• translate
Prangyan Parimita

ନୂଆଦିଲ୍ଲୀ : କରୋନା ଭାଇରସ୍ ଲଗାତାର ରୂପ ପରିବର୍ତ୍ତନ କରୁଛି । ଏବେ କରୋନାର ନୂଆ ଭାରିଏଣ୍ଟ୍ ଚିହ୍ନଟ ହୋଇଛି, ଯାହାକୁ ଡେଲଟା ପ୍ଲସ୍ ବା  AY 1 କୁହାଯାଉଛି । କରୋନାର ‘ଡେଲଟା’ ଭାରିଏଣ୍ଟର ରୂପାନ୍ତରିତ ରୂପ ଡେଲଟା ପ୍ଲସ୍‌, ଯଦ୍ୱାରା ଦେଶରେ ହୁ ହୁ ହୋଇ ବଢ଼ିଥିଲା ସଂକ୍ରମଣ । ତେବେ କରୋନାର ସ୍ଥିତିରେ ସାମାନ୍ୟ ସୁଧାର ଆସିଥିବା ବେଳେ ଏବେ ପ୍ରଶ୍ନ ଉଠୁଛି, ଏହି ନୂଆ ଭାରିଏଣ୍ଟ ପୁଣି କ’ଣ ଆତଙ୍କ ରଚିବ ?

ତେବେ ବୈଜ୍ଞାନିକ ଏହି ଭାରିଏଣ୍ଟକୁ ନେଇ ବିଶେଷ ଚିନ୍ତିତ ନଥିବା ଜଣାପଡ଼ିଛି । ଭାରତରେ ଏବେ ଡେଲଟା ପ୍ଲସ୍ ପାଇଁ କୌଣସି ଚିନ୍ତାର କାରଣ ନାହିଁ ବୋଲି କହିଛନ୍ତି ବୈଜ୍ଞାନିକ । ଦୁଇ ଡୋଜ୍ ଟିକା ନେଇଥିବା ଲୋକଙ୍କୁ ରକ୍ତ ପ୍ଲାଜମାରୁ ଭାଇରସର ଏହି ପ୍ରକାର ପରୀକ୍ଷଣ କରିବାକୁ ହେବ, ଯଦ୍ୱାର ରୋଗପ୍ରତିଷେଧକ ଶକ୍ତି ସମ୍ପର୍କରେ ଜଣାପଡ଼ିବ । ଦିଲ୍ଲୀ ସ୍ଥିତ ସିଏସଆଇଆର-ଜିନୋମିକା ଓ ଜୀବ ବିଜ୍ଞାନ ସଂସ୍ଥାନେ ବୈଜ୍ଞାନିକ ବିନୋଦ ସ୍କାରିଆର ଟ୍ୱିଟ କରି କହିଛନ୍ତି  B1.617.2  ରୁ K417N ମ୍ୟୁଟେସନ୍ ହୋଇଛି । ଏହି ଭାରିଏଣ୍ଟ୍ ମୁଖ୍ୟତ ୟୁରୋପ, ଏସିଆ ଏବଂ ଆମେରିକାରୁ ଆସିଛି ବୋଲି ଜଣାପଡ଼ିଛି ।

ଏହି ପରିବର୍ତ୍ତନ ସାର୍ସ ସିଓବି-ରେ ସ୍ପାଇକ୍ ପ୍ରୋଟିନରେ ହୋଇଥିଲା, ଯାହା ଭାଇରସକୁ ମଣିଷ କୋଷ ଭିତରକୁ ଯାଇ ସଂକ୍ରମିତ କରିଥାଏ । ଭାରତରେ K417N ମ୍ୟୁଟେସନ୍ ଏବେ ଅଧିକ ଚିହ୍ନଟ ହୋଇନାହାନ୍ତି । ପ୍ରତିରକ୍ଷା ବିଶେଷଜ୍ଞ ବିନୀତା ବଲ କହିଛନ୍ତି, ନୂତନ ପ୍ରକାରର ଭାରିଏଣ୍ଟ୍ ଯୋଗୁଁ ‘ଆଣ୍ଟିବଡି କକଟେଲ’ ପ୍ରୟୋଗକୁ ଝଟକା ଲାଗିଛି । ତେବେ ଏହାର ଅର୍ଥ ନୁହେଁ ନୂଆ ଭାରିଏଣ୍ଟ୍ ଅଧିକ ସଂକ୍ରାମକ କିମ୍ବା ଅଧିକ ମାରାତ୍ମକ । ଡେଲଟା ପ୍ଲସ୍ ଭାରିଏଣ୍ଟ କରୋନା ଭାଇରସରା ଡେଲଟା କିମ୍ବା ପ୍ରକାର ରୂପାନ୍ତରଣରୁ ସୃଷ୍ଟି ହୋଇଛି । ଭାରତରେ ପ୍ରଥମ ଥର ପାଇଁ ଡେଲଟା ଭାରିଏଣ୍ଟ୍ ହୋଇଥିଲା ।

ତୁଳନାତ୍ମକ ଭାବେ ଡେଲଟାର ସଂକ୍ରମଣ କ୍ଷମତା ଖୁବ ଅଧିକ ।  National Centre for Disease Controlର ସୂଚନା ଅନୁସାରେ ଡେଲଟା ଭାରିଏଣ୍ଟ ଆଲଫା ଭାରିଏଣ୍ଟ (B.1.117) ତୁଳନାରେ ୪୦ରୁ ୫୦ ପ୍ରତିଶତ ଅଧିକ ବେଗରେ ଲୋକଙ୍କୁ ସଂକ୍ରମିତ କରୁଛି ।  କରୋନାର ଦ୍ୱିତୀୟ ଲହରୀରେ ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ୁଥିବାର କାରଣ ଡେଲଟା ଭାରିଏଣ୍ଟ୍ । ଆଉ ଏଥିପାଇଁ ୧୦ ଦିନରେ ପଜିଟିଭ୍ ହାର ୧୦ ପ୍ରତିଶତରୁ ବୃଦ୍ଧି ପାଇ ୨୦ ପ୍ରତିଶତ କିମ୍ବା ତା’ ଠାରୁ ମଧ୍ୟ ଅଧିକ ରେକର୍ଡ କରାଯାଇଥିଲା । ସେହିପରି ଦ୍ୱିତୀୟ ଲହରୀରେ ମୃତକଙ୍କ ସଂଖ୍ୟା ମଧ୍ୟ ତୁଳନାତ୍ମକ ଭାବେ ଅଧିକ । କିନ୍ତୁ ମୃତକଙ୍କ ସଂଖ୍ୟା ପାଇଁ ଡେଲଟା ଭାରିଏଣ୍ଟକୁ ଦାୟୀ କରାଯାଇ ନାହିଁ । ଡେଲଟା ଭାରିଏଣ୍ଟ୍ ଦ୍ରୁତ ଗତିରେ ବ୍ୟାପିଥାଏ, ତେଣୁ ସଂକ୍ରମଣର ସଂଖ୍ୟା ଅଧିକ।

Other Stories