କଥା ନମାନି ବାଣ ଫୁଟାଇବାରୁ ବଢ଼ିଲା ବାୟୁ ପ୍ରଦୂଷଣ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ଓ ଏହାର ଆଖପାଖ ଅଂଚଳରେ ବାୟୁ ପ୍ରଦୂଷଣ ବୃଦ୍ଧି ପାଇଛି। ନଡ଼ା ଜାଳିବା ଓ ଦୀପାବଳିରେ ବାଣ ଫୁଟାଇବା ଯୋଗୁଁ ବାୟୁର ମାନ ସାଂଘାତିକ ସ୍ଥିତିରେ ପହଞ୍ଚିଛି। ସରକାରଙ୍କ ପକ୍ଷରୁ ବାଣ ଫୁଟାଇବାକୁ ବାରମ୍ବାର ବାରଣ କରାଯାଇଥିଲେ ମଧ୍ୟ କେତେକ ସ୍ଥାନରେ ବାଣ ଫୁଟିଥିବାରୁ ଦିଲ୍ଲୀରେ ବାୟୁର ମାନ ନିମ୍ନ ସ୍ତରକୁ ଖସିଛି। ସକାଳୁ ଏକ ପତଳା କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଥିଲା।

ବାୟୁରମାନ ଆନନ୍ଦ ବିହାରରେ ୪୮୧, ଲୋଧି ରୋଡରେ ୪୧୪, ବିମାନ ବନ୍ଦର ଅଂଚଳରେ ୪୪୪ ରହିଛି ବୋଲି ଦିଲ୍ଲୀ ପ୍ରଦୂଷଣ ନିୟନ୍ତ୍ରଣ କମିଟି ପକ୍ଷରୁ ସୂଚନା ମିଳିଛି।

କିଛି ଅଂଚଳରେ ଘନ କୁହୁଡ଼ି ଦେଖିବାକୁ ମିଳିଛି। ଚଳିତବର୍ଷ ଦିଲ୍ଲୀରେ ବାଣଫୁଟାଇବା ଉପରେ କଟକଣା ଜାରି ହୋଇଥିଲେ ମଧ୍ୟ କିଛି ସ୍ଥାନରେ ବାଣ ଫୁଟିଥିଲା। ଏଥିଯୋଗୁଁ ପ୍ରଦୂଷଣ ମାତ୍ରା ବୃଦ୍ଧି ପାଇଛି। ସେପଟେ ପ୍ରଦୂଷଣକୁ ରୋକିବା ପାଇଁ ବିଳମ୍ବିତ ରାତିରେ ନର୍ଥ ଦିଲ୍ଲୀ ମ୍ୟୁନିସପାଲ କର୍ପୋରେସନ ପକ୍ଷରୁ ପାଣି ପକାଯାଇଥିଲା।

ଆହୁରି ପଢ଼ନ୍ତୁ

କୋଭିଡ୍‌ ହସ୍ପିଟାଲ୍‌ରେ ଭୟାବହ ଅଗ୍ନିକାଣ୍ଡ, ଚାଲିଗଲା ୫ କରୋନା ଆକ୍ରାନ୍ତଙ୍କ ଜୀବନ

ପରଲୋକରେ ଭାରତର ସଫ୍ଟୱେୟର ଇଣ୍ଡଷ୍ଟ୍ରୀ ଜନକ ଏଫ୍‌ସି କୋହଲି

କେବିସିର ୩ କୋଟିପତି ମହିଳା, ଜାଣନ୍ତୁ ଏମାନଙ୍କ ସଂଘର୍ଷମୟ ଜୀବନର କାହାଣୀ

ୱାନ୍ ନେସନ୍‌ ୱାନ୍‌ ଇଲେକ୍ସନ୍‌ ଦେଶ ପାଇଁ ଆବଶ୍ୟକ; ପ୍ରଧାନମନ୍ତ୍ରୀ

ମରୁଭୂମିରୁ ମିଳିଲା ରହସ୍ୟମୟ ଜିନିଷ; ଲୋକେ କହିଲେ ଅଶୁଭ ସଙ୍କେତ

ଚାଷୀଙ୍କ ପାଇଁ ଦିଲ୍ଲୀ ସୀମା ସିଲ୍‌ ହେଲା; ତଥାପି ଗର୍ଜିଲେ

ଡିସେମ୍ବର ୩୧ ଯାଏ ବିଦେଶକୁ ଉଡ଼ି ପାରିବ ନାହିଁ ବିମାନ

ମନେ ପଡିଲା ୨୬/୧୧ର ସେଇ ଭୟଙ୍କର ସ୍ମୃତି

ଗ୍ରାହକଙ୍କୁ ଆଶ୍ୱସ୍ତି; ଡିବିଏସ୍‌ ଇଣ୍ଡିଆ ସହିତ ମିଶିବ ଲକ୍ଷ୍ମୀ ବିଳାସ ବ୍ୟାଙ୍କ

ଅଫିସରୁ ବିଳମ୍ବରେ ଫେରୁଥିଲେ ସ୍ୱାମୀ; ଅତିଷ୍ଠ ହୋଇ FIR ଦାଏର କଲେ ମହିଳା

ଗୋଲ୍ଡ‌ ମର୍ସିଡିଜ୍‌ କାର୍‌ ଧରି ବୁଲିଲେ ଚାଷୀ

ବିଳମ୍ବିତ ରାତିରେ ଲ୍ୟାଣ୍ଡଫଲ୍ କଲା ବାତ୍ୟା ‘ନିଭାର’, ପ୍ରବଳ ବର୍ଷା

You might also like