ମାସ୍କ ପିନ୍ଧି ନ ଥିଲେ ବୋଲି ନିଲମ୍ବିତ ହେଲେ ଏଏସ୍‌ଆଇ

ନୂଆଦିଲ୍ଲୀ:କରୋନା ମୁକାବିଲା ପାଇଁ ମାସ୍କ ପିନ୍ଧିବା କରାଯାଇଛି ବାଧ୍ୟତାମୂଳକ। ମାସ୍କ ନ ପିନ୍ଧିଲେ ଫାଇନ। ଏହି ନିୟମରୁ ବାଦ ପଡ଼ି ନାହାନ୍ତି ପୋଲିସ ଅଫିସର । ମାସ୍କ ପିନ୍ଧି ନ ଥିବାରୁ ଦିଲ୍ଲୀର ଜଣେ ଏଏସଆଇଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି ଡିସିପି। ଡିସିପିଙ୍କର ଏପରି କଡା କାର୍ଯ୍ୟାନୁଷ୍ଠାନକୁ ନେଇ ସବୁଆଡେ ଚାଲିଛି ଚର୍ଚ୍ଚା।

ଘଟଣା ହେଲା, କରୋନା ଗାଇଡଲାଇନ କିପରି ପାଳନ କରାଯାଉଛି କି ନାହିଁ, ସୋଶାଲ ଡିଷ୍ଟାନ୍ସିଂ ରହୁଛି କି ନାହିଁ ତାହା ଦେଖିବା ପାଇଁ ଦିଲ୍ଲୀର ଜଣେ ଡିସିପି ନିଜ ଅଞ୍ଚଳ ବୁଲୁଥିଲେ। ଏହି ସମୟରେ ଡିସିପି ଦେଖିଲେ ଜଣେ ଏଏସଆଇ ବିନା ମାସ୍କରେ କାମ କରୁଛନ୍ତି।  ସେହି ଦିନ ଅର୍ଥାତ ଜୁନ ୧ ତାରିଖ ହଁ ତାଙ୍କୁ ନିଲମ୍ବିନ ଆଦେଶ ଦେଇଥିଲେ।

ଏଏସ୍‌ଆଇ କହିଥିଲେ, ଅତ୍ୟଧିକ ଗରମ ଯୋଗୁ ମାସ୍କ ପିନ୍ଧିଲେ ଅଣନିଃଶ୍ୱାସୀ ଲାଗୁଥିଲା। ତେଣୁ ସେ ମାସ୍କ ପିନ୍ଧି ନଥିଲେ ବୋଲି କହିଥିଲେ। ହେଲେ ଡିସିପି ତାଙ୍କ କଥା ଶୁଣି ନ ଥିଲେ।

ହେଲେ ଏପରି କାର୍ଯ୍ୟାନୁଷ୍ଠାନକୁ ନେଇ ଚାପା ଗୁଞ୍ଜରଣ ଶୁଣିବାକୁ ମିଳୁଛି। ମାସ୍କ ନ ଲଗାଇବା ଏତେ ବଡ ଅପରାଧ ନୁହେଁ ଯେ ଜଣେ କର୍ମଚାରୀଙ୍କୁ ନିଲମ୍ବିତ କରାଯିବ ବୋଲି ଅଭିଯୋଗ ଆସୁଛି। କାରଣ ସରକାରୀ ନିୟମ ଅନୁଯାୟୀ ମାସ୍କ ନ ପିନ୍ଧିଲେ, ଦିଲ୍ଲୀରେ ୫୦୦, ଉତ୍ତରପ୍ରଦେଶରେ ୧୦୦ ଏବଂ ହରିଆଣାରେ ୨୦୦ ଜରିମାନା ରଖାଯାଇଛି।

You might also like