ମଦ ବିକ୍ରି ଉପରେ ଲାଗିଲା ସ୍ୱତନ୍ତ୍ର କରୋନା ଫି

ନୂଆଦିଲ୍ଲୀ: ଦୀର୍ଘଦିନ କଟକଣା ପରେ ମଦ ଦୋକାନ ଖୋଲିବାକୁ ଗତକାଲି ଅନୁମତି ମିଳିବା ପରେ ମଦପାଇଁ ଲମ୍ବାଧାଡ଼ି ଦେଖିବାକୁ ମିଳିଥିଲେ। ମଦ କିଣିବା ପାଇଁ ଏତେ ଭିଡ ଜମିଥିଲା ଯେ, ଲୋକେ କରୋନା ଗାଇଡ୍‌ଲାଇନ ବି ଭୁଲି ଯାଇଥିଲେ। କେତେକ ଜାଗାରେ ପୋଲିସ ହସ୍ତକ୍ଷେପ କରି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା। ଯାହା ବି ହେଉ, ମଦ ଦୋକାନ ଖୋଲିବା ପାଇଁ ଅନୁମତି ମିଳିବା ପରେ ନିୟମିତ ମଦ୍ୟପାନ କରୁଥିବା ଲୋକେ ଖୁସି ହୋଇ ଯାଇଥିଲେ। ତେବେ ଆଜି ସେମାନଙ୍କ ଖୁସିରେ ଭଟ୍ଟା ପଡ଼ିଯିବ ନିଶ୍ଚୟ ।  କାରଣ ମଦ ଉପରେ ଲାଗିଛି କରୋନା ଫି‘।

ଦିଲ୍ଲୀରେ ମଦ ବିକ୍ରି ଉପରେ ଲାଗିଲା ସ୍ୱତନ୍ତ୍ର କରୋନା ଫି।  ମଦବିକ୍ରି ଉପରେ ୭୦ ପ୍ରତିଶତ ଅଧିକା ଟ୍ୟାକ୍ସ ଲାଗୁ କରିଛନ୍ତି ଦିଲ୍ଲୀ ସରକାର। ଆଜିଠୁ ଦିଲ୍ଲୀରେ ଲୋକେ ମଦକୁ ଅଧିକ ୭୦ ପ୍ରତିଶତ ଟ୍ୟାକ୍ସ ଦେଇ କିଣିବେ। ଗତକାଲି ତୃତୀୟ ପର୍ଯ୍ୟାୟ ଲକଡାଉନ୍ ଲାଗୁ ହେବା ପରେ ମଦ ବିକ୍ରି ଉପରେ ନିୟମ କୋହଳ ହୋଇଛି । ଗ୍ରୀନ୍ ଜୋନ୍‌ରେ ମଦ ବିକ୍ରି ପାଇଁ ଅନୁମତି ମିଳିଛି।

ଏହି ଅନୁସାରେ ଦିଲ୍ଲୀର ୧୫୦ ଛୋଟ, ବଡ଼ ଦୋକାନରେ ମଦ ବିକ୍ରି ହେଉଛି। ଲୋକଙ୍କ ପ୍ରବଳ ଗହଳି ଓ ଚାହିଦା ଥିବା ଗତକାଲି ଦେଖାଦେଇଥିଲା। ଯାହାକୁ ନଜରରେ ରଖି ଦିଲ୍ଲୀ ସରକାର ଏହି ନିୟମକୁ ଲାଗୁ କରିଛନ୍ତି।  ତେବେ ମିଳିବାକୁ ଥିବା ୭୦ ପ୍ରତିଶତ ଅଧିକ ଟ୍ୟାକ୍ସକୁ କରୋନା ମୁକାବିଲା କ୍ଷେତ୍ରରେ ବିନିଯୋଗ କରାଯିବ ବୋଲି ଦିଲ୍ଲୀ ସରକାର ସୂଚନା ଦେଇଛନ୍ତି। 

ଦିଲ୍ଲୀରେ ଏହି ନୂଆ ମଦ ନିୟମ ଲାଗୁ ପରେ ଏବେ ଅନ୍ୟ କିଛି ରାଜ୍ୟରେ ବି ଏହାକୁ ଲାଗୁ କରିବାକୁ ଯୋଜନା ପ୍ରସ୍ତୁତ ହେଉଛି।  ସୂଚନାଥାଉ କି, ଗତକାଲି କେବଳ ଉତ୍ତରପ୍ରଦେଶରେ ୩୦୦ କୋଟିରୁ ଅଧିକ ଟଙ୍କାର ମଦ ବିକ୍ରି ହୋଇଥିବାବେଳେ  କର୍ଣ୍ଣାଟକରେ ୪୫ କୋଟିର ମଦ ବିକ୍ରି ହୋଇଛି। 

You might also like