ଦେଶରେ ଅଣାୟତ୍ତ କରୋନା, ଦିନକରେ ୯୮୮୭ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଭାରତରେ ଅଣାୟତ୍ତ ହେଉଛି କରେନା । ଇତିମଧ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୩୬ ହଜାର ୬୫୭କୁ ବୃଦ୍ଧି ପାଇଲାଣି।  ଗତକାଲି ଗୋଟିଏ ଦିନରେ ୯୮୮୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୯୪ଜଣଙ୍କ ମୃତ୍ୟୁ ଘଟିଛି।

ବିଶେଷ କରି ଦିଲ୍ଲୀରେ ପରିସ୍ଥିତି ସାଂଘାତିକ ହୋଇଛି। ଏଠାରେ ଉହାନ ପରି ସ୍ଥିତି ଦେଖାଦେଲାଣି। ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ଦୃଷ୍ଟିରୁ ଦେଖିଲେ ଦିଲ୍ଲୀ ବର୍ତ୍ତମାନ ଦେଶର ୩ ନମ୍ବରରେ ରହିଛି। ଜୁନ୍‌ ୧ରୁ ଜୁନ୍‌ ୩ ମଧ୍ୟରେ ୪୪ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି। ଏବେ ଦିଲ୍ଲୀରେ ମୃତକଙ୍କ ସଂଖ୍ୟା ୭୦୮ରେ ପହଞ୍ଚିଲାଣି। ମେ’ ୨୭ ତାରିଖରେ ଏଠାରେ ମୃତକଙ୍କ ସଂଖ୍ୟା ୩୦୩ ଥିଲାବେଳେ ମାତ୍ର ୧୦ ଦିନରେ ମୃତ୍ୟୁ ସଂଖ୍ୟା ଦୁଇଗୁଣରୁ ଅଧିକ ଅର୍ଥାତ୍‌ ୪୦୦ ବୃଦ୍ଧି ଘଟିଛି।

ଦେଶରେ ୧ ଲକ୍ଷ ୧୫ ହଜାର ୯୪୨ ଆକ୍ରାନ୍ତ ଚିକିତ୍ସିତ ହେଉଥିବା ବେଳେ ୧ ଲକ୍ଷ ୧୪ ହଜାର ୭୩ଜଣ ସୁସ୍ଥ ହୋଇଛନ୍ତି । ମହାରାଷ୍ଟ୍ରରେ ସର୍ବାଧିକ ୮୦ ହଜାର ୨୨୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨ ହଜାର ୮୪୯ଜଣଙ୍କ ମୃତ୍ୟୁ ହୋଇଛି ନୂତନ ଆକ୍ରାନ୍ତଙ୍କ ଚିହ୍ନଟ ସହ ଇଟାଲୀକୁ ପଛରେ ପକାଇ ଭାରତ କରୋନା ସଂକ୍ରମିତଙ୍କ ତାଲିକାରେ ଷଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛି।

ଆମେରିକାରେ୧୯ ଲକ୍ଷ ୬୫ ହଜାର ଆକ୍ରାନ୍ତ ଚିହ୍ନଟ ତାଲିକାର ଶୀର୍ଷରେ ରହିଛି।  ବ୍ରାଜିଲରେ ୬ ଲକ୍ଷ ୪୬ ହଜାର ଓ ଋଷିଆରେ ୪ଲକ୍ଷ ୪୯ ହଜାର ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସ୍ପେନରେ ୨ଲକ୍ଷ ୮୮ ହଜାର, ବ୍ରିଟେନରେ ୨ଲକ୍ଷ ୮୩ ହଜାର ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ବିଶ୍ୱରେ ୬୮ ଲକ୍ଷ ୫୦ ହଜାର ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩ଲକ୍ଷ ୯୮ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି ।

You might also like