ଶେଷ ହୋଇନି ଲଢ଼େଇ : ସୁସ୍ଥ ହେବା ପରେ ପୁଣି ଆସୁଛି ଜ୍ୱର

ହସ୍ପିଟାଲରେ ପୋଷ୍ଟ କୋଭିଡ ରୋଗୀଙ୍କ ଲମ୍ବା ଲାଇନ୍‌

ନୂଆଦିଲ୍ଲୀ : ହସ୍ପିଟାଲରେ କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କ ଲମ୍ବା ଲାଇନ୍‌ । କରୋନା ଭାଇରସକୁ ମାତ ଦେବା ସତ୍ତ୍ୱେ କିଛି ରୋଗୀଙ୍କ ଲଢ଼େଇ ଏବେ ବି ସମାପ୍ତ ହୋଇନି । ଭାଇରସକୁ ହରାଇଥିଲେ ସୁଦ୍ଧା ଅନେକ ଲୋକଙ୍କୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି । ଫଳରେ ସେମାନେ ଭୟରେ ହସ୍ପିଟଲେ ଦଉଡ଼ୁଛନ୍ତି ।

 

ଡାକ୍ତରଙ୍କ ଅନୁସାରେ, ଜାତୀୟ ରାଜଧାନୀରେ ଥିବା ଅଧିକାଂଶ ହସ୍ପିଟାଲର ଓପିଡିରେ ପୋଷ୍ଟ-କୋଭିଡ ରୋଗୀଙ୍କ ଚିକିତ୍ସା ଚାଲିଛି । ଗମ୍ଭୀର ଜଟିଳତା ଥିବା ରୋଗୀଙ୍କ ସଂଖ୍ୟା ଭୟଙ୍କର ଭାବେ ବୃଦ୍ଧି ପାଉଛି । ସୁସ୍ଥ ହେବା ପରେ ମଧ୍ୟ ସ୍ୱାସ୍ଥ୍ୟ ସମ୍ମନ୍ଧୀୟ ଅସୁବିଧା ସାମ୍ନା କରୁଛନ୍ତି ଲୋକେ । ଓପିଡିରେ ପ୍ରତିଦିନ ୨୫ରୁ ୩୦ କରୋନାରୁ ସୁସ୍ଥ ହୋଇଥିବା ରୋଗୀଙ୍କ ଚକିତ୍ସା କରୁଥିବା କହିଛନ୍ତି ଡାକ୍ତର ।

ପୁଣି ଜ୍ୱର ଆସୁଥିବା ରୋଗୀ ଅଭିଯୋଗ କରିଛନ୍ତି । କୋରାନାରୁ ସୁସ୍ଥ ହେବା ପରେ ଲୋକେ ବିଭିନ୍ନ ସମସ୍ୟା ଭୋଗୁଛନ୍ତି । ପ୍ରଥମ ଲହରୀ ଅପେକ୍ଷା ଦ୍ୱିତୀୟ ଲହରୀରେ ଲକ୍ଷଣ ଅନେକ ଗମ୍ଭୀର ରହିଛି । ଠିକ୍ ହେବା ପରେ ମଧ୍ୟ ଅନେକ ସପ୍ତାହ ପର୍ଯ୍ୟନ୍ତ ଲୋକଙ୍କୁ ଅକ୍ସିଜେନର ସାହାରାରେ ରହିବାକୁ ପଡ଼ୁଛି, ଅନ୍ୟପଟେ ଗତ ବର୍ଷ ଥକାପଣ ହିଁ କରୋନାରୁ ଠିକ୍ ହୋଇଥିବା ଲୋକଙ୍କ ସାଧାରଣ ଲକ୍ଷଣ ଥିଲା ।

ମ୍ୟାକ୍ସ ହସ୍ପିଟାଲର ରେସ୍ପିରେଟୋରୀ ବିଭାଗର ମୁଖ୍ୟ ବିବେକ ନାଙ୍ଗିଆ କହିଛନ୍ତି, “ହସ୍ପିଟାଲ ଓପଡିରେ ୭୦ ରୁ ୮୦ ପ୍ରତିଶତ ପୋଷ୍ଟ କୋଭିଡ ରୋଗୀ ଭର୍ତ୍ତି ଅଛନ୍ତି । ୬୫ ବର୍ଷରୁ ଅଧିକ ବୟସ୍କ କିମ୍ବା ଧୂମପାନ କରୁଥିବା ରୋଗୀଙ୍କ ଫୁସଫୁସରେ ଫାଇବ୍ରୋସିସ୍ ଦେଖିବାକୁ ମିଳେ । କିନ୍ତୁ ଏଥର ମଧ୍ୟମ ବୟସ୍କ ରୋଗୀ, ନାବାଳକ ରୋଗୀ ଏବଂ ଏପରିକି କୁନି କୁନି ଶିଶୁଙ୍କୁ  ଏହି ସମସ୍ୟା ପାଇଁ ହସ୍ପିଟାଲରେ ଆଡମିଟ୍ କରାଯାଇଛି । କିଛି ରୋଗୀ ଏପରି ଅଛନ୍ତି, ଯେଉଁମାନେ ଡିସଚାର୍ଜ ପରେ ମଧ୍ୟ ଅକ୍ସିଜେନ ସହାୟତାରେ ଚିକିତ୍ସିତ ହେଉଛନ୍ତି । ଆଉ କିଛି ରୋଗୀଙ୍କୁ ଅକ୍ସଜେନ୍ ସିଲିଣ୍ଡର ସହ ଘରକୁ ପଠାଇବାକୁ ପଡ଼ୁଛି ।

You might also like