ଦିଲ୍ଲୀରେ ୫୮ ବର୍ଷର ରେକର୍ଡ ଭାଙ୍ଗିଲା ଶୀତ

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ଦୀର୍ଘ ୫୮ ବର୍ଷର ରେକର୍ଡ ଭାଙ୍ଗିଛି ଶୀତ। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ଏନେଇ ତଥ୍ୟ ଜାରି କରିଛି।

ଆଇଏମ୍‌ଡି ତଥ୍ୟ ଅନୁଯାୟୀ, ଦିଲ୍ଲୀରେ ଅକ୍ଟୋବର ମାସରେ ଏତେ ଶୀତ କେବେ ବି ହୋଇ ନ ଥିଲା।  ଦୀର୍ଘ ୫୮ ବର୍ଷ ଅର୍ଥାତ ୧୯୬୨ ମସିହା ପରଠାରୁ ଅକ୍ଟୋବର ମାସରେ  ଦିଲ୍ଲୀର ତାପମାତ୍ରା ହାରାହାରୀ ୧୭.୨ ଡିଗ୍ରୀ ସେଲ୍‌ସିୟସ୍‌ ରହୁଥିଲା । କିନ୍ତୁ ଏହି ବର୍ଷ ଦିଲ୍ଲୀରେ ଶୀତ ରେକର୍ଡ ଭାଙ୍ଗିଛି। ଚଳିତବର୍ଷ  ଅକ୍ଟୋବରରେ ହାରାହାରୀ ତାପମାତ୍ରା ୧୭.୨ ପରିବର୍ତ୍ତେ ୧୬.୯ ଡିଗ୍ରୀ ସେଲ୍‌ସିୟସ୍‌କୁ ଖସି ଆସିଥିବା ଆଇଏମ୍‌ଡି କହିଛି।

ଗତ ଗୁରୁବାର ଦିଲ୍ଲୀରେ ସର୍ବନିମ୍ନ ୧୨.୫ ଡିଗ୍ରୀ ସେଲ୍‌ସିୟସ୍‌ ତାପମାତ୍ରାର ରେକର୍ଡ କରାଯାଇଥିଲା। ଯାହାକି ଗତ ୨୬ ବର୍ଷର ରେକର୍ଡ ଭାଙ୍ଗିଥିଲା।  ତେବେ ଦିଲ୍ଲୀ ଆକାଶରେ ବାଦଲର ଆସ୍ତରଣ କମ୍‌ ଥିବା କାରଣରୁ ତାପମାତ୍ରା ସର୍ବନିମ୍ନ ସ୍ତରକୁ ଖସିଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ରର ମୁଖ୍ୟ କୁଲ୍‌ଦୀପ ଶ୍ରୀବାସ୍ତବ କହିଛନ୍ତି।

 

You might also like