ଦୀପାବଳି ଦେଇଗଲା ପ୍ରଦୂଷଣ: ଧୂଆଁମୟ ରାଜଧାନୀ ଦିଲ୍ଲୀ

ନୂଆଦିଲ୍ଲୀ: ସରିଗଲା ଦୀପାବଳି। ଆଲୋକର ପର୍ବ। ହେଲେ ଦେଇଯାଇଛି ପ୍ରଦୂଷଣ। ଏତେମାତ୍ରାରେ ପ୍ରଦୂଷଣ ଦେଇଛି ଯେ ଧୂଆଁମୟ ହୋଇଯାଇଛି ରାଜଧାନୀ ଦିଲ୍ଲୀ ।

ଗତକାଲି ଦୀପାବଳି ପରେ ଆଜି ସକାଳେ ପ୍ରଦୂଷଣ ମାତ୍ରା ସାଂଘାତିକ ଭାବେ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି ରାଜଧାନୀ ଦିଲ୍ଲୀରେ।  କିଛି ସ୍ଥାନରେ ପ୍ରଦୂଷଣ ସ୍ତର ସାମାନ୍ୟ ବୃଦ୍ଧି ପାଇଥିବାବେଳେ ଆଉ କିଛି ସ୍ଥାନରେ ପ୍ରଦୂଷଣ ସ୍ତର ମାତ୍ରାଧିକ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ଦିଲ୍ଲୀ ଏନ୍ସିଆର୍‌ରେ ଏୟାର କ୍ୱାଲିଟି ଇନ୍‌ଡେକ୍ସ ୩୦୬ରୁ ୩୫୬ ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ପ୍ରଦୂଷଣ ନେଇ ଏୟାର କ୍ୱାଲିଟି ଆଣ୍ଡ ୱେଦର୍ ଫୋରକାଷ୍ଟିଂ ରିସର୍ଚ୍ଚ ପକ୍ଷରୁ ସତର୍କତା ଜାରି କରାଯାଇଛି।

ଆଗକୁ ମଧ୍ୟ ପ୍ରଦୂଷଣ ମାତ୍ରା ବୃଦ୍ଧି ପାଇବା ଆଶଙ୍କା କରାଯାଉଥିବାରୁ ଦିଲ୍ଲୀବାସୀ ବର୍ତ୍ତମାନ ପାଇଁ ସକାଳ ଭମ୍ରଣ ନକରିବାକୁ ସଂସ୍ଥା ପକ୍ଷରୁ ପରାମର୍ଶ ଜାରି କରାଯାଇଛି। ଆଜି ସକାଳେ ଗୁରୁଗ୍ରାମର ଏୟାର କ୍ୱାଲିଟି ଇନ୍ଡେକ୍ସ ୨୭୯ ଥିଲା ଯାହା ଅତ୍ୟନ୍ତ ଖରାପ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ଜାହାଙ୍ଗୀରପୁରୀ ଅଞ୍ଚଳରେ ଏୟାର କ୍ୱାଲିଟି ଇନ୍ଡେକ୍ସ ୩୬୦ ଓ ଆନନ୍ଦ ବିହାର ଅଂଚଳରେ ୩୫୮ଥିବା ସୂଚନା ମିଳିଛି ।

 

You might also like