କେଜରିୱାଲଙ୍କ ବିରୋଧରେ ଲଢିବେ ଏଇ ଦୁଇ ନେତା

ନୂଆଦିଲ୍ଲୀ: ଦିଲ୍ଲୀ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଛନ୍ତି ବିଭିନ୍ନ ରାଜନୈତିକ ଦଳ । ତେବେ ସମସ୍ତଙ୍କ ନଜର ୩ଟି ଦଳ  କଂଗ୍ରେସ, ବିଜେପି ଓ ଆପ୍‌ ଉପରେ । ଦିଲ୍ଲୀ ସିଂହାସନ ହାସଲ ନିମନ୍ତେ ତିନି ଦଳ ନିଜ ନିଜର ରଣ କୌଶଳ ପ୍ରସ୍ତୁତ କରୁଛନ୍ତି। ଇତି ମଧ୍ୟରେ ବିଜେପି ତା’ର ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଦଳ ଏଠାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲଙ୍କ ବିରୋଧରେ ଜଣେ ନୁଆ ମୁହଁଙ୍କୁ ପ୍ରାର୍ଥୀ କରିଛି । ସେ ହେଉଛନ୍ତି ସୁନୀଲ ଯାଦବ।

ନୂଆଦିଲ୍ଲୀ ଆସନ ପାଇଁ କେଜରିଓ୍ୱାଲଙ୍କ ବିରୋଧରେ ବିଜେପି ପକ୍ଷରୁ ପ୍ରାର୍ଥୀ ହୋଇଥିବା ସୁନିଲ ଏବେ ଦିଲ୍ଲୀ ବିଜେପି ଯୁବ ମୋର୍ଚ୍ଚା ସଭାପତି ଅଛନ୍ତି। ଆଇନଜୀବୀ ଭାବେ କାର୍ଯ୍ୟରତ ସୁନିଲ ଦିଲ୍ଲୀ ବିଜେପି ଯୁବମୋର୍ଚ୍ଚା ସହ ଦୀର୍ଘଦିନ ହେବ ସଂପୃକ୍ତ ଅଛନ୍ତି ।

ସେହିପରି କଂଗ୍ରେସ ରମେଶ ସଭରୱାଲଙ୍କୁ ପ୍ରାର୍ଥୀ କରିଛି। ରମେଶ ୪୦ ବର୍ଷ ଧରି କଂଗ୍ରେସ ସହ ଜଡ଼ିତ ଅଛନ୍ତି। ସେ ଏନଏସୟୁଆଇ ସହ ତାଙ୍କର ରାଜନୈତିକ ଯାତ୍ରା ଆରମ୍ଭ କରିଥିଲେ।

ତେବେ ଏଥିରୁ ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ, ଦୁଇ ଦଳ କେଜରିୱାଲଙ୍କ ବିରୋଧରେ ନିଜର କୌଣସି ବଡ ଚେହେରାଙ୍କୁ ସାମ୍ନାକୁ ନାହାନ୍ତି। ଅବଶ୍ୟ  ଏହାର ଉତ୍ତର ସ୍ପଷ୍ଟ। କାରଣ ଏଠାରେ କେଜରିୱାଲଙ୍କ ସହ ମୁକାବିଲା କରିବା ଦୁଇ ଦଳଙ୍କ ପାଇଁ କାଠିକାର ପାଠ ହେବ। ଜୀବନର ପ୍ରଥମ ନିର୍ବାଚନ କେଜରିୱାଲ ଲଢିଥିଲେ ୨୦୧୩ରେ ଏବଂ କଂଗ୍ରେସର ବରିଷ୍ଠ ନେତ୍ରୀ ଶିଲା ଦୀକ୍ଷିତଙ୍କୁ ହରାଇ ହୋଇଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ। ସେହିପରି ୨୦୧୫ରେ ବିଜେପି ନେତା ନୁପୂର ଶର୍ମାଙ୍କୁ ହରାଇଥିଲେ। ତେଣୁ ଏମିତିରେ ଦେଖିଲେ କେଜରିୱାଲଙ୍କ ସାମ୍ନା କରିବା ପରି ନେତା ବିଜେପି ବା କଂଗ୍ରେସରେ ପ୍ରାୟ ନାହାନ୍ତି କହିଲେ ଚଳେ।

ଆହୁରି ପଢ଼ନ୍ତୁ

‘ଏପ୍ରିଲ ଫୁଲ୍‌’ କରିବାକୁ ଯାଇ କରନ୍ତୁ ନାହିଁ ଏମିତି ଭୁଲ, ନ ହେଲେ…

ସାରା ବିଶ୍ୱରେ ୮ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

‘ପିଏମ କେୟାର୍ସ ଫଣ୍ଡ’କୁ ଦାନ କଲେ ମୋଦିଙ୍କ ମା’

ପୂରା ବିଶ୍ୱରେ କରୋନା ସ୍ଥିତି ଜଟିଳ: ପଢ଼ନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ

ନିଜାମୁଦ୍ଦିନ ଧାର୍ମିକ ସଭାରୁ ଫେରିଥିବା ୫୦ ତାମିଲନାଡୁ ନାଗରିକ କରୋନା ଆକ୍ରାନ୍ତ

ମହାରାଷ୍ଟ୍ରରେ ଆଜି ୭୨ କରୋନା ରୋଗୀ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୩୦୦ ଟପିଲା

କୋଭିଡ୍-୧୯ ଆକ୍ରାନ୍ତରେ ୧୨ ବର୍ଷୀୟା ନାବାଳିକାଙ୍କ ମୃତ୍ୟୁ

ପ୍ରବାସୀ ଶ୍ରମିକଙ୍କ ପାଇଁ କମିଟି ଗଠନ କରିବାକୁ ୨୪ ଘଣ୍ଟା ମହଲତ ଦେଲେ ସୁପ୍ରିମକୋର୍ଟ

BSNLର ମାଗଣା ସୁବିଧା; ଜିଓ, ଏୟାର୍‌ଟେଲ୍‌ ଓ ଭୋଡ଼ା ଆଣିଲେ ନୂଆ ଅଫର୍‌

ଆଦିବାସୀଙ୍କ ପାଇଁ କାନ୍ଧରେ ଖାଦ୍ୟ ସାମଗ୍ରୀ ବୋହି ୩କିମି ଚାଲିଲେ ଜିଲ୍ଲାପାଳ ଓ ବିଧାୟକ

୧୬ କର୍ମଚାରୀ କରୋନା ପଜିଟିଭ; କମ୍ପାନୀ ସିଲ୍‌ କଲା ପ୍ରଶାସନ

କରୋନା ରୋଗୀଙ୍କ ପାଇଁ ପାର୍କରେ ମେଡିକାଲ ନିର୍ମାଣ କଲା ଆମେରିକା

You might also like