ଆସିଲା ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ କରୋନା ରିପୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍‌ଙ୍କୁ କରୋନା ହୋଇନାହିଁ। ତାଙ୍କର କରୋନା ଟେଷ୍ଟ ନେଗେଟିଭ୍ ଆସିଛି। ଏନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ସୋମବାର ଅସୁସ୍ଥ ଅନୁଭବ କରିଥିଲେ ଜୈନ। ତାଙ୍କୁ ଜ୍ୱର ହେବା ସହିତ ପ୍ରଶ୍ୱାସ ନେବାର ଅସୁବିଧା ହେବାରୁ ତାଙ୍କୁ ଗତକାଲି ସୋମବାର ରାତିରେ ରାଜୀବ ଗାନ୍ଧି ସୁପର ସ୍ପେଶାଲିଟି ହସ୍‌ପିଟାଲ୍‌ରେରେ ଭର୍ତ୍ତି କରାଯାଇଥିଲା।

ଏନେଇ ଆଜି ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ସେ ତାଙ୍କ ଟ୍ୱିଟ୍‌ରେ ଲେଖିଛନ୍ତି “ ପ୍ରବଳ ଜ୍ୱର ଓ ଶରୀରରେ ଅମ୍ଳଜାନ ସଂଖ୍ୟା ହଠାତ୍ ହ୍ରାସ ପାଇବାରୁ ମୁଁ  RGSSH ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲି। ଏହା ସମସ୍ତଙ୍କ ଜଣାଇ ଦିଆଯାଇଥିଲା।” ଆଜି ତାଙ୍କର ରିପୋର୍ଟ ନେଗେଟିଭ୍‌ ଆସିବା ନେଇ ସୂଚନା ଦେଇଛି ଦିଲ୍ଲୀ ସିଏମ୍‌ଓ।

ଗତ ସପ୍ତାହରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍‌ଙ୍କୁ ଜ୍ୱର ଓ ଗଳାରେ ସମସ୍ୟା ହେବାରୁ ସେ ମଧ୍ୟ ତାଙ୍କ ଘରେ ସଂଗରୋଧରେ ରହିଥିଲେ। ଏହାପରେ କରୋନା ସନ୍ଦେହ ନେଇ ତାଙ୍କର ମଧ୍ୟ କୋଭିଡ୍‌-୧୯ ଟେଷ୍ଟ କରାଯାଇଥିଲା। ତାଙ୍କର ମଧ୍ୟ କୋଭିଡ୍‌-୧୯ ରିପୋର୍ଟ ନେଗେଟିଭ୍ ଆସିଥିଲା।

କୋଭିଡ୍-୧୯ ସଂକ୍ରମଣରେ ଦିଲ୍ଲୀ ଦେଶର ତୃତୀୟ ସ୍ଥାନରେ ରହିଛି। ଏଠାରେ ସଂକ୍ରମଣ ସଂଖ୍ୟା ୪୨,୮୨୯ ଥିବା ବେଳେ ମୃତ୍ୟୁ ସଂଖ୍ୟା୧୪୦୦ରେ ପହଞ୍ଚିଛି।

 

You might also like