ଆନ୍ଦୋଳନ ବେଳେ ଚାଷୀଙ୍କ ଗଲା ଜୀବନ

ନୂଆଦିଲ୍ଲୀ : ନିଜ ଦାବୀ ପୂରଣ କରିବାକୁ ଆନ୍ଦୋଳନକୁ ଜୋରସୋରରେ ଜାରି ରଖିଛନ୍ତି ଚାଷୀ । ପ୍ରବଳ ଥଣ୍ଡାକୁ ଖାତିର ନକରି ରାସ୍ତା ଉପରେ ଭୋକ ଉପାସରେ ପଡିରହିଛନ୍ତି ଚାଷୀ । ରାଜଧାନୀ ଦିଲ୍ଲୀ ବର୍ଡରରେ ଅନେକ ଦିନ ହେବ ଧାରଣାରେ ବସିଛନ୍ତି ଚାଷୀ । ତେବେ ଏହାରି ମଧ୍ୟରେ ଜଣେ କୃଷକଙ୍କ ଚାଲିଯାଇଛି ଜୀବନ ।

ସ୍ଥାନୀୟ ପୋଲିସ ଜୀବନ ହରାଇଥିବା କୃଷକଙ୍କ ପୋଷ୍ଟମୋର୍ଟମ କରାଇବା ଲାଗି ମେଡିକାଲରେ ଶବ ପହଂଚାଇଥିବା ଜଣାପଡିଛି । ତେବେ ରାସ୍ତା ଉପରେ ପ୍ରାଣ ହରାଇଥିବା ଚାଷୀଙ୍କ ନାମ ଅଜୟ ହୋଇଥିବା ବେଳେ ତାଙ୍କର ବୟସ ୩୨ ବୋଲି ଜଣାଯାଇଛି । ପରିବାର ଲୋକ ଅଭିଯୋଗ କରିଛନ୍ତି ଯେ, ଅତ୍ୟଧିକ ଥଣ୍ଡା କାରଣରୁ ତାଙ୍କର ଜୀବନ ଯାଇଛି।

ନିଜର ବିଭିନ୍ନ ଦାବି ପୂରଣ ନେଇ ଦିଲ୍ଲୀ ସୀମାରେ ଲଗାତାର ୧୨ ଦିନ ହେବ କୃଷକ ମାନେ ଆନ୍ଦୋଳନ କରୁଛନ୍ତି ।  ହଜାର ହଜାର ସଂଖ୍ୟକ ଚାଷୀ ନିଜ ଗାଡିରେ ହିଁ ରାତି କାଟୁଥିବା ଦେଖିବାକୁ ମିଳିଛି । ଦେଶରେ ଶୀତ ଲହରୀ ଜାରି ରହିଥିବା ବେଳେ ରାସ୍ତାରେ ଖୋଲା ଆକାଶରେ ରାତି କାଟୁଛନ୍ତି କୃଷକ । ତେବେ ଏପରି ସମୟରେ ଚାଷୀଙ୍କ ଜୀବନ ଯ।ଉଥିବା ମାମଲା ସାମ୍ନାକୁ ଆସିଛି ।

You might also like