ଦିଲ୍ଲୀରୁ ଧରା ପଡ଼ିଲେ ୫ ଆତଙ୍କୀ

ନୂଆଦିଲ୍ଲୀ: ଦିଲ୍ଲୀରୁ ଧରା ପଡ଼ିଛନ୍ତି ୫ ସନ୍ଦିଗ୍ଧ ଆତଙ୍କବାଦୀ । ସୋମବାର ଦିଲ୍ଲୀ ଶକରପୁର ଅଞ୍ଚଳରୁ ୫ ଜଣ ଅପରାଧୀଙ୍କୁ ଧରିଛି ଦିଲ୍ଲୀ ପୋଲିସ। ସେମାନଙ୍କ ପାଖରୁ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଓ ଅପରାଧ ଘଟାଇବା ଭଳି ସାମଗ୍ରୀ ଜବତ କରାଯାଇଛି । ଚାଷୀ ଆନ୍ଦୋଳନ ଏବଂ ଭାରତ ବନ୍ଦ ଡାକରା ସମୟରେ ଆତଙ୍କବାଦୀ ଗିରଫ ଘଟଣା ଏକ ବଡ ସଫଳତା ବୋଲି କୁହାଯାଉଛି।

ଧରାପଡ଼ିଥିବା ସନ୍ଦିଗ୍ଧ ଆତଙ୍କବାଦୀଙ୍କ ମଧ୍ୟରୁ ୨ ଜଣ ପଞ୍ଜାବର ହୋଇଥିବାବେଳେ ୩ ଜଣ କାଶ୍ମୀର ଅଞ୍ଚଳର ବୋଲି ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍ ଡିସିପି ପ୍ରମୋଦ କୁଶଓ୍ୱାହା କହିଛନ୍ତି । ଏମାନେ ଖଲିସ୍ତାନୀ ଆତଙ୍କବାଦୀ ସଂଗଠନ ସହିତ ଜଡ଼ିତ ଥିବା ଦିଲ୍ଲୀ ପୋଲିସ ପକ୍ଷରୁ କୁହାଯାଉଛି । ସେମାନଙ୍କଠାରୁ ଅସ୍ତ୍ରଶସ୍ତ୍ର ସହିତ ବିପୁଳ ଡ୍ରଗ୍ସ ମଧ୍ୟ ଜବତ କରିଛି ଦିଲ୍ଲୀ ପୋଲିସ ।

ଗିରଫ ଆତଙ୍କବାଦୀଙ୍କୁ ପଚରାଉଚରା କରାଯାଉଛି। ଜେରା ପରେ ଏମାନଙ୍କ ମଧ୍ୟରୁ ୨ ଜଣ ଅକ୍ଟୋବରରେ ପଞ୍ଜାବରେ ହୋଇଥିବା ଶୌର୍ଯ୍ୟଚକ୍ର ବିଜେତା ବଲବିନ୍ଦର ସିଂହଙ୍କ ହତ୍ୟା ମାମଲାରେ ସଂପୃକ୍ତ ଥିଲେ। ଗିରଫ ଆତଙ୍କୀଙ୍କ ନାମ ସୁଖଦୀପ ସିଂହ, ଅୟୁବ ପଠାନ୍‌, ଶବ୍ବିର ଅହମଦ, ରିୟାଜ ଠାକୁର ଏବଂ ଗୁରଜିତ ସିଂହ।

ଅନ୍ୟ ତିନି ଜଣଙ୍କର କାଶ୍ମୀର ସହ ସମ୍ପର୍କ ଥିବା ପୋଲିସ କହିଛି।

 

You might also like