ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ ନାଁରେ ମାମଲା

କେନ୍ଦ୍ର ଓ ଦିଲ୍ଲୀ ସରକାର ମୁହାଁମୁହିଁ ହେବା ସମ୍ଭାବନା

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ ନାଁରେ ମାମଲା। ଦିଲ୍ଲୀର ମୁଖ୍ୟ ଶାସନ ସଚିବ ଅଂଶୁ ପ୍ରକାଶଙ୍କୁ ଅସଦାଚରଣ ଘଟଣାରେ ପୁଲିସ୍‌ ସେମାନଙ୍କ ନାଁରେ ଅଭିଯୋଗ ଫର୍ଦ୍ଦ ଦାଖଲ କରିଛି। ଏଥିସହ ଘଟଣାଦିନ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଉପସ୍ଥିତ ଥିବା ଅନ୍ୟ ୧୧ଜଣ ମନ୍ତ୍ରୀଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ ହୋଇଛି।

ଏହାକୁ ନେଇ ପୁଣି ଥରେ କେନ୍ଦ୍ର ସରକାର ଓ ଦିଲ୍ଲୀର ଅରବିନ୍ଦ କେଜ୍ରିୱାଲ ସରକାର ମୁହାଁମୁହିଁ ହେବାର ସମ୍ଭାବନା ଦେଖାଦେଇଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଚାଲିଥିବା ଏକ ବୈଠକ ବେଳେ ମୁଖ୍ୟ ଶାସନ ସଚିବ ଅଂଶୁ ପ୍ରକାଶଙ୍କୁ ଅସଦାଚରଣ କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା। ଏହାପରେ ଦୁଇଜଣ ଅାପ୍‌ ମନ୍ତ୍ରୀଙ୍କୁ ପୁଲିସ୍‌ ଗିରଫ କରିଥିଲା।

ଏହାକୁ ନେଇ ଦିଲ୍ଲୀରେ ପ୍ରଶାସକ ଓ ମନ୍ତ୍ରୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏପରିକି ବରିଷ୍ଠ ଅଧିକାରୀମାନେ ବୈଠକରେ ଅନୁପସ୍ଥିତ ରହୁଥିବା ଦର୍ଶାଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଉପରାଜ୍ୟପାଳ ଅନୀଲ ବୈଜଲଙ୍କ ସରକାରୀ ବାସଭବନ ଅାଗରେ ଧାରଣା ଦେଇଥିଲେ।

You might also like