ବିଶ୍ୱର ସର୍ବାଧିକ ପ୍ରଦୂଷିତ ରାଜଧାନୀ ଦିଲ୍ଲୀ : ବିଷାକ୍ତ ବାୟୁ ଯୋଗୁଁ ବିକଳ ରାଜଧାନୀବାସୀ
ଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀ ବିଶ୍ୱର ସର୍ବାଧିକ ପ୍ରଦୂଷିତ ରାଜଧାନୀ। ଲଗାତାର ତୃତୀୟ ଥର ପାଇଁ ଦିଲ୍ଲୀ ସବୁଠାରୁ ଅଧିକ ପ୍ରଦୂଷିତ ସହରରେ ପରିଣତ ହୋଇଛି। ସ୍ୱିଜରଲାଣ୍ଡ ସଂସ୍ଥା IQAir ର ରେଟିଂ ଅନୁସାରେ ଦିଲ୍ଲୀ ବିଶ୍ୱର ୫୦ ରାଜଧାନୀ ମଧ୍ୟରୁ ସବୁଠାରୁ ଅଧିକ ପ୍ରଦୂଷିତ ରାଜଧାନୀରେ ପରିଣତ ହୋଇଛି। ଏଠାରେ PM ୨.୫ରେ ପହଞ୍ଚିଯାଇଛି।, ଯାହା ହୃଦଘାତ ସମ୍ବନ୍ଧୀୟ ସମସ୍ୟା ଆଦିକୁ ବଢ଼ାଇଦିଏ । IQAir ଅନୁସାରେ ଦିଲ୍ଲୀ ସରକାରଙ୍କ ଲଗାତାର ପ୍ରୟାସ ଓ ତାବଲାବନ୍ଦ ପରେ ମଧ୍ୟ ଗତ ବର୍ଷ ପ୍ରଦୂଷଣ ସ୍ତରରେ ସୁଧାର ଆସିନାହିଁ।
ଚରମ ସ୍ଥିତିରେ ଦିଲ୍ଲୀ ବାୟୁ ପ୍ରଦୂଷଣ। ବିଷାକ୍ତ ବାୟୁ ଯୋଗୁଁ ବିକଳ ରାଜଧାନୀବାସୀ । ୨୦୨୦ ୱାଲ୍ଡ଼ ଏୟାର କ୍ୱାଲିଟି ରିପୋର୍ଟ ଅନୁସାରେ ୧୦୬ ଦେଶର ପ୍ରଦୂଷର ସ୍ତରର ଡାଟା ଯାଂଚ କରାଯାଇଥିଲା । ଏଥିରେ ଦୁନିଆର ୫୦ ସବୁଠାରୁ ପ୍ରଦୂଷିତ ସହର ମଧ୍ୟରୁ ୩୫ ସହର ଭାରତରେ ଥିବା ରିପୋର୍ଟରୁ ଜଣାପଡ଼ିଛି । ଏହି ରିପୋର୍ଟରୁ ଦିଲ୍ଲୀ ସବୁଠାରୁ ପ୍ରଦୂଷିତ ସହର ଓ ବିଶ୍ୱର ସବୁଠାରୁ ଅଧିକ ପ୍ରଦୂଷିତ ରାଜଧାନୀ ବୋଲି ଜଣାପଡ଼ିଛି।
ବାୟୁ ପ୍ରଦୂଷଣ ଯୋଗୁଁ ରାଜଧାନୀ ଦିଲ୍ଲୀରେ ୨୦୨୦ରେ ପାଖାପାଖି ୫୪ ହଜାର ଲୋକ ଅସମୟରେ ପ୍ରାଣ ହରାଇଛନ୍ତି। ଭାରତରେ ଏବେ ବାୟୁ ପ୍ରଦୂଷଣ ଘାତର ସ୍ତରରେ ପହଞ୍ଚିଯାଇଛି। ତାଲବନ୍ଦ ପରେ ତଥା ଅନ୍ୟ ବର୍ଷ ତୁଳନାରେ ୨୦୨୦ରେ ଦକ୍ଷିଣ ଏସିଆର ବିଭିନ୍ନ ସହରରେ ସବୁଠାରୁ ଖରାପ ବାୟୁ ଗୁଣବତ୍ତାର ସ୍ତର ରେକର୍ଡ଼ କରାଯାଇଛି ।
ଗତ ବର୍ଷ ଦିଲ୍ଲୀରେ ୨ କୋଟି ଲୋକ ଖରା ଦିନ ସବୁଠାରୁ ସ୍ୱଚ୍ଛ ପବନ ଗ୍ରହଣ କରିବାର ସୁଯୋଗ ପାଇଥିଲେ। ତାଲାବନ୍ଦ ପାଇଁ ଯାନବାହନ ଚଳାଚଳ ବନ୍ଦ ଥିବାରୁ ଏପରି ସୁଯୋଗ ମିଳିପାରିଥିଲା, କିନ୍ତୁ ଶୀତ ସମୟରେ ଆଖପାଖ ରାଜ୍ୟରେ ନଡ଼ାକୁଟା ଜଳାଇବା ଯୋଗଁ ବାୟୁ ଆହାରି ଦୂଷିତ ହୋଇଗଲା । ପଡୋଶୀ ପଞ୍ଜାବ, ହରିୟାଣା ଏବଂ ପାକିସ୍ଥାନର କ୍ଷେତରେ ନଡ଼ା ଜଳିବା ବୃଦ୍ଧି ଦିଲ୍ଲୀ-ଏନସିଆରରେ ବାୟୁ ଗୁଣବତ୍ତା ଉପରେ ମଧ୍ୟ ପ୍ରଭାବ ପକାଇଛି ।
ଦିଲ୍ଲୀ, ଗାଜିଆବାଦ, ଫରିଦାବାଦ, ନୋଏଡା ଏବଂ ଗ୍ରେଟର ନୋଏଡାର ପଡୋଶୀ ଅଞ୍ଚଳ ମଧ୍ୟ ବାୟୁର ଗୁଣବତ୍ତା ଅତ୍ୟନ୍ତ ଖରାପ ସ୍ଥିତିରେ ପହଞ୍ଚିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ବରିଷ୍ଠ ନାଗରିକ ଓ ଶ୍ୱାସ ସମସ୍ୟା ଥିବା ବ୍ୟକ୍ତିଙ୍କୁ ମର୍ଣ୍ଣିଂ ୱାକ ନକରି ଘରେ ରହି ଯୋଗ ଓ ବ୍ୟାୟାମ କରିବାକୁ ପରାମର୍ଶ ଦିଆଯାଇଛି। ଗୋଟିଏ ପଟେ କରୋନା ମହାମାରୀ ଦିଲ୍ଲୀବାସୀଙ୍କୁ ପାଇଁ ଘାତକ ସାଜିଥିଲା, ଆଉ ଏବେ ବାୟୁ ପ୍ରଦୂଷଣ ଆହୁରି ଚିନ୍ତା ବୃଦ୍ଧି କରିଛି।
ଏପର୍ଯ୍ୟନ୍ତ ବାୟୁ ପ୍ରଦୂଷଣରେ ସୁଧାର ଆଣିବାକୁ ସରକାର ଲଗାତାର ପ୍ରୟାସ ଚଳାଇଛନ୍ତି । କିନ୍ତୁ ସେଥିରେ ବିଶେଷ କିଛି ପରିବର୍ତ୍ତନ ହୋଇନାହିଁ। ମୋଟ ଉପରେ କହିବାକୁ ଗଲେ ଆଗାମୀ ଦିନରେ ବାୟୁ ପ୍ରଦୂଷଣରେ ସୁଧାର ନଆସିଲେ ସ୍ଥିତି ଭୟଙ୍କର ହେବ, ଅକାରଣରେ ଅନେକ ଲୋକ ପ୍ରାଣ ହରାଇ ପାରନ୍ତି। କେବଳ ସଚେତନତା ସାହାଯ୍ୟରେ ବାୟୁ ପ୍ରଦୂଷଣକୁ ରୋକିବା ସମ୍ଭବ ହୋଇପାରିବ।
New Delhi was found to be the world’s most polluted capital for the third straight year in 2020. Indian cities made up 35 of the top 50 cities with the worst air quality according to a study https://t.co/dVZ0LToKr3 pic.twitter.com/cJR7cwO5k8
— Reuters (@Reuters) March 17, 2021