ଏହି ଫୋନ ନମ୍ବରରୁ SMS ଆସିଲେ ହୋଇ ଯାଆନ୍ତୁ ସାବଧାନ !

ନୂଆଦିଲ୍ଲୀ: ଦିନକୁ ଦିନ ସାଇବର କ୍ରାଇମ ଘଟଣା ଲଗାତାର ଭାବେ ବଢ଼ିବାରେ ଲାଗିଛି। ତେଣୁ ସାବଧାନ ରହିବା ଜରୁରୀ। କାରଣ ଠକମାନେ ଅତି ସହଜରେ ଲୋକମାନଙ୍କୁ ସେମାନଙ୍କ ଜାଲରେ ଫସାଇବାରେ ସଫଳ ହେଉଛନ୍ତି। କେତେବେଳେ ବିଭିନ୍ନ ପ୍ରକାରର ପ୍ରଲୋଭନ ଦେଖାଇ ତ ଆଉ କେତେବେଳେ କଥା ମାଧ୍ୟମରେ ଠକମାନେ ଲୋକଙ୍କୁ ସେମାନଙ୍କ ଜାଲରେ ଫସାଉଛନ୍ତି। ବାରମ୍ବାର ସତର୍କ ସତ୍ତ୍ୱେ ମଧ୍ୟ ଲୋକମାନେ ସେମାନଙ୍କ ଜାଲରେ ପଡ଼ି ଯାଉଛନ୍ତି ଓ ଠକାମିର ଶିକାର ହେଉଛନ୍ତି। ଏସବୁ ଭିତରେ ଦିଲ୍ଲୀ ପୋଲିସର ସାଇବର କ୍ରାଇମ ଡିଭିଜନ କିଛି ଫୋନ ନମ୍ବରକୁ ନେଇ ଲୋକଙ୍କୁ ସାବଧାନ କରାଇଛି। ଜଣାପଡିଛି ଯେ, ଏହି ନମ୍ବରରୁ ଆସୁଥିବା SMS ମାଧ୍ୟମରେ ଲୋକଙ୍କୁ ଠକାମିର ଶିକାର ହେବାକୁ ପଡିଛି।

ମିଳିଥିବା ସୂଚନା ଅନୁସାରେ, ଏହି ସବୁ ନମ୍ବରରୁ ଲୋକଙ୍କ ନିକଟକୁ ଆସୁଥିବା SMSରେ ଦାବି କରାଯାଉଛି ଯେ, KYC ରେ କିଛି ସମସ୍ୟା ଯୋଗୁ ଗ୍ରାହକଙ୍କ ସିମ ବ୍ଲକ ହୋଇଯାଇପାରେ। ଏହାକୁ ରୋକିବା ପାଇଁ ଠକମାନେ ଏକ ନମ୍ବରରେ କଲ କରିବା ପାଇଁ କହୁଥିବା ଘଟଣା ସାମ୍ନାକୁ ଆସିଛି। ଏହାପରେ ଲୋକମାନେ ସେମାନଙ୍କ ଜାଲରେ ଫସି ଯାଉଛନ୍ତି ଓ ଠକାମିର ଶିକାର ହେଉଛନ୍ତି।

DCP Cybercrime, ଦିଲ୍ଲୀ ପକ୍ଷରୁ ଟ୍ୱିଟରରେ କିଛି ସ୍କ୍ରିନଶଟ ଶେଆର କରାଯାଇଛି। ଏଥିରେ ଲେଖାଯାଇଛି, ଏହି ସବୁ ଫ୍ରଡ ନମ୍ବରରୁ ଆପଣଙ୍କ ପାଖକୁ ଯଦି କଲ କିମ୍ବା SMS ଯାଉଛି ତା’ହାଲେ ଏହିସବୁ ନମ୍ବରରେ କଲ କରନ୍ତୁ ନାହିଁ। ଏହାସହ ଠକମାନେ କହୁଥିବା କୌଣସି ଆପ ଡାଉନଲୋଡ କରନ୍ତୁ ନାହିଁ କିମ୍ବା କୌଣସି ପେମେଣ୍ଟ କରନ୍ତୁ ନାହିଁ।

You might also like