ଦିଲ୍ଲୀ ବିମାନ ବନ୍ଦରକୁ ଆତଙ୍କବାଦୀ ଆକ୍ରମଣ ଧମକ

ନୂଆଦିଲ୍ଲୀ: ଦିଲ୍ଲୀ ଇନ୍ଧିରାଗାନ୍ଧି ଅନ୍ତର୍ଜାତୀୟ ବିମାନବନ୍ଦରକୁ ଆତଙ୍କବାଦୀ ଆକ୍ରମଣ ଧମକ ମିଳିଛି। ଖଲିସ୍ତାନ ଆତଙ୍କବାଦୀ ସଂଗଠନ ପକ୍ଷରୁ ଆକ୍ରମଣର ଧମକ ଦିଆଯାଇଛି। ଆସନ୍ତାକାଲି ଦୁଇଟି ଏୟାର ଇଣ୍ଡିଆ ବିମାନକୁ ଲଣ୍ଡନରେ ପହଞ୍ଚିବାକୁ ଦିଆଯିବ ନାହିଁ ବୋଲି ଧମକ ଦେଇଛି ଆତଙ୍କୀ ସଂଗଠନ।

ଦିଲ୍ଲୀ ପୋଲିସର ସୂଚନା ଅନୁସାରେ, ଖଲିସ୍ତାନ କମାଣ୍ଡୋ ଫୋର୍ସ ଏହି ଆକ୍ରମଣ ଧମକ ଦେଇଛି। ଏନେଇ ଏୟାରପୋର୍ଟ ଡିସିପି ରାଜୀବ ରଞ୍ଜନ କହିଛନ୍ତି, କଲିସ୍ତାନ ସହିତ ସମ୍ପୃକ୍ତ ଥିବା ଗୁରୁପଚଭନ୍ତ ସିଂହ ନାମକ ଆତଙ୍କବାଦୀ ଅନେକ ଲୋକଙ୍କୁ ଫୋନ୍ କରି ଆକ୍ରମଣ ଧମକ ଦେଇଛି। ନଭେମ୍ବର ୫ ତାରିଖରେ ଦୁଇଟି ଏୟାର ଇଣ୍ଡିଆ ବିମାନକୁ ଲଣ୍ଡନରେ ଅବତରଣ କରାଇ ଦିଆଯିବ ନାହିଁ ବୋଲି ସେ ଧମକ ଦେଇଥିବା ରାଜୀବ ରଞ୍ଜନ ସୂଚନା ଦେଇଛନ୍ତି।

ଆତଙ୍କବାଦୀ ଆକ୍ରମଣର ଧମକ ପରେ ଦିଲ୍ଲୀ ପୋଲିସ ଓ ଏୟାରପୋର୍ଟ କର୍ତ୍ତୃପକ୍ଷ ଏବଂ ସିଆଇଏସ୍‌ଏଫ୍‌ ସତର୍କ ହୋଇଛନ୍ତି। ନଭେମ୍ବର ୫ ତାରିଖରେ ୧୯୮୪ ଶିଖ ବିରୋଧୀ ଦଙ୍ଗାକୁ ୩୬ ବର୍ଷ ପୁରୁଥିବାରୁ ଖଲିସ୍ତାନୀ ଆତଙ୍କବାଦୀମାନେ ଏହି ଧମକ ଦେଇଥିବା କୁହାଯାଉଛି।

You might also like