ଜୁଲାଇ ଶେଷ ବେଳକୁ ଦିଲ୍ଲୀରେ ୫.୫ ଲକ୍ଷ କରୋନା କେସ୍‌ ହେବନି: ଗୃହମନ୍ତ୍ରୀ ଅମିତ ଶାହ

ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ସ୍ଥିତି ନିୟନ୍ତ୍ରଣରେ ଅଛି ଏବଂ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ ବୋଲି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ।ଖବର ସରବରାହ ସଂସ୍ଥା ଏଏନ୍ଆଇକୁ ସାକ୍ଷାତକାର ଦେଇ ଏପରି କହିଚନ୍ତି ଶାହ।

ସେ କହିଛନ୍ତି,  ଜୁଲାଇ ଶେଷ ବେଳକୁ ଦିଲ୍ଲୀରେ କରୋନା ସଂଖ୍ୟା ୫ ଲକ୍ଷ ହେବନି। ଜୁଲାଇ ୩୧ ସୁଦ୍ଧା ଦିଲ୍ଲୀରେ ଆକ୍ରାନ୍ତଙ୍କ ସଂଖ୍ୟା ସାଢ଼େ ୫ ଲକ୍ଷ ହେବା ନେଇ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କ ଟିପ୍ପଣୀ କରୋନାକୁ ନେଇ ଭୟ ସୃଷ୍ଟି କରିଛି। କିନ୍ତୁ ଏବେ ଆଉ ଏଭଳି ସ୍ଥିତି ଆସିବାର ନାହିଁ ବୋଲି ଶାହ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଦିଲ୍ଲୀ ସରକାର ସହ ମିଶି ସ୍ଥିତିର ମୁକାବିଲା ପାଇଁ କେନ୍ଦ୍ର ସମସ୍ତ ପଦକ୍ଷେପ ନେଉଛି। ଆସନ୍ତା ୩୦ ତାରିଖ ସୁଦ୍ଧା ଦିଲ୍ଲୀର ଆବଦ୍ଧାଞ୍ଚଳ ଗୁଡ଼ିକରେ ଥିବା ପ୍ରତି ଘରର ସର୍ବେକ୍ଷଣ ସରିଯିବା ପରେ ରାଜଧାନୀର ସବୁ ଘରକୁ ସର୍ଭେ କରାଯିବ ବୋଲି ଶାହ ସୂଚନା ଦେଇଛନ୍ତି।

ଦିଲ୍ଲୀରେ କୋଭିଡ୍ ଟେଷ୍ଟକୁ ୪ ଗୁଣା କରାଯିବା ସହ ପ୍ରତିଦିନ ୧୬ ହଜାର ଟେଷ୍ଟ ହେଉଛି। ତେଣୁ ରାଜଧାନୀ ଦିଲ୍ଲୀକୁ ନେଇ ବ୍ୟସ୍ତ ହେବାର କୌଣସି କାରଣ ନାହିଁ ବୋଲି ଶାହ କହିଛନ୍ତି।

ଆହୁରି ପଢ଼ନ୍ତୁ

ଦିନକରେ ସୁସ୍ଥ ହେଲେ ୪୦୧୪ କରୋନା ଆକ୍ରାନ୍ତ

ଭୁବନେଶ୍ୱରରୁ ୩୪୨ କରୋନା ଆକ୍ରାନ୍ତ ଚିହ୍ନଟ

ମନ୍ଦିର ଖୋଲିବାକୁ ମଙ୍ଗିଲେନି ସରକାର

ରାଜ୍ୟର ୧୪ ଜଣ ମନ୍ତ୍ରୀ, ବିଧାୟକ କରୋନା ପଜିଟିଭ ଚିହ୍ନଟ

ଦିନକରେ ୧୬ କରୋନା ରୋଗୀଙ୍କ ମୃତ୍ୟୁ, ଓଡ଼ିଶାରେ ୮୦୦ ଟପିଲା ମୃତ୍ୟୁ ସଂଖ୍ୟା

ଦିନକରେ ଓଡ଼ିଶାରେ ୩,୨୩୫ କରୋନା ଆକ୍ରାନ୍ତ‌ ଚିହ୍ନଟ

ପ୍ରତି ୧୫ ଦିନରେ କୋଭିଡ୍ ହସ୍ପିଟାଲ୍‌ରେ ହେବ ଫାୟାର ସେଫ୍ଟି ଅଡିଟ୍

କରୋନା ନେଇଗଲା କୋଭିଡ୍ ଯୋଦ୍ଧାଙ୍କ ଜୀବନ

ବିଧାନସଭା ଅଧିବେଶନ ପୂର୍ବରୁ ଆସିଲା କରୋନା ଟେଷ୍ଟ ରିପୋର୍ଟ, ୧୩୬ ଜଣଙ୍କ ରିପୋର୍ଟ ପଜିଟିଭ୍

ଭୁବନେଶ୍ୱରରୁ ୩୧୭ ପଜିଟିଭ ଚିହ୍ନଟ, ୨୫୫ ଲୋକାଲ କେସ୍

କରୋନାର ଭୟଙ୍କର ପ୍ରଭାବ ବିଷୟରେ କ’ଣ କହିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ?

ଆଜିଠୁ ଓଡ଼ିଶାର ଏହି ସହର ୭ ଦିନ ସଟ୍‌ଡାଉନ୍‌

You might also like