ଦିଲ୍ଲୀ ହଟ୍‌ ସିଟ୍‌ରୁ ପ୍ରାର୍ଥୀ ହେବେ କି ଶୀଲା-ସୁଷମାଙ୍କ ଝିଅ !

ନୂଆଦିଲ୍ଲୀ:ଦିଲ୍ଲୀ ବିଧାନସଭା ନିର୍ବାଚନକୁ ନେଇ ଏବେ ରାଜନୀତି ସରଗରମ। ୩ ରାଜନୈତିକ ଦଳ ବିଜେପି, କଂଗ୍ରେସ ଏବଂ ଆପ୍‌ ନିର୍ବାଚନ ପାଇଁ ପାଗ ଭିଡ଼ିଲେଣି। ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆଜି ଏକ ବିଶେଷ ଦିନ। କାରଣ ଆଜି ବିଜେପି ପ୍ରାର୍ଥୀ ଚୟନ ପାଇଁ ବୈଠକ କରିବାକୁ ଯାଉଛି। କଂଗ୍ରେସ ଆଜି ତା’ର ପ୍ରଥମ ପର୍ଯ୍ୟାୟ ତାଲିକା ପ୍ରକାଶ କରିବାର ସମ୍ଭାବନା ରହିଛି। ଆଉ ଡେପୁଟି ସିଏମ ମନୀଷ ସିସୋଦିଆ ନାମାଙ୍କନ ପତ୍ର ଦାଖଲ କରିବେ। ଏହାବ୍ୟତୀତ ଦିଲ୍ଲୀ ବିଧାନସଭାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆସନ ଦିଲ୍ଲୀ ଆସନରେ ଅରବିନ୍ଦ କେଜ୍ରିୱାଲକୁ ଘେରିବା ପାଇଁ ବିଜେପି ଏବଂ କଂଗ୍ରେସ ଆଜି ସର୍ପାଇଜ୍‌ ଦେଇ ପାରନ୍ତି। କୁହାଯାଉଛି, କଂଗ୍ରେସ ଏହି ଆସନ ପାଇଁ ଦିଲ୍ଲୀର ଦିବଂଗତ ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତଙ୍କ ଝିଅଙ୍କୁ ପ୍ରାର୍ଥୀ କରିପାରେ । ଅନ୍ୟପକ୍ଷେ ବିଜେପି ଏହି ଆସନରୁ ବିଜେପିର ଦିବଗଂତ  ପୂର୍ବତନ ବିଦେଶମନ୍ତ୍ରୀ ସୁଷମା ସ୍ୱରାଜଜଙ୍କ ଝିଅକୁ ଟିକଟ ଦେଇପାରେ।

ମିଳିଥିବା ଖବର ଅନୁଯାୟୀ, କଂଗ୍ରେସ ଶୀଲା ଦୀକ୍ଷିତଙ୍କ ଝିଅ ଲତିକାଙ୍କୁ ଏହି ଆସନରୁ ପ୍ରାର୍ଥୀ କରିପାରେ। ଅବଶ୍ୟ ଏହି ଆସନ ପାଇଁ ଅନେକ ପ୍ରାର୍ଥୀଙ୍କ ନାମ ସାମ୍ନାକୁ ଆସିଛି। ଏମାନଙ୍କ ମଧ୍ୟରୁ ରାଜେଶ ଲିଲୋଠିଆ ନିଜେ ନିଜର ନାମ ସୋନିଆ ଗାନ୍ଧୀଙ୍କ ପାଖରେ ରଖିଛନ୍ତି। ଅଳକା ଲାମ୍ବାଙ୍କୁ ମଧ୍ୟ  କଂଗ୍ରେସ ପ୍ରାର୍ଥୀ କରିପାରେ ବୋଲି ଶୁଣିବାକୁ ମିଳୁଛି।

ସେହିପରି ବିଜେପି ଏହି ଆସନରୁ  କାହାକୁ ପ୍ରାର୍ଥୀ କରିବ ସେ ନେଇ ବିଚାର ବିମର୍ଷ ଚଲାଇଛି। ଏହି ଆସନରେ ଦଳ ସୁଷମା ସ୍ୱରାଜଙ୍କ ଝିଅ ବାଂସୁରୀଙ୍କୁ ପ୍ରାର୍ଥୀ କରିପାରେ। ତେବେ ଏହି ହଟ୍‌ସିଟ୍‌ ପାଇଁ ବିଜେପି ଅଲଗା ରଣନୀତି ପ୍ରସ୍ତୁତ କରୁଥିବା ଜଣାଯାଇଛି।

ସୂଚନାଥାଉ କି, ୨୦୧୩ରେ ନୂଆଦିଲ୍ଲୀ ଆସନରୁ ଶୀଲାଙ୍କୁ ହରାଇ କେଜ୍ରିୱାଲ  ତାଙ୍କର ରାଜନୈତିକ କ୍ୟାରିଆର ଆରମ୍ଭ କରିଥିଲେ। ୨୦୧୫ରେଳ କେଜ୍ରିୱାଲ୍‌ କଂଗ୍ରେସର କିରନ୍ ବାଲିଅଙ୍କୁ ବହୁତ ଭୋଟରେ ହରାଇଥିଲେ।

 

You might also like