ଦିଲ୍ଲୀ ବିସ୍ଫୋରଣ ଘଟଣା: ତଦନ୍ତ କରୁଛି NIA

ଦିଲ୍ଲୀ ବିସ୍ଫୋରଣ ଘଟଣାରେ ତଦନ୍ତ କରୁଛି ଏନଆଇଏ

ନୂଆଦିଲ୍ଲୀ: ଦିଲ୍ଲୀ ବିସ୍ଫୋରଣ ଘଟଣାରେ ତଦନ୍ତ କରୁଛି ଏନଆଇଏ। ବିସ୍ଫୋରଣ ହୋଇଥିବା ସ୍ଥାନରୁ ଏକ ଲଫାପା ମଧ୍ୟ ମିଳିଛି।ଯେଉଁଥିରେ ଇସ୍ରାଏଲ ଦୂତାବାସକୁ ନେଇ କିଛି ଲେଖାଯାଇଛି । ଯାଞ୍ଚ ଟିମ ଏବେ ଏହି ଲଫାଫା କୁ ଜବତ କରି ଯାଞ୍ଚ କରୁଥିବା ନେଇ ସୂଚନା ମଧ୍ୟ ରହିଛି।

ସେପଟେ, ଦିଲ୍ଲୀରେ ଥିବା ଇସ୍ରାଏଲ୍‌ ଦୂତାବାସ ନିକଟରେ ଗତକାଲି ଅପରାହ୍ନରେ ବିସ୍ଫୋରଣ ଘଟଣା ପରେ ପୁରା ଦିଲ୍ଲୀ ପୁଲିସ ସହ ଗୃହ ମନ୍ତ୍ରଣାଳୟ ପୂରା ଆଲର୍ଟରେ ରହିଛି। ବିସ୍ଫୋରଣ ବାବଦରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟହୁଙ୍କୁ ଅବଗତ କରାଯାଇଥିବା ବେଳେ ସେ କହିଛନ୍ତି ଯେ ଭାରତ ଉପରେ ତାଙ୍କର ପୁରା ଭରସା ଅଛି। ଅନ୍ୟ ପଟେ ଭାରତ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଦୋଷୀଙ୍କୁ ଛଡ଼ାଯିବ ନାହିଁ। ତେବେ ବିସ୍ଫୋରଣ ପରେ ଉତ୍ତରପ୍ରଦେଶ, ମହାରାଷ୍ଟ୍ର ସହ ଆଉ କିଛି ରାଜ୍ୟରେ ସୁରକ୍ଷା ବଢ଼ାଇ ଦିଆଯାଇଛି |

ଗୋଟିଏ ପଟେ କୃଷକ ଆନ୍ଦୋଳନ, ଅନ୍ୟପଟେ ବିସ୍ଫୋରଣ। ଦିଲ୍ଲୀରେ ଥିବା ଇସ୍ରାଏଲ ଦୂତାବାସ ନିକଟରେ ଆଇଇଡି ବିସ୍ଫୋରଣ ପରେ ସାରା ଦେଶରେ ଏହି ଘଟଣା ଦ୍ରୁତ ଗତିରେ ବ୍ୟାପିଥିଲା।  ଦୂତାବାସ ଠାରୁ ମାତ୍ର ୧୫୦ ମିଟର ଦୂରରେ ଗତକାଲି ଅପରାହ୍ନ ୫.୫ ମିନିଟ ସମୟରେ ଏହି ବିସ୍ଫୋରଣ ହୋଇଛି। ବିସ୍ଫୋରଣରେ ୪-୫ଟି ଗାଡ଼ି କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଥିବା ବେଳେ ମୃତାହତ ହେବା ନେଇ କୌଣସି ସୂଚନା ପାରିନଥିଲା। ତେବେ ବିସ୍ଫୋରଣରେ ଛୋଟ ଧରଣର ହୋଇଥିବା ଦିଲ୍ଲୀ ପୋଲିସ କହିଛି। ତେବେ କାହିଁକି ବିସ୍ଫୋରଣ ହେଲା କିଏ ବିସ୍ଫୋରଣ କଲା ସେ ସମ୍ପର୍କରେ ସୂଚନା ମିଳିପାରି ନାହିଁ।

You might also like