୨୨ ମେଡିକାଲର ୨୧୧ କର୍ମଚାରୀ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ: ଗତ କିଛି ଦିନ ହେବ ଦିଲ୍ଲୀ ଡାକ୍ତରଖାନାଗୁଡ଼ିକର କର୍ମଚାରୀମାନେ କରୋନା ଭାଇରସରେ ଆକ୍ରାନ୍ତ ହେଉଥିବାର ଦେଖିବାକୁ ମିଳୁଛି। ପରିସ୍ଥିତି ଏଭଳି ହୋଇଛି ଯେ, ଏପର୍ଯ୍ୟନ୍ତ ୨୨ଟି ଡାକ୍ତରଖାନାରୁ ୨୧୧ ଜଣ ଡାକ୍ତର ଓ ଅନ୍ୟ ସ୍ୱାସ୍ଥ୍ୟ କର୍ମଚାରୀମାନେ ଏହି ଭାଇରସରେ ଆକ୍ରାନ୍ତ ହୋଇଥିବା ଖବର ମିଳିଛି । ଚିନ୍ତାର ବିଷୟ ହେଉଛି ଯେ ଏହି ସ୍ୱାସ୍ଥ୍ୟ କର୍ମଚାରୀମାନଙ୍କ ମଧ୍ୟରୁ ଅଧିକାଂଶ ସ୍ୱାସ୍ଥ୍ୟକର୍ମୀ ।

ଖବର ଅନୁଯାୟୀ,  ସଂକ୍ରମିତ ହୋଇଥିବା ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କ ମଧ୍ୟରୁ ୯୫ ପ୍ରତିଶତ କୋଭିଡ ୧୯ ହସ୍‌ପିଟାଲରେ କାମ ନ କରି ମଧ୍ୟ ସଂକ୍ରମିତ ହୋଇଛନ୍ତି । ସଂକ୍ରମଣର ଏଭଳି ପରିସ୍ଥିତିକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ମଧ୍ୟ ଚିନ୍ତାପ୍ରକଟ କରିଛନ୍ତି।

ଏପର୍ଯ୍ୟନ୍ତ ବାବୁ ଜଗଜୀବନ ରାମ ଡାକ୍ତରଖାନାର ୭୦ ଜଣ ସ୍ୱାସ୍ଥ୍ୟ କର୍ମୀଙ୍କୁ କରୋନା ପଜିଟିଭ ମିଳିଥିବାବେଳେ ସୋମବାର ମ୍ୟାକ୍ସ ପାଟର୍ଗଞ୍ଜରେ ୩୩ଜଣ କର୍ମଚାରୀଙ୍କ କରୋନାରେ ଆକ୍ରାନ୍ତ ହୋଇଥିଲେ। ଆମ୍ବେଦକର ଡାକ୍ତରଖାନାରେ ୨୯ଜଣ ଲୋକ  କରୋନାରେ ପଜିଟିଭ ଥିବା ଜଣାପଡିଛନ୍ତି। ଦିଲ୍ଲୀ ଷ୍ଟେଟ କ୍ୟାନସର ମେଡିକାଲରେ ୨୬ ଜଣ ଡାକ୍ତର ଓ କର୍ମଚାରୀ କରୋନାରେ ଆକ୍ରାନ୍ତ ଥିବା ଜଣାପଡିଛି। କେବଳ ଏହି ୪ଟି ମେଡିକାଲରେ ୧୫୮ ସ୍ୱାସ୍ଥ୍ୟକର୍ମୀ କରୋନାରେ  ପଜିଟିଭ ଥିବା ଜଣାପଡିଛି।

ଏହି ସବୁ ମେଡିକାଲଗୁଡିକୁ କିଛି ଦିନ ପାଇଁ ବନ୍ଦ କରାଯାଇଥିଲା। ପରେ ପରିସ୍ଥିତିର ସୁଧାର ଆସିବା ପରେ ମେଡିକାଲଗୁଡିକ ଖୋଲାଯାଇ ସେଠାରେ କେବଳ ପ୍ରାଥମିକ ଚିକିତ୍ସା କରାଯାଉଛି।

ଦିଲ୍ଲୀ ଷ୍ଟେଟ କ୍ୟାନସର ମେଡିକାଲରେ ୨୬ଜଣ, ମ୍ୟାକ୍ସ ପାଟର୍ଗଞ୍ଜରେ ୩୩, ବାବୁ ଜଗଜନ ରାମ ହସ୍ପିଟାଲରେ ୭୦, ଆମ୍ବେଦକର ହସ୍ପିଟାଲରେ ୨୯, ଲେଡି ହାର୍ଡିଙ୍ଗରେ ୧୪, ଏମ୍ସରେ ୮, ସଫଦରଜଙ୍ଗରେ ୮, ମହାରାଜା ଆଗ୍ରାସେନରେ ୬, ଗଙ୍ଗରାମରେ ୩, ମ୍ୟାକ୍ସ ସାକେତରେ ୩ ଲୋକନାୟକ ହସପିଟାଲରେ ୬, ଆରଏମଏଲରେ ୪ ଜଣ, ମୋହାଲା କ୍ଲିନିକରେ ୨ ଜଣ ଡାକ୍ତର, ସର୍ଦ୍ଦାର ଭାଲାଭଭାଇ ପଟେଲରେ ଜଣେ, ମଲଚାନ୍ଦରେ ଜଣେ, ଆପୋଲୋ ହସ୍ପିଟାଲରେ ୨ଜଣ, ଚାରାକ ପାଲିକା ହସ୍ପିଟାଲରେ ଜଣେ, ଜିଟିବିରେ ୩ଜଣ, ଜଗ ପ୍ରଭେଶ ହସ୍ପିଟାଲରେ ୨, ରାଜନ ବାବୁ ଟିବି ହସପିଟାଲରେ ଜଣେ, ବଟ୍ରା ହସ୍ପିଟାଲରେ ଜଣେ, ହିନ୍ଦୁରାଓରେ ଜଣେ ନର୍ସ, କ୍ୟାଟ୍‌ସ ଆମ୍ବୁଲାନ୍ସର ଦୁଇଜଣ କର୍ମଚାରୀ ମଧ୍ୟ ଏହି ଭାଇରସରେ ସଂକ୍ରମିତ ହୋଇଥିବା ଜଣାପଡିଛି।

 

ଆହୁରି ପଢ଼ନ୍ତୁ

You might also like