ଦିଲ୍ଲୀ ସରକାରଙ୍କ ପାଖରେ ଟଙ୍କାର ଅଭାବ

ନୂଆଦିଲ୍ଲୀ: ଘୋର ଆର୍ଥିକ ସଂକଟରେ ଦିଲ୍ଲୀ ସରକାର। ରାଜ୍ୟ ସରକାରଙ୍କ କର୍ମଚାରୀଙ୍କୁ ଦରମା ଦେବାକୁ ମଧ୍ୟ କେଜରିଓ୍ୱାଲ ସରକାରଙ୍କ ପାଖରେ ଟଙ୍କା ନାହିଁ। ଏଣୁ ତୁରନ୍ତ ୫ ହଜାର କୋଟି ଟଙ୍କା ଦେବା ଲାଗି କେନ୍ଦ୍ରକୁ ନିବେଦନ କରିଛନ୍ତି ରାଜ୍ୟ ସରକାର। ଏଭଳି ଏକ ବିପତ୍ତି ବେଳେ କେନ୍ଦ୍ର ସରକାର ଦିଲ୍ଲୀବାସୀଙ୍କୁ ସହାୟତା ଯୋଗାଇଦେବାକୁ ଟ୍ୱିଟ୍ କରି ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ।

ଉପମୁଖ୍ୟମନ୍ତ୍ରୀ ତଥା ରାଜ୍ୟର ଅର୍ଥମନ୍ତ୍ରୀ ମନୀଷ ସିସୋଦିଆ ମଧ୍ୟ ୫ ହଜାର କୋଟି ଟଙ୍କା ଦେବାକୁ ଦାବି କରିଛନ୍ତି। ଅନ୍ୟ ରାଜ୍ୟ ଭଳି ଦିଲ୍ଲୀ ବିପର୍ଯ୍ୟୟ ପାଣ୍ଠିରୁ ସହାୟତା ପାଇନାହିଁ ବୋଲି ସେ କହିଛନ୍ତି।

କର୍ମଚାରୀଙ୍କ ଦରମା ଓ ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ମାସକୁ ୩ ହଜାର ୫୦୦ କୋଟି ଟଙ୍କା ଦରକାର। ତେବେ ଗତ ୨ ମାସରେ ଜିଏସଟି ବାବଦରେ ୫୦୦ କୋଟି ଟଙ୍କା ଆୟ ହୋଇଛି। ଏଣୁ କେନ୍ଦ୍ର ସରକାର ସହାୟତା ଦେବାକୁ ସିସୋଦିଆ ନିବେଦନ କରିଛନ୍ତି।

You might also like