ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀଙ୍କ ମନୀଷ ସିସୋଦିଆଙ୍କ ଘରେ ଆକ୍ରମଣ

ନୂଆଦିଲ୍ଲୀ: ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀଙ୍କ ମନୀଷ ସିସୋଦିଆଙ୍କ ଘରେ ଆକ୍ରମଣ ହୋଇଛି। କିଛି ଦୁର୍ବୃତ୍ତ ତାଙ୍କ ଦିଲ୍ଲୀସ୍ଥିତି ବାସଭବନରେ ଆକ୍ରମଣ କରିଥିବା ସୂଚନା ମିଳିଛି। ଏମାନେ ବିଜେପିର ଗୁଣ୍ଡା ବୋଲି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ଅଭିଯୋଗ କରିଛନ୍ତି। ଏନେଇ ସେ ଟ୍ୱିଟ୍‌ କରି ସୂଚନା ଦେବା ସହିତ ଆକ୍ରମଣ ବେଳର ଭିଡିଓ ବି ଅପ୍‌ଲୋଡ କରିଛନ୍ତି।

ଏହି ଆକ୍ରମଣକୁ ନେଇ ସିଧା ବିଜେପିକୁ ଟାର୍ଗେଟ କରିଛି ଦଳ। ନିର୍ବାଚନ ହାରିଗଲେ ବୋଲି ବିଜେପି ଏମିତି ରାଗ ସୁଝଉଛି ବୋଲି ଆପ୍‌ କହିଛି। ଏନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ପ୍ରଶ୍ନ କରିଛନ୍ତି ମନୀଷ ସିସୋଦିଆ।

ଭିଡିଓ ଟ୍ୱିଟ୍ କରି ମନୀଷ ଲେଖିଛନ୍ତି “ ଆଜି ବେଜେପିର ଗୁଣ୍ଡାମାନେ ମୋ ଅନୁପସ୍ଥିତିରେ ମୋ ଘରେ ପଶିଯାଇଥିଲେ। ସେମାନେ ମୋ ପତ୍ନୀ ଓ ପିଲାମାନଙ୍କ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ। @AmitShah ଆଜି ଆପଣ ଦିଲ୍ଲୀ ରାଜନୀତିରେ ହାରିଗଲେ ବୋଲି ଏବେ ଏମିତି ଆମ ସହିତ ମୁକାବିଲା କରିବେ ?”

ମଙ୍ଗଳବାର କୃଷକ ଆନ୍ଦୋଳନ ଚାଲିଥିବା ବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍‌ଙ୍କୁ ଗୃହବନ୍ଦୀ କରି ରଖାଯାଇଥିବା ଅଭିଯୋଗ କରିଥିଲା ଆମ ଆଦ୍‌ମି ପାର୍ଟି। କେନ୍ଦ୍ର ସରକାରଙ୍କର ନୂଆ କୃଷି ବିଲ୍ ବିରୋଧରେ ଆନ୍ଦୋଳନରତ ଚାଷୀଙ୍କୁ ଭେଟିବା ପରେ କେଜରିୱାଲଙ୍କୁ ଗୃହବନ୍ଦୀ କରି ରଖାଯାଇଛି ବୋଲି ଅଭିଯୋଗ କରିଥିଲା ଆପ୍‌। ଯାହାକୁ ଖଣ୍ଡନ କରିଥିଲା ଦିଲ୍ଲୀ ପୋଲିସ। ସୁରକ୍ଷା ଦୃଷ୍ଟିରୁ ଏପରି କରାଯାଇଥିବା ପୋଲିସ କହିଥିଲା।

 

 

You might also like