ଦିଲ୍ଲୀରୁ ଲଣ୍ଡନ ଗଡ଼ିବ ବସ୍‌; ଭଡ଼ା କେତେ ଜାଣନ୍ତି ?

ନୂଆଦିଲ୍ଲୀ: ବସ୍‌ରେ ଲଣ୍ଡନ ଯିବାକୁ ଚାହୁଁଛନ୍ତି କି ? ଏଣିକି ଏପରି ସୁବିଧା ଆପଣଙ୍କୁ ମିଳି ପାରିବ।  କାରଣ ଖୁବ୍‌ଶୀଘ୍ର ଦିଲ୍ଲୀରୁ ଲଣ୍ଡନ ଗଡ଼ିବ ବସ୍‌। ଖାଲି ଲଣ୍ଡନ ନୁହେଁ,  ୧୮ଟି ଦେଶ  ଅତିକ୍ରମ କରି ଆପଣ ଲଣ୍ଡନରେ ପହଞ୍ଚବେ। ଯାତ୍ରାର ଅବଧି ୭୦ ଦିନ । ଏହି ୭୦ ଦିନ ମଧ୍ୟରେ ୨୦, ୦୦୦ କିମି ଯାତ୍ରା କରିବେ।

ଗୁରୁଗ୍ରାମର ଆଡ୍‌ଭେଞ୍ଚର ଓଭରଲାଣ୍ଡ ନାମକ ଏକ କମ୍ପାନୀ ଅଗଷ୍ଟ ୧୫ରେ ଏପରି ଏକ ଘୋଷଣା କରିଛି। କମ୍ପାନୀ ପକ୍ଷରୁ କୁହାଯାଇଛି,  ଦିଲ୍ଲୀରୁ ଲଣ୍ଡନ ବସ୍‌ ସେବା ଯୋଗାଉଥିବା ଏହି ବସ୍‌ର ନାମ ରହିଛି “Bus to London”.। ଯାତ୍ରୀମାନେ ମ୍ୟାମାର, ଥାଇଲାଣ୍ଡ, ଲାଓସ୍‌, ଚାଇନା, କିର୍ଗିଜସ୍ଥାନ, ଉଜ୍‌ବେକିସ୍ତାନ, କାଜାକ୍‌ସ୍ଥାନ, ଋଷିଆ,  ପୋଲାଣ୍ଡ, ଜର୍ମାନୀ, ନେଦରଲାଣ୍ଡ, ବେଲଜିୟମ, ଫ୍ରାନ୍ସ ଆଦି ୧୮ଟି ଦେଶ ଦେଇ ଶେଷରେ ଲଣ୍ଡନରେ ପହଞ୍ଚିବ।

ବସ୍‌ରେ ୨୦ଟି ସିଟ୍‌ ରହିଛି। ଏଥିରେ ଯାତ୍ରୀ ଶୋଇବାର ବ୍ୟବସ୍ଥା ରହିଛି। ୨୦ ଯାତ୍ରୀଙ୍କ ବ୍ୟତୀତ ଏଥିରେ ଜଣେ ଡ୍ରାଇଭର, ଜଣେ ଆସିଷ୍ଟାଣ୍ଡ ଡ୍ରାଇଭର, ଜଣେ ଗାଇଡ୍‌, ଜଣେ ହେଲପର ଯିବାର ବ୍ୟବସ୍ଥା ରହିଛି। ତେବେ ନିର୍ଦ୍ଦିଷ୍ଟ ସମୟାନ୍ତରରେ ଗାଇଡ୍‌ ବଦଳିବେ।

ଏହି ବସ୍‌ରେ ଯାତ୍ରା କରିବା ପାଇଁ ଯାତ୍ରୀଙ୍କୁ ଭିସା କରିବା ଦରକାର। ତେବେ କମ୍ପାନୀ ଯାତ୍ରୀଙ୍କ ଭିସା ବ୍ୟବସ୍ଥା କରିବ। ଗୋଟିଏ ଟ୍ରିପ୍‌କୁ ୪ଟି ଭାଗରେ ବିଭକ୍ତ କରାଯାଇଛି। ଯାତ୍ରୀ ନିଜ ପସନ୍ଦ ମୁତାବକ ଲକ୍ଷ୍ୟସ୍ଥଳ ବାଛିପାରିବେ ଏବଂ ସେହି ଅନୁସାରେ ଟଙ୍କା ଡିପୋଜିଟ୍‌ କରିବେ। ଯଦି ସେ ପୁରା ଟ୍ରିପ୍‌ ଅର୍ଥାତ୍‌ ଦିଲ୍ଲୀରୁ-ଲଣ୍ଡନ ଯିବାକୁ ଚାହିଁବେ ତେବେ ଜଣକୁ ୧୫ ଲକ୍ଷ ଟଙ୍କା ଜମା କରିବେ।

ଏପରି ଏକ ଚିନ୍ତା କମ୍ପାନୀ ମନକୁ କାହିଁକି ଆସିଲା ? ଏମତି ଏକ ପ୍ରଶ୍ନର ଉତ୍ତରରେ କମ୍ପାନୀ ପକ୍ଷରୁ କୁହାଯାଇଛି, ତୁଷାର ଅଗ୍ରୱାଲ ଏବଂ ସଂଞ୍ଚୟ ମଦନ ନାମକ ୨ ଜଣ ବ୍ୟକ୍ତି ୨୦୧୭, ୨୦୧୮ ଏବଂ ୨୦୧୯ରେ ରୋଡ ଟ୍ରିପ୍‌ରେ ଲଣ୍ଡନ ଯାଇଥିଲେ। ଆଡ୍‌ଭେଞ୍ଜର ଓଭରଲାଣ୍ଡର କୋ ଫାଉଣ୍ଡର ତୁଷାର ଅଗ୍ରୱାଲ କହିଛନ୍ତି, ବହୁତ ଲୋକ ଏହି ଟିପ୍‌ରେ ଯିବାକୁ ଚାହିଁବେ ବୋଲି ଆମେ ଆଶା କରୁଛୁ। ୨୦୨୧ ମେ’ ସୁଦ୍ଧା ପ୍ରଥମ ଟ୍ରିପ୍‌ ଦିଲ୍ଲୀରୁ ଲଣ୍ଡନ ଯିବ ବୋଲି ଆମେ ସ୍ଥିର କରିଛୁ। ତେବେ କରୋନା ଭାଇରସ ସଂକ୍ରମଣ ଯୋଗୁ ରେଜିଷ୍ଟ୍ରେସନ ଆରମ୍ଭ ହୋଇନି।

ଏହି ବସ୍‌ରେ ଯାତ୍ରୀଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା କରାଯାଇଛି। ଯାତ୍ରୀଙ୍କ ରହିବା ପାଇଁ ୪ ଷ୍ଟାର, ୫ଷ୍ଟାର ହୋଟେଲରେ ରହିବାର ବ୍ୟବସ୍ଥା କରାଯାଇଛି। ଯାତ୍ରୀଙ୍କୁ ପ୍ରତ୍ୟେକ ଦେଶରେ ଭାରତୀୟ ଖାଦ୍ୟ ଯୋଗାଇ ଦେବାର ବ୍ୟବସ୍ଥା ମଧ୍ୟ ରହିଛି।

ଆହୁରି ପଢ଼ନ୍ତୁ

ରାୟୁଡୁଙ୍କ ଧମାକା: ମୁମ୍ବାଇକୁ ଚକମା ଦେଲା ଚେନ୍ନାଇ

ଅନ୍ତିମ ଯାତ୍ରାରେ ବାହାରିଲା INS ବିରାଟ

କରୋନା ଆରୋଗ୍ୟ ହାର: ଆମେରିକାକୁ ପଛରେ ପକାଇ ଭାରତ ଆଗରେ

ଲକ୍‌‌ଡାଉନ ସମୟରେ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ୍‌‌ରେ ୯୭ ଶ୍ରମିକଙ୍କ ମୃତ୍ୟୁ ଘଟିଛି

ସାମ୍ବାଦିକଙ୍କ ସମେତ ଚୀନ ଓ ନେପାଳ ନାଗିରକ ଗିରଫ; ଚୀନ ଗୁଇନ୍ଦା ସଂସ୍ଥାକୁ ଦେଉଥିଲେ ଗୁପ୍ତ ଖବର

COVID-19କୁ ନେଇ ବଢ଼ିଲା ଚିନ୍ତା; ରୂପ ବଦଳାଇ ସୁସ୍ଥ ହୋଇଥିବା ରୋଗୀଙ୍କ ଶରୀରରେ ପୁଣି ସଂକ୍ରମିତ ହେଉଛିି

୨୪ ଘଣ୍ଟାରେ ୯୩, ୩୩୭ କରୋନା ଆକ୍ରାନ୍ତ ଚିହ୍ନଟ

ରେଡ୍‌ ବେଳେ ୯ ଆତଙ୍କବାଦୀ ଗିରଫ, ଦେଶରେ ବଡ଼ ଧରଣର ହମ୍‌ଲା ପାଇଁ କରିଥିଲେ ଯୋଜନା

କରୋନା ଭ୍ୟାକ୍‌ସିନ୍‌ ପରେ ଔଷଧ ତିଆରି କଲା ଋଷ

ପ୍ଲେ’ ଷ୍ଟୋରକୁ ପୁଣି ଫେରିଲା Paytm

ଚୀନକୁ ଆଉଏକ ଝଟ୍‌କା, ଏହି ଦେଶରେ ବି ବ୍ୟାନ୍ ହେଲା TikTok

ମୋଦିଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ବିରାଟ୍, ଜବାବରେ ପ୍ରଧାନମନ୍ତ୍ରୀ କହିଲେ…

You might also like