରେକର୍ଡ କରାଯାଇଛି। କିଛିଦିନ ତଳେ OTVକୁ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇ କହିଥିଲେ, ଚଳିତ ବର୍ଷ ଏପ୍ରିଲ, ମେ’, ଜୁନରେ ସ୍ୱାଭାବିକ ଠାରୁ ଅଧିକ ତାତି ରହିପାରେ। ଏହାସହ ଚଳିତ ବର୍ଷ ରାଜ୍ୟରେ ଗ୍ରୀଷ୍ମ ପ୍ରବାହର ତୀବ୍ରତା ଅଧିକ ରହିପାରେ। ତେଣୁ ଗ୍ରୀଷ୍ମ ପ୍ରବାହ ପାଇଁ ଲୋକେ ସତର୍କ ରୁହନ୍ତୁ।