ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଗୃହବନ୍ଦୀ !
ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଗୃହବନ୍ଦୀ କରାଯାଇଥିବା ସୂଚନା ମିଳିଛି। ଏନେଇ ଆମ୍ ଆଦ୍ମୀ ପାର୍ଟି ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି। ଦିଲ୍ଲୀ ପୋଲିସ କେଜରିୱାଲଙ୍କୁ ଗୃହବନ୍ଦୀ କରିଥିବା ଆପ୍ ଟ୍ୱିଟ୍ କରି କହିଛି।
ଗତକାଲି ଦିଲ୍ଲୀ ସୀମା ସିଙ୍ଘୁରେ ଚାଷୀଙ୍କୁ ଭେଟି ଫେରିବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଗୃହବନ୍ଦୀ କରାଯାଇଛି। କାହାରିକୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନରୁ କିମ୍ବା ବାସଭବନକୁ ଛଡ଼ାଯାଉନି ବୋଲି ଦଳ ଅଭିଯୋଗ କରିଛି।
AAP MLA @akhilesht84 was not allowed to meet CM @ArvindKejriwal who’s under house arrest.
MLA Akhilesh Tripathi was manhandled by police. #BJPHouseArrestsKejriwal #आज_भारत_बंद_है
pic.twitter.com/r7IC23vo0B pic.twitter.com/RsnwXF0pga— AAP (@AamAadmiParty) December 8, 2020
ତେବେ ଗୃହବନ୍ଦୀ ନେଇ ଆମ୍ ଆଦ୍ମି ପାର୍ଟିର ଅଭିଯୋଗକୁ ଖଣ୍ଡନ କରିଛି ଦିଲ୍ଲୀ ପୋଲିସ। କେଜରିଓ୍ୱାଲଙ୍କୁ ଗୃହବନ୍ଦୀ କରାଯାଇନି ବୋଲି ଉତ୍ତର ଦିଲ୍ଲୀ ଡିସିପି କହିଛନ୍ତି। ଅପ୍ରୀତିକର ପରିସ୍ଥିତି ଆଶଙ୍କାରେ ପୋଲିସ ମୁତୟନ କରାଯାଇଥିବା ସେ ସୂଚନା ଦେଇଛନ୍ତି।
ଆପ୍ ବିଧାୟକ ସୌରଭ ଭରଦ୍ୱାଜଙ୍କ ସୂଚନା ଅନୁସାରେ, ଗତକାଲି ଦିଲ୍ଲୀର ସିଙ୍ଘୁ ବୋର୍ଡରେ କୃଷକଙ୍କୁ ଭେଟିବାକୁ ଯାଉଥିଲେ। ଆନ୍ଦୋଳନରେ କୃଷକଙ୍କୁ ସେବକ ଭଳି ସେବା କରିବା ସହିତ ସମର୍ଥନ କରିବେ ବୋଲି କେଜରିୱାଲ କହିଥିଲେ। ସେ ଦିଲ୍ଲୀ ଫେରିବା ପରେ ଗୃହମନ୍ତ୍ରାଳୟ ପକ୍ଷରୁ ଦିଲ୍ଲୀ ପୋଲିସ ତାଙ୍କ ଘର ଚାରିପାଖେ ବେରିକେଡ୍ ଲଗାଇଛି ବୋଲି ସୌରଭ ଏନ୍ଆଇକୁ କହିଛନ୍ତି। ତେବେ ଦିଲ୍ଲୀ ପୋଲିସ କିନ୍ତୁ ଅଭିଯୋଗକୁ ଖଣ୍ଡନ କରିଛି।