ମୁହଁରେ ଅକ୍ସିଜେନ୍ ମାସ୍କ, ଆଉ ସ୍ପିକରରେ ଲଭ ୟୁ ଜିନ୍ଦେଗୀର ଗୀତ

ମୃତ୍ୟୁର ତାଣ୍ଡବ ଭିତରେ ଲୋକଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରୁଛନ୍ତି ୩୦ ବର୍ଷୀୟ କରୋନା ସଂକ୍ରମିତ ସାହସୀ ଯୁବତୀ

  • ନିରାଶଭରା ମାହୋଲରେ ଉତ୍ସାହ ଓ ସାହସର କାହାଣୀ
  • ସୋସିଆଲ ମିଡିଆରେ ଭାଇରାଲ୍ ଭୋଭିଡ଼ ସଂକ୍ରମିତ ଯୁବତୀଙ୍କ ଭିଡିଓ
  • ଦିଲ୍ଲୀ ହସ୍ପିଟାଲର ଜଣେ ଡାକ୍ତର ଟ୍ୱିଟ୍ କରିଛନ୍ତି ଭିଡିଓ
  • ଏକ ଘଣ୍ଟା ମଧ୍ୟରେ ଭାଇରାଲ ହେଲୋ ଭିଡିଓ

ନୂଆଦିଲ୍ଲୀ : ଚାରିଆଡେ ମୃତ୍ୟୁର ତାଣ୍ଡବ, ହସ୍ପିଟାଲ ପରିସରର ଅସହ୍ୟ ନୀରବାତ ଖାଇ ଗୋଡଉଛି । ଆତ୍ମୀୟ ସ୍ୱଜନଙ୍କ କାନ୍ଦବୋବାଳିରେ ଫାଟି ପଡ଼ୁଛି କୋଭିଡ ଏମରଜେନ୍ସି ୱାର୍ଡ । ଅସହ୍ୟ ହେଉଛି ଅଦୃଶ୍ୟ ଭାଇରସର ଦୌରାତ୍ମ୍ୟ । ଲାଗୁଛି ଯେପରି ଏବେ ପିଣ୍ଡରୁ ପ୍ରାଣ ଚାଲିଯିବ । ତଥାପି ଡରାଇ ପାରିନି ମହାମାରୀ । ବିଷ୍ଣର୍ଣତାର ମାହୋଲ ଭିତରେ ଉତ୍ସାହ ସୃଷ୍ଟି କରୁଛନ୍ତି ୩୦ ବର୍ଷୀୟ କରୋନା ସଂକ୍ରମିତ ସାହସୀ ଯୁବତୀ ।

ମୁହଁରେ ଅକ୍ନିଜେନ୍ ମାସ୍କ, ଆଉ ସ୍ପିକରରେ ଲଭ ୟୁ ଜିନ୍ଦେଗୀର ଗୀତ । ଅସହାୟତାର ପରିବଶେ ମଧ୍ୟରେ ବି ଜୀବନ ପ୍ରତିଟି ମୁହୂର୍ତ୍ତକୁ ଖୋଲାଖୋଲି ଉପଭୋଗ କରୁଛନ୍ତି । ମହାମାରୀକୁ ହରାଇବାର ଦୃଢ଼ ଇଚ୍ଛା ଶକ୍ତି ଆଗରେ ମୃତ୍ୟୁର ଭୟ ଅପସରି ଯାଇଛି । ଆଖି ଆଗରେ ନାଚି ଉଠୁଛି ପରିବାର ସହ କଟେଇଥିବା ଖୁସିର ଦିନ । ମନରେ ଲଢ଼େଇ କରିବାର ଉତ୍ସାହ ନେଇ ବେଡରେ ବସିରହିଛନ୍ତି ଯୁବତୀ । ଦିଲ୍ଲୀ ହସ୍ପିଟାଲର ଏପରି ଏକ ଭିଡିଓ ଏବେ ଖୁବ ଭାଇରାଲ ହେଉଛି ।

ଜଣେ ଡକ୍ଟର ମୋନିକା ଲାଙ୍ଗେ ଶନିବାର ଏକ ଭିଡିଓ ଟ୍ୱିଟ କରିଛନ୍ତି। ଟ୍ୱିଟ କରିବାର ଖୁବ ସମୟ ମଧ୍ୟରେ ଏହି ଭିଡିଓ ଭାଇରାଲ୍ ହେବା ସହ ଲୋକ ଅନେକ ପ୍ରତିକ୍ରିୟା ଦେଇଛନ୍ତି । ମୋନିକା ଟ୍ୱିଟରେ ଲେଖିଛନ୍ତି, ଏହି ଯୁବତୀଙ୍କ ବୟସ ମାତ୍ର ମାତ୍ର ୩୦ ବର୍ଷ । କରୋନାରେ ସଂକ୍ରମିତ ହୋଇଥିବା ବେଳେ ତାଙ୍କର ଅବସ୍ଥା ଗୁରୁତର ରହିଛି । ଆଇସିୟୁ ଉପଲବ୍ଧ ନଥିବାରୁ ତାଙ୍କୁ କୋଭିଡ ଏକରଜେନ୍ସି ୱାର୍ଡରେ ଚିକିତ୍ସା କରାଯାଉଛି । ଦୀର୍ଘ ୧୦ ଦିନ ଧରି ତାଙ୍କର ଚିକିତ୍ସା ଚାଲିଛି। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଏନଆଇଭି ସପୋର୍ଟରେ ରଖାଯାଇଛି , ରେମଡେସିଭିର ଦିଆଯାଇଛି ଏବଂ ପ୍ଲାଜମା ଥେରାପି ମଧ୍ୟ କରାଯାଇଛି ।

ଯୁବତୀଙ୍କ ଇଚ୍ଛାଶକ୍ତି ଅତ୍ୟନ୍ତ ଶକ୍ତିଶାଳୀ । କୌଣସି ବି ମୁହୂର୍ତ୍ତରେ କିଛି ବି ହୋଇପାରେ । ହେଲେ ସେ ନୀରବ ଆଉ ନିଶ୍ଚଳ । ନିଶ୍ୱାସ ନେଇ ପାରୁନଥିବା ଯୁବତୀ ଜଣକ ଗୀତ ଶୁଣିବା ପାଇଁ ମୋର ଅନୁମତି ମାଗିଥିିଲେ । ମେଡ଼ିକାଲ ପରିସରରେ ଏପରି କରିବା ବାରଣ ଥିଲେ ସୁଦ୍ଧା ମୁଁ ଏଥିପାଇଁ ତାଙ୍କୁ ଅନୁମତି ଦେଇଥିଲି । ଏତେ କଷ୍ଟ ପାଉଥିଲେ ସୁଦ୍ଧା ତାଙ୍କର ମୁହଁର ଚମକ ମଳିନ ପଡ଼ିନି । ମହାମାରୀ ତାଙ୍କୁ ଭୟଭୀତ କରିପାରୁନି । ସେ ସବୁ କଷ୍ଟର ସାମ୍ନା କରିବାକୁ ଯେପରି ପ୍ରସ୍ତୁତ ହୋଇ ବସିଛନ୍ତି । ତାଙ୍କର ଏହି ଭିଡିଓ ଦେଖି ଅନ୍ୟମାନଙ୍କୁ ପ୍ରେରଣା ମିଳିବ ନିଶ୍ଚୟ । ତେବେ ଏହି ଭିଡିଓ ଭାଇରାଲ ହେବା ପରେ  ଯୁବତୀଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି ୟୁଜର ଏବଂ ତୁରନ୍ତ ତାଙ୍କୁ ଆଇସିୟୁରେ ଭର୍ତ୍ତି କରିବାକୁ ଅନୁରୋଧ କରିଛନ୍ତି ।

You might also like