ଭଲ ଖବର: ୨୪ ଘଣ୍ଟାରେ ଦିଲ୍ଲୀରେ ମୃତ୍ୟୁ ସଂଖ୍ୟା ଶୂନ

ନୂଆଦିଲ୍ଲୀ: ଦେଶରେ ମହାମାରୀ କରୋନା ଭାଇରସ ନିଜର କାୟା ବିସ୍ତାର କରିବାରେ ଲାଗିଛି। ଭାରତରେ କରୋନା ଭାଇରସ ଯୋଗୁ ଏପର୍ଯ୍ୟନ୍ତ ୬୦୩ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ପ୍ରାୟ ୧୯ହଜାର ଲୋକେ ଏଥିରେ ସଂକ୍ରମିତ ହୋଇଛନ୍ତି। ରାଜଧାନୀ ଦିଲ୍ଲୀରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୨୧୫୬ରେ ପହଞ୍ଚିଛି। ହେଲେ ଏହା ଭିତରେ ଏକ ଭଲ ଖବର ଦେଖିବାକୁ ମିଳିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୭୫ଟି ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କିନ୍ତୁ କୌଣସି ଲୋକ ମୃତ୍ୟୁବରଣ କରିନାହାନ୍ତି। ଏପର୍ଯ୍ୟନ୍ତ ଦିଲ୍ଲୀରେ ୬୧୧ ରୋଗୀ ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି।

ଏହାପୂର୍ବରୁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଙ୍ଗଳବାର ଡିଜିଟାଲ ପ୍ରେସ କନଫରେନ୍ସ ମାଧ୍ୟମରେ କହିଛନ୍ତି ଯେ ଦିଲ୍ଲୀରେ କରୋନା ଭାଇରସ କାରଣରୁ ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରୁ ୮୦ ପ୍ରତିଶତ ଲୋକଙ୍କର ବୟସ ୫୦ ବର୍ଷରୁ ଅଧିକ।

କେଜ୍ରିୱାଲ କହିଛନ୍ତି,  ଗତକାଲି ୧୩୯୭ନମୁନା ପରୀକ୍ଷା କରାଯାଇଥିଲା, ସେଥିମଧ୍ୟରୁ ୭୮ଟି ପଜିଟିଭ  ଜଣାପଡିଛି। ସେ ବୃଦ୍ଧମାନଙ୍କୁ ନିଜର ଯତ୍ନ ନେବାକୁ ନିବେଦନ କରିଛନ୍ତି ।

ଦିଲ୍ଲୀ ସରକାର କହିଛନ୍ତି ଯେ ରାଜଧାନୀରେ ରହୁଥିବା ସମସ୍ତ ଗରିବ ଲୋକମାନଙ୍କୁ ଖାଦ୍ୟ ଯୋଗାଇ ଦିଆଯିବ। ୭୧ଲକ୍ଷ ଲୋକଙ୍କୁ ୭.୫ କିଲୋଗ୍ରାମ ରାସନ ମାଗଣା ଦିଆଯିବ। ସେଥିମଧ୍ୟରୁ ୧୦ଲକ୍ଷ ଲୋକମାନଙ୍କ ପାଖରେ ରେସନ କାର୍ଡ ମଧ୍ୟ ନାହିଁ। ୩୦ ଲକ୍ଷରୁ ଅଧିକ ଲୋକମାନଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା କରାଯାଉଛି। ଦିଲ୍ଲୀରେ ପ୍ରାୟ ଏକ କୋଟି ଲୋକଙ୍କୁ ମାଗଣା ରାସନ ଦିଆଯିବ ବୋଲି କେଜ୍ରିୱାଲ କହିଛନ୍ତି।

ଆହୁରି ପଢ଼ନ୍ତୁ

ଦିନକରେ ୧୦ ଆକ୍ରାନ୍ତଙ୍କ ମୃତ୍ୟୁ, ଓଡ଼ିଶାରେ ୭୦୦ ଟପିଲା କରୋନା ମୃତ୍ୟୁ ସଂଖ୍ୟା

୨୪ ଘଣ୍ଟାରେ ଓଡ଼ିଶାରେ ୪,୩୩୦ କରୋନା ପଜିଟିଭ୍‌ ଚିହ୍ନଟ: ଖୋର୍ଦ୍ଧାରୁ ୬୪୪, କଟକରୁ ୫୪୯

ଆଜି ପୁଣି ସୁସ୍ଥ ସଂଖ୍ୟା ୪ହଜାର ଟପିଲା

‘କରୋନାରୁ ଆରୋଗ୍ୟ ପରେ ବି ହୋଇପାରେ ସଂକ୍ରମଣ’

କରୋନା ଆରୋଗ୍ୟ ହାର: ଆମେରିକାକୁ ପଛରେ ପକାଇ ଭାରତ ଆଗରେ

ରାଜଧାନୀରେ ଦିନକରେ ୩୪୨ କରୋନା ପଜିଟିଭ୍ ଚିହ୍ନଟ

COVID-19କୁ ନେଇ ବଢ଼ିଲା ଚିନ୍ତା; ରୂପ ବଦଳାଇ ସୁସ୍ଥ ହୋଇଥିବା ରୋଗୀଙ୍କ ଶରୀରରେ ପୁଣି ସଂକ୍ରମିତ ହେଉଛିି

୨୪ ଘଣ୍ଟାରେ ୯୩, ୩୩୭ କରୋନା ଆକ୍ରାନ୍ତ ଚିହ୍ନଟ

ଓଡ଼ିଶାରେ କରୋନା ସ୍ଥିତି: ଦିନକରେ ୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

Corona Update In Odisha: ୨୪ ଘଣ୍ଟାରେ ୪,୨୦୯ ପଜିଟିଭ୍‌ ଚିହ୍ନଟ

କରୋନା ଭ୍ୟାକ୍‌ସିନ୍‌ ପରେ ଔଷଧ ତିଆରି କଲା ଋଷ

ଭୁବନେଶ୍ୱରରେ ୪୧ ଦୋକାନ ସିଲ୍‌, ୨୮୩୩ ଜଣଙ୍କୁ ଫାଇନ୍‌; କଟକରେ ବି ଆକ୍ସନ ମୋଡ୍‌ରେ ପୋଲିସ୍

You might also like