କରୋନାରୁ ମୁକ୍ତ ହେଲେ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତୈନ୍ଦ୍ର ଜୈନ୍

ନୂଆଦିଲ୍ଲୀ: ଶେଷରେ କରୋନା ମୁକ୍ତ ହେଲେ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତୈନ୍ଦ୍ର ଜୈନ। ତାଙ୍କର କରୋନା ରିପୋର୍ଟ ନେଗେଟିଭ୍‌ ଆସିଛି।  ଆଜି ସେ ଡାକ୍ତରଖାନାରୁ ଡିସ୍‌ଚାର୍ଜ ମଧ୍ୟ ହେବେ। ନିମୋନିଆ କାରଣରୁ ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଦିଲ୍ଲୀ ସାକେତର ମାକ୍ସ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହାପରେ ତାଙ୍କ ଠାରେ କୋଭିଡ-୧୯ ଭୂତାଣୁ ଚିହ୍ନଟ ପରେ ତାଙ୍କୁ ରାଜିବ ଗାନ୍ଧି ସୁପର ସ୍ପେଶାଲିଟି ହସ୍‌ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।

୫୫ ବର୍ଷୀୟ ଆପ୍‌ ନେତା ସତୈନ୍ଦ୍ର ଜୈନ୍‌ଙ୍କୁ ପ୍ଲାଜ୍‌ମା ଥେରାପିରେ ଚିକିତ୍ସା କରାଯାଇଥିଲା। ଏହି ଚିକିତ୍ସା ଫଳପ୍ରଦ ହେଉଥିଲା। ତେବେ ସତୈନ୍ଦ୍ରଙ୍କ ସୁସ୍ଥ ଖବର ନେଇ ଏକ ରି-ଟ୍ୱିଟ୍‌ରେ ସୂଚନା ଦେଇଛନ୍ତି ଆପ୍‌ ନେତା ଘନେନ୍ଦ୍ର ଭରଦ୍ୱାଜ। ‘ଗେଟ୍‌ ୱେଲ୍‌ ସୁନ୍‌ ଏସ୍‌ ଜେ’ ଟ୍ୱିଟର ହ୍ୟାଣ୍ଡେଲ୍‌ର ଜୈନ୍‌ଙ୍କୁ ସୁସ୍ଥ ଖବର ଟ୍ୱିଟ୍‌ କରାଯାଇଥିଲା। ଏହି ଟ୍ୱିଟ୍‌କୁ ରି-ଟ୍ୱିଟ୍ କରିଥିଲେ ଆପ୍‌ ନେତା ଘନେନ୍ଦ୍ର ଭରଦ୍ୱାଜ।
ଗତ ସପ୍ତାହରେ ସତୈନ୍ଦ୍ର ଜୈନ୍‌ଙ୍କର ଦୁଇଥର କରୋନା ଟେଷ୍ଟ କରାଯାଇଥିଲା। ପ୍ରଥମ ଥର ନେଗେଟିଭ୍‌ ଆସିବା ପରେ ଦ୍ୱିତୀୟ ଥର ପଜିଟିଭି ଚିହ୍ନଟ ହୋଇଥିଲେ।

 

 

 

ଆହୁରି ପଢ଼ନ୍ତୁ

ଦୁର୍ଗମ ଅଞ୍ଚଳରେ ଚିଠି ବାଣ୍ଟିବା ପାଇଁ ଦୈନିକ ଚାଲୁଛନ୍ତି ୧୫ କିମି ରାସ୍ତା

ବିଜେପି ନେତା ଓ ପରିବାର ହତ୍ୟା ଘଟଣାରେ ପୁଲିସ୍‌ ହାତରେ ଲାଗିଲା ବଡ଼ ପ୍ରମାଣ

କରୋନା ସନ୍ଦେହରେ ଯୁବତୀଙ୍କୁ ଚଳନ୍ତା ବସ୍‌ରୁ ଠେଲିଦେଲେ

ଚାଇନାକୁ ଦୃଢ଼ ଯବାବ ଦେଇଛି ଭାରତ

କେମିତି ବିକାଶକୁ ଗରିଫ କଲା ପୋଲିସ ? ପୁରା ଘଟଣା ଥିଲା ଏମିତି

୨୭୮ ପୋଲିସ କର୍ମଚାରୀ କରୋନା ପଜିଟିଭ

ଦେଶରେ କରୋନା ରେକର୍ଡ; ୨୪ ଘଣ୍ଟାରେ ୨୫ ହଜାର ଆକ୍ରାନ୍ତ ଚିହ୍ନଟ

ଫେସବୁକ୍,‌ ଟିକ୍‌‌ଟକ୍‌ ପରି ଆପ୍‌ ବ୍ୟବହାର ନ କରିବାକୁ ସେନାକୁ ନିର୍ଦ୍ଦେଶ

ସାମୟିକ ଋଣ ଉପରେ ସୁଧ ହାର ହ୍ରାସ କଲା ଏସ୍‌ବିଆଇ

ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ଗିରଫ

ମୃତ୍ୟୁ ଭୟରେ ନ୍ୟୁଜ ଚାନେଲ୍‌ରେ ଆତ୍ମସର୍ମପଣ କରିବାକୁ ଚାହୁଁଛି ବିକାଶ ଦୁବେ

ଏନ୍‌କାଉଣ୍ଟରରେ ଅପରାଧୀ ବିକାଶ ଦୁବେର ୨ ସହଯୋଗୀ ନିହତ

You might also like