ରାଜଧାନୀରେ ଘରେ ବସି ମଦ ଅର୍ଡର କରିପାରିବେ ଗ୍ରାହକ

ହୋମ ଡେଲିଭରିକୁ ଅନୁମତି ଦେଲେ କେଜ୍ରିୱାଲ ସରକାର

ନୂଆଦିଲ୍ଲୀ : ଜାତୀୟ ରାଜଧାନୀ ଦିଲ୍ଲୀରେ ମଦର ହୋମ ଡେଲିଭରିକୁ ଅନୁମତି । ମୋବାଇଲ ଆପ୍ କିମ୍ବା ଅନଲାଇନ ୱେବ୍ ପୋର୍ଟାଲ ମାଧ୍ୟମରେ ମଦର ହୋମ ଡେଲିଭରିକୁ ଅନୁମତି ଦେଇଛନ୍ତି କେଜ୍ରିୱାଲ ସରକାର । ଏହା ପୂର୍ବରୁ ଛତିଶଗଡ଼ ସରକାର ମଦର ହୋମ ଡେଲିଭରି ଆରମ୍ କରିଥିଲେ । କରୋନା କାଳରେ ମଦ ଦୋକାନ ସାମ୍ନାରେ ଏକାଠି ହେଉଥିବା ଭିଡକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ସରକାର ।

ଦିଲ୍ଲୀ ଅବକାରୀ ଅଧିନିୟମ ୨୦୨୧ ଅନୁସାରେ ଏଲ ୧୩ ଲାଇସେନ୍ସ ଧାରକଙ୍କୁ ଲୋକଙ୍କ ଘରେ ମଦ ପହଞ୍ଚାଇବାର ଅନୁମତି ପ୍ରଦାନ କରାଯିବ । ମୋବାଇଲ ଆପ୍ ମିମ୍ବା ୱେବ୍ ପୋର୍ଟାଲ ଜରିଆରେ ଅର୍ଡର ମଳିଲେ ହିଁ ମଦର ହୋମ ଡେଲିଭରି କରାଯିବ । ଅନ୍ୟପଟେ କୌଣସି ଛାତ୍ରାବାସ, କାର୍ଯ୍ୟାଳୟ କିମ୍ବା ଶିକ୍ଷାନୁଷ୍ଠାନରେ ମଦର ହେଲିଭରି କରାଯିବ ନାହିଁ ବୋଲି କଡ଼ା ନିର୍ଦ୍ଦେଶ ରହିଛି ।

ତେବେ ଏହା ପୂର୍ବରୁ ମଧ୍ୟ ମଦର ହୋମ ଡେଲିଭରିକୁ ଅନମୁତି ପ୍ରଦାନ କରାଯାଇଥିଲା । କିନ୍ତୁ ଇମେଲ କିମ୍ବା ଫ୍ୟାକ୍ସ ଜରିଆରେ ଅର୍ଡର କରିବା ପରେ ହିଁ ଲାଇସେନ୍ସଧାରକ ଘରେ ମଦ ପହଞ୍ଚାଉଥିଲେ । ଆଉ ଏବେ ମୋବାଇଲ ଆପ୍ ଓ ୱେବ୍ । ପୋର୍ଟାଲ ଜରିଆରେ ଗ୍ରାହକଙ୍କୁ ଘରେ ବସୀ ମଦ ମିଳିପାରିବ । ତେବେ ରାଜଧାନୀର ସମସ୍ତ ମଦ ଦୋକାକୁ ମଦର ହୋମ ଡେଲିଭରି ପାଇଁ ତୁରନ୍ତ ଅଧିକୃତ କରାଯିବ ନାହିଁ ବୋଲି ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ସୂଚନାଯୋଗ୍ୟ ରାଜ୍ୟ ସରକାର ମଦର ହୋମ ଡେଲିଭରି ଉପରେ ବିଚାର କରିବା ଆବଶ୍ୟକ ବୋଲି ଗତ ବର୍ଷ କହିଥିଲେ ସୁପ୍ରିମକୋର୍ଟ । କାରଣ କରୋନାର ପ୍ରଥମ ଲହରୀ ମଧ୍ୟରେ ମଦ ଦୋକାନ ସାମ୍ନାରେ ବହୁତ ଭିଡ ପରିଲକ୍ଷିତ ହେଉଥିଲା । ମଦ ପାଇଁ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦେଉନଥିଲେ ଲୋକେ । ଏହାପରେ କରୋନର ଦ୍ୱିତୀୟ ଲହରୀ ଆସିବା ପରେ ଦିଲ୍ଲୀରେ ମଦ ଦୋକନ ସବୁ ହୋଇଯାଥିଲା ।

ସେପଟେ ସଂକ୍ରମଣ ଧୀରେ ଧୀରେ ହ୍ରାସ ପାଉଥିବାରୁ ଜାତୀୟ ରାଜଧାନୀ ଦିଲ୍ଲୀରେ ଅନଲକ୍ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଅନଲକ୍ ପ୍ରକ୍ରିୟାର ପ୍ରଥମ ସପ୍ତାହରେ କାରଖାନା ଏବଂ ନିର୍ମାଣ କାର୍ଯ୍ୟକୁ ଅନୁମତି ଦିଆଯାଇଛି । କଟକଣା କୋହଳ ହୋଇଥିଲେ ହେଁ ଏହି ସପ୍ତାହରେ ଦିଲ୍ଲୀରେ ମେଟ୍ରୋ ବନ୍ଦ ରହିବ। କର୍ଫ୍ୟୁ ପୂର୍ବ ପରି ଜୁନ୍ ୭ ସକାଳ ୫ ଟା ପର୍ଯ୍ୟନ୍ତ ଜାରି ରହିବ। କାରଖାନା ଏବଂ ନିର୍ମାଣ କାର୍ଯ୍ୟ ସହିତ ଜଡିତ ଲୋକଙ୍କ ପାଖରେ ଇ-ପାସ୍ ରହିବା ଜରୁରୀ । କର୍ମଚାରୀ ଏବଂ ଶ୍ରମିକମାନଙ୍କ ପାଇଁ ନିଯୁକ୍ତିଦାତା, କଣ୍ଟ୍ରାକ୍ଟର ଓ ମାଲିକମାନଙ୍କୁ ଇ-ପାସ୍ ପାଇଁ ଆବେଦନ କରିବାକୁ ପଡିବ   ।

 

You might also like