କୃଷକଙ୍କ ଟ୍ରାକ୍ଟର ଆନ୍ଦୋଳନ ନେଇ ନିଷ୍ପତ୍ତି ନେବ ଦିଲ୍ଲୀ ପୋଲିସ- ସୁପ୍ରିମକୋର୍ଟ

ନିଷ୍ପତ୍ତି ନେବ ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ: ଦିଲ୍ଲୀରେ କୃଷକଙ୍କ ଟ୍ରାକ୍ଟର ଆନ୍ଦୋଳନ ନେଇ ନିଷ୍ପତ୍ତି ନେବ ଦିଲ୍ଲୀ ପୋଲିସ। ଆନ୍ଦୋଳନ ଲାଗି ଦିଲ୍ଲୀରେ ଟ୍ରାକ୍ଟର ଗୁଡିକର ପ୍ରବେଶ ହେବ ନା ନାହିଁ ଏ ନେଇ ଦିଲ୍ଲୀ ପୋଲିସ ହିଁ ଚୂଡାନ୍ତ ନିଷ୍ପତ୍ତି ନେବ ସୁପ୍ରିମକୋର୍ଟ ନୁହେଁ। ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଏସ. ଏ. ବୋବଡେଙ୍କ ନେତୃତ୍ୱରେ ୩ ଜଣିଆ ଖଣ୍ଡପୀଠ ଏହା କହିଛନ୍ତି। ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ କୃଷକଙ୍କ ଟ୍ରାକ୍ଟର ଆନ୍ଦୋଳନ ରୋକିବାକୁ ନେଇ ଦିଲ୍ଲୀ ପୋଲିସ କରିଥିବା ଆବେଦନ ଉପରେ ଶୁଣାଣି କରି ଏହା କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ।

ଆସନ୍ତା ୨୦ ତାରିଖ ଦିନ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ସୂଚନା ରହିଛି। ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସରେ ଟ୍ରାକ୍ଟର ଆନ୍ଦୋଳନ କରିବାକୁ ଘୋଷଣା କରିଛନ୍ତି କୃଷକ ସଂଗଠନ। ଏ ନେଇ ଆସନ୍ତା ୧୯ ତାରିଖରେ କୃଷକମାନେ ଟ୍ରାକ୍ଟର ରାଲିର ରିହର୍ସାଲ କରିବେ। ଏଥିରେ ପ୍ରାୟ ପ୍ରାୟ ୫ଶହ ଟ୍ରାକ୍ଟର ସହ ୫ ହଜାର ଚାଷୀଙ୍କ ସମାଗମ ହେବା ଅନୁମାନ କରାଯାଉଛି।

ତେବେ ପୂର୍ବରୁ ଦିଲ୍ଲୀ ସୀମାରେ ଚାଷୀଙ୍କ ଆନ୍ଦୋଳନ ଚାଲିଥିବାବେଳେ କୃଷି ଆଇନକୁ ସ୍ଥଗିତ ରଖିବାକୁ ସୁପ୍ରିମକୋର୍ଟ  ନିର୍ଦ୍ଦେଶ ଦେଇଥିଲେ। ବର୍ତ୍ତମାନ ପାଇଁ କୃଷି ଆଇନ ସ୍ଥଗିତ ରଖି ଗୋଟିଏ ବିଶେଷଜ୍ଞ କମିଟି ଗଠନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ କୋର୍ଟ।  ଯେ ପର୍ଯ୍ୟନ୍ତ ବିଶେଷଜ୍ଞ କମିଟି ଗଠନ ନ ହୋଇଛି, ସେତେଦିନ ପର୍ଯ୍ୟନ୍ତ ଦେଶରେ କୃଷି ଆଇନ ଲାଗୁ ନ କରିବାକୁ ପ୍ରଧାନ ବିଚାରପତି ଜଷ୍ଟିସ ଏସ୍. ଏ. ବୋବଡ଼େଙ୍କୁ ନେଇ ଗଠିତ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଥିଲେ । ଏହାସହ ଏହି ଏକ୍ସପର୍ଟ କମିଟି ପାଖରେ ଅଭିଯୋଗ କରିବାକୁ ଚାଷୀଙ୍କୁ କହିଛନ୍ତି ସୁପ୍ରିମକୋର୍ଟ । ଏହି କମିଟି ରିପୋର୍ଟ ଦେବା ପରେ କୋର୍ଟ ଶୁଣାଣି କରିବେ ବୋଲି କହିଛନ୍ତି।

ସେପଟେ ଚାଷୀଙ୍କୁ ନେଇ ଥମିବାରେ ନା ନେଉ ନାହିଁ ରାଜନୀତି। ଗୋଟିଏ ପଟେ କେନ୍ଦ୍ର ନୂଆ କୃଷି ଆଇନ କୌଣସି ପରିସ୍ଥିତିରେ ବଦଳିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ଆଉ ଅନ୍ୟପଟେ, କେନ୍ଦ୍ର ଆଇନରେ ସଂଶୋଧନ ନକଲେ ଆନ୍ଦୋଳନ ସରିବ ନାହିଁ ବୋଲି ଚରମବାଣୀ ଶୁଣାଇଛନ୍ତି ଚାଷୀ। ତେବେ ଏହାରି ମଧ୍ୟରେ ବିଜେପି ସାଂସଦ ତଥା ବଲିଉଡ ଅଭିନେତ୍ରୀ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ରହିଛନ୍ତି।

ହେମା କହିଛନ୍ତି ଯେ, ହଜାର ହଜାର ସଂଖ୍ୟାରେ ଚାଷୀ କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଛନ୍ତି। କିନ୍ତୁ ଚାଷୀମାନେ ଜାଣିନାହାନ୍ତି ନୂଆ କୃଷି ଆଇନରେ ଭୁଲ୍‌ କେଉଁଠି ରହିଛି। ତେବେ ନଜାଣି ଏମିତି ଆନ୍ଦୋଳନ କଲେ କଣ ଲାଭ ମିଳିବ ବୋଲି ସେ ପ୍ରଶ୍ନ କରିଛନ୍ତି। କେବଳ ଏତିକି ନୁହେଁ, ବରଂ ଚାଷୀଙ୍କ ସମ୍ପର୍କରେ ସର୍ବୋଚ୍ଚ ନ୍ୟାୟଳୟ ଯେଉଁ ରାୟ ଦେଇଛନ୍ତି ତାହାକୁ ସେ ସ୍ୱାଗତ ବି କରିଛନ୍ତି।

You might also like