ହଟିଲେ ମନୋଜ, ଆଦେଶ ହେଲେ ଦିଲ୍ଲୀ ବିଜେପି ମୁଖ୍ୟ

ନୂଆଦିଲ୍ଲୀ: ବଦଳିଲେ ଦିଲ୍ଲୀ ବିଜେପି ମୁଖ୍ୟ। ମନୋଜ ତିୱାରୀଙ୍କ ସ୍ଥାନରେ ଆଦେଶ କୁମାର ଗୁପ୍ତା ହେଲେ ଦିଲ୍ଲୀ ବିଜେପି ସଭାପତି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ତାଙ୍କୁ ନୂଆ ପଦରେ ନିଯୁକ୍ତି ଦେଇଛନ୍ତି। ମଙ୍ଗଳବାର ଏ ନେଇ ଦଳ ପକ୍ଷରୁ ସୂଚନା ଦିଆଯାଇଛି।

ଦିଲ୍ଲୀ ବିଜେପି ମୁଖ୍ୟ ବଦରୁ ହଟିବା ପରେ ଦିଲ୍ଲୀବାସୀଙ୍କ ପାଇଁ ଏକ ଟ୍ୱିଟ୍ କରିଛନ୍ତି ଅଭିନେତାରୁ ନେତା ହୋଇଥିବା ମନୋଜ ତିୱାରୀ। ସେ ତାଙ୍କ ଟ୍ୱିଟ୍‌ର୍‌ରେ ଲେଖିଛନ୍ତି, “ ୩.୬ ବର୍ଷ ଧରି ଦିଲ୍ଲୀ ମୁଖ୍ୟ ଭାବେ ମୋତ ସମର୍ଥନ ଓ ସହଯୋଗ କରିଥିବାରୁ ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ପାଖରେ ମୁଁ ଋଣି। ଯଦି ମୋ ଅଜାଣତରେ କିଛି ଭୁଲ୍ ହୋଇଯାଇଥାଏ ତେବେ କ୍ଷମା ଦେବେ।” ଏଥିସହିତ ନୂଆ ଦାୟିତ୍ୱ ପାଇଁ ଆଦେଶ କୁମାର ଗୁପ୍ତାଙ୍କୁ ବଧେଇ ଜଣାଇଛନ୍ତି ମନୋଜ।

କେବଳ ଦିଲ୍ଲୀ ନୁହେଁ ଅନ୍ୟ ରଜ୍ୟଗୁଡ଼ିକ ପାଇଁ ମଧ୍ୟ ନେତୃତ୍ୱରେ ପରିବର୍ତ୍ତନ କରିଛି ବିଜେପି। କେନ୍ଦ୍ରମନ୍ତ୍ରୀ ବିଷ୍ଣୁ ଦେଓଙ୍କୁ ଛତିଶଗଡ଼ ବିଜେପି ମୁଖ୍ୟ ଭାବେ ନିଯୁକ୍ତି ଦେଇଥିବା ବେଳେ ପ୍ରଫେସର ଟିକେନ୍ଦ୍ର ସିଂହଙ୍କୁ ମଣିପୁର ବିଜେପି ମୁଖ୍ୟ ଭାବେ ନିଯୁକ୍ତି ମିଳିଛି।

You might also like