ପାଣିପାଗ ବିଭାଗର ପୂର୍ବାନୁମାନ, ପୁଣି ଦିଲ୍ଲୀରେ ହୋଇପାରେ ଧୂଳିଝଡ଼ ସହ ବର୍ଷା

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ଓ NCRରେ ଆଜି ପାଗ ବଦଳି ପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଦିଲ୍ଲୀରେ ରବିବାର ଦିନବେଳା ଯେପରି ଅନ୍ଧାର  ମାଡ଼ି ଆସି ଥିଲା ଠିକ୍‌ ଆଜି ମଧ୍ୟ ସେହିଭଳି ଭାବରେ ଅନ୍ଧାର ହେବାସହ ଧୂଳିଝଡ଼ ହୋଇପାରେ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ। ଆଜି ସକାଳୁ ପାଗ ମେଘୁଆ ରହିଛି। ପବନର ଗତବିଧିକୁ ଲକ୍ଷ୍ୟ କରି ପୁଣିଥରେ ପ୍ରବଳ ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିବ ବୋଲି ଅନୁମାନ କରାଯାଉଛି । ଏନେଇ ପାଣିପାଗ ବିଭାଗ ଏକ ସତର୍କ ସୂଚନା ମଧ୍ୟ ଜାରି କରିଛି।

ପାଣିପାଗ ବିଭାଗର ବୈଜ୍ଞାନିକ ଡକ୍ଟର କୁଲଦୀପ ଶ୍ରୀବାସ୍ତବ କହିଛନ୍ତି ଯେ, ପଶ୍ଚିମ ଦିଗରୁ ବାୟୁ ପ୍ରବାହ ଯୋଗୁଁ ଏପରି ହେବ ବୋଲି ଅନୁମାନ କରାଯାଉଛି। ଏହି କାରଣରୁ ଆଜି ଘଣ୍ଟାପ୍ରତି ୬୦ରୁ ୭୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ଆଜି ମଧ୍ୟାହ୍ନ ସମୟରେ ଏହା ହୋଇପାରେ ବୋଲି ଆଶା କରାଯାଉଛି। ତା’ ସହିତ ଝିପି ଝିପି ବର୍ଷା ମଧ୍ୟ ହେବାର ସମ୍ଭାବନା ରହିଛି। ଏହାଦ୍ୱାରା ତାପମାତ୍ରା ମଧ୍ୟ ହ୍ରାସ ପାଇଛି।

ଦିଲ୍ଲୀରେ ସର୍ବାଧିକ ତାପମାତ୍ରା ୩୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା ଏବଂ ସର୍ବନିମ୍ନ ତାପମାତ୍ରା ୨୪ ଡିଗ୍ରୀ ସେଲସିୟସରେ ରେକର୍ଡ କରାଯାଇଥିଲା।  ଗତ ରବିବାର ଦିନ ଘଣ୍ଟା ପ୍ରତି ୮୦କିଲୋମିଟର ବେଗରେ ପବନ ବହିବା ଯୋଗୁଁ କେତେକ ସ୍ଥାନରେ ଗଛ ଗୁଡିକ ଉପୁଡିଯାଇଥିଲା। ଗଛଗୁଡିକ ଗାଡି ଉପରେ ପଡି କେତେକ ଗାଡି ମଧ୍ୟ ଭାଙ୍ଗି ଯାଇଥିଲା। ଆହୁରି ମଧ୍ୟ କେତେକ ସ୍ଥାନରେ ଘଣ୍ଟା ଘଣ୍ଟା ଧରି ବଜୁଳି କାଟ କରାଯାଇଥିଲା।

ଆହୁରି ପଢ଼ନ୍ତୁ

ହର୍ଡ ଇମ୍ୟୁନିଟିଠୁ ବହୁ ଦୂରରେ ଭାରତ: ହର୍ଷବର୍ଦ୍ଧନ

NCB ରାଡାର୍‌ରେ ବଲିଉଡର୍ ୨୦ରୁ ଅଧିକ ଆଗଧାଡ଼ିର କଳାକାର

ଜେପି ନଡ୍ଡାଙ୍କୁ ଭେଟିଲେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା

ପତ୍ନୀଙ୍କୁ ନିର୍ଦ୍ଦୟ ଭାବେ ପିଟିଲେ ପୋଲିସ ଡିଜି, ଭିଡିଓ ଭାଇରାଲ

EPFO Recruitment 2020: ଖାଲି ପଡ଼ିଥିବା ଏହି ପଦବୀ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ବଡ ଧରଣର ବିସ୍ଫୋରଣରୁ ଯବାନଙ୍କ ଜୀବନ ବଞ୍ଚାଇଲା ‘ସୋଫିଆ’

ଆକାଶରେ ଉଡୁଥିବାବେଳେ ହଠାତ୍‌ ବିମାନର ଇଞ୍ଜିନ୍‌ ବନ୍ଦ ହୋଇଗଲା; ରତନ ଟାଟା ବଞ୍ଚାଇଲେ ସମସ୍ତଙ୍କ ଜୀବନ

କୃଷି ବିଲକୁ ବିରୋଧ ଜାରି, ଇଣ୍ଡିଆ ଗେଟ୍ ସମ୍ମୁଖରେ ଟ୍ରାକ୍ଟର ପୋଡ଼ିଦେଲେ ଆନ୍ଦୋଳନକାରୀ

କୃଷି ବିଲ୍‌କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ରବି କିଶନଙ୍କୁ ମିଳୁଛି କି ହତ୍ୟା ଧମକ ?

ଜେଡିୟୁରେ ମିଶିଲେ ବିହାରର ପୂର୍ବତନ ଡିଜିପି

ଆଜି ଦିନକରେ ଯେତିକି ଆକ୍ରାନ୍ତ ଚିହ୍ନଟ ହେଲେ ତା’ଠୁ ଅଧିକ ସୁସ୍ଥ ହେଲେ

You might also like