ଦେଶର ୧୭ ମିଲିୟନ ଓଧ ମାରିବ ଡେନ୍‌ମାର୍କ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ପାଇଁ ଦେଶର ୧୭ ମିଲିୟନ ଓଧ ମାରିବାକୁ ନିଷ୍ପତ୍ତି ନେଇଛି ୟୁରୋପୀୟ ଦେଶ ଡେନ୍‌ମାର୍କ। ଓଧ ଠାରୁ ମଣିଷ ଶୀରରେ କରୋନା ବ୍ୟାପିବା ଜଣା ପଡ଼ିବା ପରେ କରୋନା ଭାଇରସ ଥିବା ସମସ୍ତ ଓଧ ମାରିବାକୁ ନିଷ୍ପତ୍ତି ନେଇଛନ୍ତି ଡେନ୍‌ମାର୍କ ସରକାର। ଡେନ୍‌ମାର୍କ ପ୍ରଧାନମନ୍ତ୍ରୀ ମେଟ୍ଟି ଫ୍ରିଡେରିକ୍ସେନ୍‌ ସୂଚନା ଦେଇ କହିଛନ୍ତି ଯେ ଓଧ ଓ ମଣିଷ ଠାରେ କରୋନାର ଭିଭିନ୍ନ ଷ୍ଟେନ୍‌ ଥିବା ଜଣାପଡ଼ିଛି। ଯାହା ଆଣ୍ଟିବଡି ତିଆରି କରିବାରେ ବାଧା ସୃଷ୍ଟି କରୁଛି ବୋଲି ସେ ସୂଚନା ଦେଇଛନ୍ତି। ତେଣୁ ଦେଶର ନାଗରିକଙ୍କ ଜୀବନ ରକ୍ଷା ଆମର କର୍ତ୍ତବ୍ୟ ବୋଲି ଫ୍ରିଡେରିକ୍ସେନ୍‌ କହିଛନ୍ତି।

ସୂଚନା ଥାଉକି, ୟୋରୋପୀୟ ଦେଶଗୁଡ଼ିକ ମଧ୍ୟରୁ ଡେନ୍‌ମାର୍କ ସବୁଠାରୁ ଅଧିକ ଓଧ ଜନ୍ମାଇବା ସହିତ ଏହାର ରପ୍ତାନି ବି କରିଥାଏ।ଡେନମାର୍କ ସ୍ୱାସ୍ଥ୍ୟ ବିଭାଗ ଅନୁସାରେ, ଗୁରବାର କରୋନା ଭାଇରସର ୫ଟି ନୂଆ ଷ୍ଟ୍ରେନ୍‌ ଓଧ ଫାର୍ମରୁ ଚିହ୍ନଟି କରାଯାଇଥିବା ବେଳେ ୧୨ ଟି ମଣିଷ ଶରୀରରେ ଚିହ୍ନଟ କରାଯାଇଥିଲା। ବର୍ତ୍ତମାନେ ଦେଶରେ ୧୫ରୁ ୧୭ ମିଲିୟନ ଓଧ ରହିଛନ୍ତି। ତେଣୁ ଖୁବଶୀଘ୍ର ଓଧଗୁଡ଼ିକୁ ମାରିବା କାର୍ଯ୍ୟ ସମାପନ କରିବାକୁ ଡେନ୍‌ମାର୍କ ପୋଲିସ ଓ ସେନା ଯବାନଙ୍କୁ ମୁତୟନ କରାଯାଇଛି।

ଆହୁରି ପଢ଼ନ୍ତୁ: ଜାନୁଆରୀରେ ଇସ୍ତଫା ଦେବେ ଋଷିଆ ରାଷ୍ଟ୍ରପତି ବ୍ଲାଦିମିର୍‌ ପୁଟିନ !

ଦି ଗାର୍ଡିଆନ୍‌ ଖବର କାଗଜ ଅନୁସାରେ, ଡେନ୍‌ମାର୍କରେ ଭ୍ୟାକ୍ସିନ ବିଶେଷଜ୍ଞ ଓଧ ଠାରୁ କରୋନା ସଂକ୍ରମଣ ବ୍ୟାପିବା ନେଇ ସତର୍କ ସୂଚନା ଜାରି କରିଥିଲେ। କରୋନାର ନୂଆ ସଂକ୍ରମଣ ସ୍ରୋତ ଓଧମାନଙ୍କଠାରେ ଦେଖାଯାଉଥିବା ନୂଆ ଭାଇରସ ଠାରୁ ବ୍ୟାପିପାରେ ବୋଲି ଭ୍ୟକ୍ସିନ ବିଶେଷଜ୍ଞ କହିଥିଲେ।

ସୂଚନା ଅନୁସାରେ ପ୍ରଥମେ ମଣିଷ ଠାରୁ ଓଧକୁ କରୋନା ଭାଇରସ ସଂକ୍ରମଣ ହୋଇଥିଲା। ଏବେ ପୁଣି ଓଧ ଠାରୁ ମଣିଷ ଶରୀରରକୁ ସଂକ୍ରମଣ ହେଉଛି। ତେଣୁ ଲୋକଙ୍କ ସୁରକ୍ଷାକୁ ଆଖି ଆଗରେ ରଖି ଡେନ୍‌ମାର୍କ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି।

ମାନବ ଜାତୀର ସୁରକ୍ଷା ପାଇଁ ପଶୁପକ୍ଷୀ ମାରିବା ଘଟଣା କୌଣସି ଦେଶ ପାଇଁ ନୂଆ ନୁହେଁ। ନିଜକୁ ରକ୍ଷା କରିବା ଏମିତି ଅନେକ ଥର ପ୍ରକୃତିର ସଂହାର କରିଛି ମଣିଷ। ପାଣି ପିଇବା ପାଇଁ ଓଟ ମାରଣ ହେଉ କିମ୍ବା ଫସଲ ଉଜାଡ଼ିବା ପାଇଁ ନୀଳ ଗାଈ ହତ୍ୟା ଭଳି ଘଟଣା ଦେଖିବାକୁ ମିଳିଛି। ଦେଶ ବିଦେଶରେ ବାର୍ଡ ଫ୍ଲୁ ପାଇଁ ବି ଅନେକ କୁକୁଡ଼ା ମରାଯାଉଛି। ଆମ ଭାରତରେ ମଧ୍ୟ ୨୦୧୫ ଡିସେମ୍ବର ମାସରେ କେନ୍ଦ୍ର ସରକାର ନୀଳ ଗାଈ ଓ ବଣୁଆ ଭାଲୁଙ୍କୁ ବିହାରରେ ହତ୍ୟା କରିବାର ଅନୁମତି ଦେଇଥିଲେ। ସେହିପରି ହିମାଚଳ ପ୍ରଦେଶରେ ମଧ୍ୟ ପାତି ମାଙ୍କଡ଼ଙ୍କୁ ହତ୍ୟା କରିବାର ଅନୁମତି ମିଳିଥିଲା। ଏମାନେ ଫସଲ ଓ ମଣିଷଙ୍କୁ କ୍ଷତି ପହଞ୍ଚାଉଥିବାରୁ ଏମାନଙ୍କୁ କେନ୍ଦ୍ର ସରକାର ଭେରମିନ ଦର୍ଶାଇ ହତ୍ୟା କରିବାକୁ ଅନୁମତି ଦେଇଥିଲେ।

ଆହୁରି ପଢ଼ନ୍ତୁ-

ପାଣି ପିଇ ଦେଉଛନ୍ତି ବୋଲି ୧୦ ହଜାର ଓଟ ମାରିବ ଅଷ୍ଟ୍ରେଲିଆ

ଆହୁରି ପଢ଼ନ୍ତୁ

କେବିସିର ୩ କୋଟିପତି ମହିଳା, ଜାଣନ୍ତୁ ଏମାନଙ୍କ ସଂଘର୍ଷମୟ ଜୀବନର କାହାଣୀ

ୱାନ୍ ନେସନ୍‌ ୱାନ୍‌ ଇଲେକ୍ସନ୍‌ ଦେଶ ପାଇଁ ଆବଶ୍ୟକ; ପ୍ରଧାନମନ୍ତ୍ରୀ

ମରୁଭୂମିରୁ ମିଳିଲା ରହସ୍ୟମୟ ଜିନିଷ; ଲୋକେ କହିଲେ ଅଶୁଭ ସଙ୍କେତ

ଚାଷୀଙ୍କ ପାଇଁ ଦିଲ୍ଲୀ ସୀମା ସିଲ୍‌ ହେଲା; ତଥାପି ଗର୍ଜିଲେ

ଡିସେମ୍ବର ୩୧ ଯାଏ ବିଦେଶକୁ ଉଡ଼ି ପାରିବ ନାହିଁ ବିମାନ

ମନେ ପଡିଲା ୨୬/୧୧ର ସେଇ ଭୟଙ୍କର ସ୍ମୃତି

ଗ୍ରାହକଙ୍କୁ ଆଶ୍ୱସ୍ତି; ଡିବିଏସ୍‌ ଇଣ୍ଡିଆ ସହିତ ମିଶିବ ଲକ୍ଷ୍ମୀ ବିଳାସ ବ୍ୟାଙ୍କ

ଅଫିସରୁ ବିଳମ୍ବରେ ଫେରୁଥିଲେ ସ୍ୱାମୀ; ଅତିଷ୍ଠ ହୋଇ FIR ଦାଏର କଲେ ମହିଳା

ଗୋଲ୍ଡ‌ ମର୍ସିଡିଜ୍‌ କାର୍‌ ଧରି ବୁଲିଲେ ଚାଷୀ

ବିଳମ୍ବିତ ରାତିରେ ଲ୍ୟାଣ୍ଡଫଲ୍ କଲା ବାତ୍ୟା ‘ନିଭାର’, ପ୍ରବଳ ବର୍ଷା

ଆଜି ଭାରତ ବନ୍ଦ: ସକାଳୁ ସକାଳୁ ପିକେଟିଂ, ରାସ୍ତାରୋକ

ଆର୍‌ଜେଡି ନେତା ଲାଲୁ ପ୍ରସାଦ ଯାଦବଙ୍କ ନାଁରେ ସାଂଘାତିକ ଅଭିଯୋଗ

You might also like