ସକାଳ ୬ରୁ ମାର୍ଚ୍ଚ ୩୧ ଯାଏ ଦିଲ୍ଲୀ ଲକ୍‌ ଡାଉନ୍

ନୂଆଦିଲ୍ଲୀ: ଆସନ୍ତାକାଲି ସକାଳ ୬ଟାରୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀ ଲକ୍‌ ଡାଉନ୍‌ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ପଡ଼ୋଶୀ ରାଜ୍ୟରୁ ଆସୁଥିବା ଅତ୍ୟାବଶକୀୟ ସେବାକୁ ଛାଡ଼ି ଦିଲ୍ଲୀର ସମସ୍ତ ସୀମା ସିଲ୍‌ ହେବ।

ଜୁରୁରୀକାଳୀନ ସେବା ବ୍ୟତିତ  ଅନ୍ୟ ସମସ୍ତ ସେବା ବନ୍ଦ ରହିବ ବୋଲି ଆଜି ଘୋଷଣା ସାମ୍ବାଦିକ ସମ୍ମିଳନୀରେ ଘୋଷଣା କଲେ କେଜ୍ରିୱାଲ୍। ପରେ ଯଦି ସରକାର କୌଣସି ସେବାକୁ ଜରୁରୀ ବୋଲି ଭାବନ୍ତି ତେବା ଏହା ପରେ ଚାଲୁ କରାଯାଇ ପାରିବ ବୋଲି ସେହି ସୂଚନା ଦେଇଛନ୍ତି।

କଣ ବନ୍ଦ ରହିବ
ପବ୍ଲିକ ଟ୍ରାନ୍ସପୋର୍ଟ, ବସ୍‌, ଟ୍ରେନ୍‌, ମେଟ୍ରୋ, ଫ୍ଲାଇଟ୍, ନିର୍ମାଣକାର୍ଯ୍ୟ, ମାର୍କେଟ୍ ଓ ଧାର୍ମିକ ସ୍ଥାନ ଆଦି ବନ୍ଦ ରହିବ। ଏମିତିକି ଡିଟିସି ବସ୍ ୨୫% ଚାଲିବ ବୋଲି ଘୋଷଣା କରିଛନ୍ତି କେଜ୍ରିୱାଲ।

ଖୋଲା ରହିବ

ବ୍ୟାଙ୍କ, ଏଟିଏମ୍‌, ପେଟ୍ରୋଲ୍‌ ପମ୍ପ, ଗ୍ୟାସ୍‌ ସିଲିଣ୍ଡର, ପୁଲିସ୍‌ ଷ୍ଟେସନ୍, ହସ୍‌ପିଟାଲ, ଫାୟାର ଅଫିସ୍‌, ରାସନ ଦୋକାନ, ବିଜୁଳି ଅଫିସ୍, ମିଡିଆ, ଜଳ ବିଭାଗର ସମସ୍ତ କାର୍ଯ୍ୟାଳୟ, ଟେଲିକମ୍‌ ସର୍ଭିସ, ବେକେରୀ ଆବଶ୍ୟକୀ ଖାଦ୍ୟ ଦୋକାନ, ମିଲ୍କ ପ୍ଲାଣ୍ଟ, ଫାର୍ମାସିଷ୍ଟ ଦୋକାନ ଭଳି ଜରୁରୀ ଦୋକାନ ଖୋଲା ରହିବ।

ଯଦି କୌଣସି ବ୍ୟକ୍ତି ଅତ୍ୟାବଶକୀୟ ଜିନିଷ ଆଣିବାକୁ ଯାଉଥିବେ କିମ୍ବା ଅନ୍ୟ କୌଣସି ଜୁରୁରୀ ସେବା ପାଇଁ ଯାଉଥିବେ ତେବେ ସେମାନଙ୍କ ଉପରେ ଭରସା କରି ତାଙ୍କୁ ଛାଡ଼ି ଦିଆଯିବ। ସେହିଭଳି ଗୋଟିଏ ସ୍ଥାନରେ ୫ରୁ ଅଧିକ ଲୋକ ଏକାଠି ହୋଇପାରିବେନି ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ କହିଛନ୍ତି।।

ପ୍ରାଇଭେଟ୍‌ ଅନୁଷ୍ଠାନ ଗୁଡ଼ିକ ବନ୍ଦ ରହିବ। କର୍ମଚାରୀ ଘରୁ ଥାଇ କାମ କରିପାରିବେ। ତେବେ କମ୍ପାନୀ କିନ୍ତୁ କର୍ମଚାରୀଙ୍କ ଦରମା କାଟିପାରିବ ନାହିଁ।

ଦିଲ୍ଲୀରେ ୨୭ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏଭଳି ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ତେବେ  ଦିଲ୍ଲୀରେ ଥିବା କେନ୍ଦ୍ର ସରକାରଙ୍କର କୌଣସି କାର୍ଯ୍ୟାଳୟ ଏହି ନିୟମ ଅଧୀନରେ ଆସିବ ନାହିଁ ବୋଲି କେଜ୍ରିୱାଲ୍‌ କହିଛନ୍ତି। ମାସ୍କ ଓ ସାନିଟାଇଜର୍‌ କଳାବଜାରିକୁ ରୋକିବା ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

You might also like