ସୁଶାନ୍ତ ସିଂ ମୃତ୍ୟୁ ମାମଲା: ଫେକ୍‌ ନ୍ୟୁଜ୍‌ ପ୍ରଚାର ଅଭିଯୋଗରେ ଜଣକୁ ବାନ୍ଧିଲା ମୁମ୍ବାଇ ପୋଲିସ

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ ମୃତ୍ୟୁ ମାମଲାରେ ଫେକ୍‌ ନ୍ୟୁଜ୍‌ ପ୍ରଚାର କରିବା ଅଭିଯୋଗରେ ଦିଲ୍ଲୀର ଜଣେ ବ୍ୟକ୍ତିଙ୍କୁ ମୁମ୍ବାଇ ପୋଲିସ୍‌ ଗିରଫ କରିଛି। ନିଜକୁ ଓକିଲ ବୋଲି କହୁଥିବା ସମ୍ପୃକ୍ତ ବ୍ୟକ୍ତିଙ୍କୁ ମୁମ୍ବାଇ ଅଣାଯାଇଛି।

NDTVର ରିପୋର୍ଟ ଅନୁସାରେ, ସୋସିଆଲ୍‌ ମିଡିଆ ପ୍ଲାଟ୍‌ଫର୍ମର ଗାଇଡ୍‌ଲାଇନ୍ସ ଉଲ୍ଲଂଘନ କରିବା ଅଭିଯୋଗରେ ବିଭୋର ଆନନ୍ଦ ନାମକ ଏହି ବ୍ୟକ୍ତିଙ୍କ ଟ୍ୱିଟର୍‌ ଆକାଉଣ୍ଟ ମଧ୍ୟ ସସ୍‌ପେଣ୍ଡ୍‌ କରି ଦିଆଯାଇଛି। ସୋସିଆଲ୍‌ ମିଡିଆରେ ସେ ଅନେକ ସମ୍ବେଦନଶୀଳ ଓ ଅପମାନଜନକ ଅଭିଯୋଗ ଆଣିଥିଲେ। ଏହାସହ ସେ ସୁଶାନ୍ତ ଓ ତାଙ୍କର ପୂର୍ବତନ ମ୍ୟାନେଜର ଦିଶା ସାଲିଆନ୍‌ଙ୍କ ମୃତ୍ୟୁ ମାମଲାରେ ଅନେକ ଫେକ୍‌ ଷଡ଼ଯନ୍ତ୍ରର ଥିଓରି ରଚିବା ସହ ବିଭିନ୍ନ ପୋଷ୍ଟ ମାଧ୍ୟମରେ ସେ ଲୋକଙ୍କୁ ଟାର୍ଗେଟ୍‌ କରୁଥିଲେ ବୋଲି ପୋଲିସ୍‌ କହିଛି। 

ବିଭୋର ଦିଶାଙ୍କ ମୃତ୍ୟୁକୁ ନେଇ ଅନେକ ସମ୍ବେଦନଶୀଳ ଅଭିଯୋଗ ଆଣିଥିଲେ। ସେ ଟ୍ୱିଟ୍‌ରରେ ଦାବି କରି କହିଥିଲେ ଯେ, ମୃତ୍ୟୁ ପୂର୍ବରୁ ଦିଶାଙ୍କ ସହ ଦୁଷ୍କର୍ମ ହୋଇଥିଲା। ଏହାସହ ବିଭୋର ଅନେକ ପ୍ରମୁଖ ବ୍ୟକ୍ତିଙ୍କ ନାଁ ମଧ୍ୟ ନେଇଥିଲେ। ସୂଚନାଥାଉ କି, ଜୁନ୍‌ ୮ରେ ମୁମ୍ବାଇ ସ୍ଥିତ ଫ୍ଲାଟ୍‌ର ୧୪ ମହଲାରୁ ଖସି ପଡ଼ି ଦିଶାଙ୍କ ମୃତ୍ୟୁ ହୋଇଥିଲା।

 

ଆହୁରି ପଢ଼ନ୍ତୁ

ସ୍ୱେଚ୍ଛାସେବୀଙ୍କ ବିରୋଧରେ ୧୦୦ କୋଟିର ମାନହାନି ମୋକଦ୍ଦମା କଲା ସେରମ୍‌

ଟିକେଟ୍‌ ବଣ୍ଟନକୁ ନେଇ ବିଜେପି ମନ୍ତ୍ରୀଙ୍କ ବିବାଦୀୟ ବୟାନ

ରାଜନୈତିକ ଦଳ ଗଠନ କରିପାରନ୍ତି ରଜନୀକାନ୍ତ

ମୁଖ୍ୟସ୍ରୋତକୁ ଫେରିବା ପାଇଁ ସଂଗଠନ ଛାଡ଼ିଲେ ହାର୍ଡକୋର ମାଓବାଦୀ

କୁକୁର ସହ ଖେଳୁଥିବାବେଳେ ପଡ଼ିଗଲେ ଜୋ ବାଇଡେନ

୧୧୦ ଶ୍ରମିକଙ୍କ ମୁଣ୍ଡ କାଟି ହତ୍ୟା କଲେ ଆତଙ୍କୀ, ମହିଳାଙ୍କୁ ଉଠାଇ ନେଲେ

ଚାଷୀ ଆନ୍ଦୋଳନ ନେଇ ବିଜେପି ନେତାଙ୍କ ବୈଠକ

କରୋନା ବଢ଼ାଇଲା କୁକୁଡ଼ା ଦାମ୍‌, ଗୋଟାକୁ ୮୫୦

ବାଂଲାଦେଶୀ, ରୋହିଙ୍ଗ୍ୟାଙ୍କୁ ବିତାଡ଼ିତ ନ କରିବା ଅଭିଯୋଗ ଉପରେ କଡ଼ା ଆଭିମୁଖ୍ୟ ରଖିଲେ ଶାହ

କିମ୍‌ଙ୍କୁ ନେଇ ସାଂଘାତିକ ପ୍ରତିକ୍ରିୟା ରଖିଲେ ସାଂସଦ

ବର୍ଷକରେ ମଲେ ୨୬ ବାଘ

ଅଭିନେତ୍ରୀ ଦିବ୍ୟାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର, ଭେଣ୍ଟିଲେଟରରେ ଭର୍ତ୍ତି

You might also like