କରୋନା ଯୁଦ୍ଧରେ ଜିତିଲେ ପୋଲିସ; କାର୍ଯ୍ୟାଳୟରେ ପହଞ୍ଚିବା ପରେ ଦିଆଗଲା ଏମିତି ସମ୍ବର୍ଦ୍ଧନା

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।  ଏହି ଭିଡିଓରେ ଦିଲ୍ଲୀ ପୋଲିସର ଜଣେ କନେଷ୍ଟବଲକୁ ଭବ୍ୟ ସ୍ୱାଗତ ସମ୍ୱର୍ଦ୍ଧନା ଦିଆଯାଉଥିବାର ଦେଖିବାକୁ ମିଳିଛି। କନେଷ୍ଟବଲଙ୍କ ନାଁ ପ୍ରବୀଣ। ଗତ କିଛିଦିନ ପୂର୍ବରୁ ସେ କରୋନା ଭାଇରସରେ ସଂକ୍ରମିତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ। କିନ୍ତୁ ପ୍ରବୀଣ କରୋନ ଭାଇରସ ରୋଗରୁ ସୁସ୍ଥହୋଇ ପୁନଃ ନିଜ ଡ୍ୟୁଟିରେ ଯୋଗ ଦେଇଛନ୍ତି। ସେ ପୋଲିସ ଷ୍ଟେସନରେ ପହଞ୍ଚିବା ମାତ୍ରେ, ସେଠାରେ ଉପସ୍ଥିତ ଥିବା ସମସ୍ତ ବ୍ୟକ୍ତି ପ୍ରବୀଣକୁ ଢ଼ୋଲ ବଜାଇ, ତାଳି ମାରିବା ସହ ଫୁଲରେ ଭବ୍ୟ ସ୍ୱାଗତ କରିଥିବାର ଏହି ଭିଡିଓରେ ଦଖିବାକୁ ମିଳୁଛି।

ଖବର ଅନୁଯାୟୀ, ଦିଲ୍ଲୀରେ ୱଖଲା ମଣ୍ଡି ପୋଷ୍ଟରେ କାର୍ଯ୍ୟରତ ୫ ଜଣ ପୋଲିସ କରୋନା ଭାଇରସରେ ସଂକ୍ରମିତ ହୋଇଥିଲେ। ସମସ୍ତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଜଣେ ପୋଲିସ କର୍ମୀ ସୁସ୍ଥ ହୋଇ ଯେତେବେଳେ ଡ୍ୟୁଟିରେ ଯୋଗ ଦେବାପାଇଁ ଅମର କଲୋନୀ ପୋଲିସ ଷ୍ଟେସନରେ ପହଞ୍ଚିଥିଲେ ତାଙ୍କୁ ଢ଼ୋଲ ବଜାଇ,ତାଳି ମାରିବା ସହ ଫୁଲ ପକାଇ ତାଙ୍କୁ ସ୍ୱାଗତ କରାଯାଇଥିଲା। ‌ଆହୁରି ମଧ୍ୟ ପ୍ରବୀଣଙ୍କୁ ଫୁଲମାଳ ଦେବା ସହ ଆଳତୀ ମଧ୍ୟ କରାଯାଉଥିବାର ଦେଖିବାକୁ ମିଳିଛି।

 

 

You might also like