ଦିଲ୍ଲୀରେ ୧୫ ବର୍ଷର ରେକର୍ଡ ଭାଙ୍ଗିଲା ଶୀତ

ନୂଆଦିଲ୍ଲୀ: ଦିଲ୍ଲୀରେ ୧୫ ବର୍ଷର ରେକର୍ଡ ଭାଙ୍ଗିଛି ଶୀତ । ଦେଶର ରାଜଧାନୀରେ ଆଜି ତାପମାତ୍ରା ରହିଛି ୧ ଦଶମିକ ୧ ଡିଗ୍ରୀ ସେଲସିୟସ। ଯାହା  ୧୫ ବର୍ଷରେ ସବୁଠାରୁ କମ୍ ବୋଲି କୁହାଯାଉଛି। ଗତ ବର୍ଷ ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ୨.୪ ଡିଗ୍ରୀ ସେଣ୍ଟିଗ୍ରେଡ ରେକର୍ଡ କରାଯାଇଥିଲା।

ଏହା ଆଗରୁ ୨୦୦୬ ଜାନୁଆରୀ ୮ ତାରିଖରେ ଦିଲ୍ଲୀର ତାପମାତ୍ରା ସବୁଠୁ କମ୍ ଶୂନ ଦଶମିକ ୨ ଡିଗ୍ରୀି ସେଲ୍ସିୟସ ରେକର୍ଡ କରାଯାଇଥିଲା । ଉତ୍ତର ଭାରତରେ ଶୀତ ଲହରି ଜାରି ରହିଥିବା ବେଳେ ଦିଲ୍ଲୀରେ ମଧ୍ୟ ଏହାର ପ୍ରଭାବ ପଡ଼ିଛି  । ପ୍ରବଳ ଶୀତ ସାଙ୍ଗକୁ ଘନ କୁହୁଡ଼ି ଦିଲ୍ଲୀବାସୀଙ୍କ ଅବସ୍ଥା ବେହାଲ କରିଛି ।

ଘନ କୁହୁଡ଼ି ଯୋଗୁଁ ସକାଳୁ ରାସ୍ତାଘାଟ କିଛି ଦେଖାଯାଉ ନଥିଲା । ଭିଜିବିଲିଟି ଅତି କମ୍ ରହିଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ସଫଦରଜଙ୍ଗରେ ଆଜି ସକାଳେ ତାପମାତ୍ରା ୧.୧ ଡିଗ୍ରୀ ସେଲ୍‌ସିୟସ ଥିଲା। IMD କ୍ଷେତ୍ରୀୟ ପୂର୍ବନୁମାନ କେନ୍ଦ୍ରର ମୁଖ୍ୟ କୁଲଦୀପ ଶ୍ରୀବାସ୍ତବଙ୍କ କହିବା ଅନୁଯାୟୀ, ସକାଳ ୬ଟାରେ ସଫଦରଜଙ୍ଗ ଏବଂ ପାଲମ୍‌ରେ ବହୁତ ଘନ କୁହୁଡ଼ି ଦେଖିବାକୁ ମିଳିଥିଲା। ଜାନୁଆରୀ ୨ରୁ ୬ ଜାନୁଆରୀ ଯାଏ ଉତ୍ତର ପଶ୍ଚିମ ଭାରତକୁ ପ୍ରଭାବିତ କରିବ।

୧୫ ବର୍ଷରେ ଆଜି ଦିଲ୍ଲୀର ତାପମାତ୍ରା ସର୍ବନିମ୍ନ ରହିଥିବା ବେଳେ ଆସନ୍ତାକାଲିଠାରୁ ତାପମାତ୍ରା ବଢ଼ିବ । ଜାନୁଆରୀ ୪-୫ ତାରିଖରେ ଦିଲ୍ଲୀର ତାପମାତ୍ରା ୮ ଡିଗ୍ରୀକୁ ବୃଦ୍ଧି ପାଇଥିବ ବୋଲି ପୂର୍ବାନୁମାନ କରାଯାଇଛି।

ସେଣ୍ଟ୍ରାଲ ପଲ୍ୟୁଶନ କଣ୍ଟ୍ରୋଲ ବୋର୍ଡ ଡାଟା ଅନୁଯାୟୀ ଆଜି ଦିଲ୍ଲୀର ଏୟାର କ୍ୱାଲିଟି ଇଣ୍ଡେକ୍ସ (AQI) ଆନନ୍ଦ ବିହାରରେ ୩୬୫ ଥିବା ରେକର୍ଡ କରାଯାଇଛି।  ସେହିପରି ବାୱାନାରେ ୩୪୮, ମଥୁରା ରୋଡ୍‌ରେ ୩୨୩, ଚାନ୍ଦନୀ ଚୌକ୍‌ରେ ୩୧୧, ଦ୍ୱାରକା ସେକ୍ଟର ୮ରେ ୩୫୬,  ଇନ୍ଦିରାଗାନ୍ଧି ଇଣ୍ଟରନାଶନାଲ ଏୟାର ପୋର୍ଟରେ ୩୨୪,  ପଞ୍ଜାବ ବାଗ୍‌ରେ ୩୩୫ ଥିଲା।

ଅନ୍ୟ ଇଲାକା ଯେପରି, ଦିଲଶାଦ ଗାର୍ଡନ, ଲୋଧି ରୋଡ୍‌, ୱାଜିରପୁର ଏବଂ NSIT ଦ୍ୱାରକାରେ AQI ଦୁର୍ବଳ ଥିଲା 

ଆଇଏମଡି ଅଧିକାରୀଙ୍କ କହିବା ଅନୁଯାୟୀ, ବହୁତ ଘନ କୁହୁଡ଼ିରେ ଦୃଶ୍ୟତା ଶୂନ୍ୟରୁ ୫୦ ମିଟର ଭିତରେ ରୁହେ। ଘନ କୁହୁଡ଼ରେ ଦୃଶ୍ୟତା ୫୧ରୁ ୨୦୦ ମିଟରଯ ରୁହେ। ମଧ୍ୟମ କୁହୁଡ଼ରେ ୨୦୧ରୁ ୫୦୦ ମିଟରରେ ରୁହେ।

You might also like