ଦକ୍ଷିଣପୂର୍ବ ବଙ୍ଗୋପ ସାଗରରେ ଘୂର୍ଣ୍ଣିବଳୟ ; ଆସନ୍ତାକାଲି ସାଇକ୍ଲୋନର ରୂପନେବ

ଆନ୍ଧ୍ରପ୍ରଦେଶ  : ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଅବପାତର ରୂପ ନେଇଛି। ଚେନ୍ନାଇ ଉପକୂଳ ଠାରୁ ଏହା ୧୧୪୦ କିଲୋମିଟର ଏବଂ ଶ୍ରୀଲଙ୍କାର ତ୍ରିଙ୍କୋମାଲି ଉପକୂଳରୁ ୮୨୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି।

ଏହା ଉତ୍ତରପଶ୍ଚିମ ଦିଗରେ ଗତି କରି ଘଣ୍ଟାପ୍ରତି ୭ କିଲୋମିଟର ବେଗରେ ଅତିକ୍ରମ କରୁଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ସାଇକ୍ଲୋନିକ୍ ଷ୍ଟର୍ମର ରୂପନେବ। ଶନିବାର ଦିନ ଏହା ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ଏହାର ପ୍ରଭାବରେ ଆସନ୍ତା ୧୫ରୁ ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡୁ ଉପକୂଳର କିଛି ସ୍ଥାନରେ ବର୍ଷା ସାଙ୍ଗକୁ ଜୋରରେ ପବନ ବହିପାରେ। ଆସନ୍ତାକାଲି ପବନର ବେଗ ୪୫ରୁ ୬୫ କିଲୋମିଟର ଭିତରେ ରହିବ। ଶନିବାର ପବନ ଘଣ୍ଟାପ୍ରତି ୬୫ କିମିକୁ ବୃର୍ଦ୍ଧି ପାଇପାରେ। ଶ୍ରୀଲଙ୍କାର ଗାଲେରେ ପବନର ବେଗ ଘଣ୍ଟାପ୍ରତି ଶହେରୁ ୧୨୦ କିଲୋମିଟର ପର୍ଯ୍ୟନ୍ତ ରହିପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯିବା ସହ ସତର୍କ ସୂଚନା ଜାରି କରାଯାଇଛି।

You might also like