ନୂଆଦିଲ୍ଲୀ: ୨୪ ଘଣ୍ଟାରେ ଆସିଲା ୧୧୦ ନୂଆ ମାମଲା

ନୂଆଦିଲ୍ଲୀ:ଦେଶରେ କରୋନା ଭାଇରସର ପ୍ରଭାବ ଦିନକୁ ଦିନ ଭୟଙ୍କର ରୂପ ନେଉଛି । ଭାରତରେ ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ସଂଖ୍ୟା ୫୧୯ ଛୁଇଁଲାଣି । ୧୦ ହଜାରରୁ ଅଧିକ ଲୋକ ସଂକ୍ରମିତ ହେଲେଣି । ଇତିମଧ୍ୟରେ ରାଜଧାନୀ ଦିଲ୍ଲୀରେ ସଂକ୍ରମିତଙ୍କ ସଂଖ୍ୟା୨୦୦୩ରେ ପହଞ୍ଚିଲାଣି । ଦିଲ୍ଲୀରେ ଗତ ୨୪ ଘଣ୍ଟା ମଧ୍ୟରେ ୧୧୦ ନୂଆ ମାମଲା ସାମ୍ନାକୁ ଆସିଥିବାବେଳେ ୨ ଜଣଙ୍କର ମୃତ୍ୟୁ ଘଟିଲାଣି । ଅନ୍ୟପକ୍ଷେ ୨୪ ଘଣ୍ଟା ମଧ୍ୟରେ ୮୩ ଜଣ ସୁସ୍ଥ ହୋଇ ଫେରିଛନ୍ତି । ରାଜଧାନୀ ଦିଲ୍ଲୀରେ ବର୍ତ୍ତମାନ ସୁଦ୍ଧ ୨୯୦ ଲୋକସୁସ୍ଥ ହୋଇ ଘରକୁ ଫେରିଲେଣି ଏବଂ ୪୫ ଜଣଙ୍କର ମୃତ୍ୟୁ ଘଟିଲାଣି ।

ପରିସ୍ଥିତିକୁ ଦେଖି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରବିବାର କହିଛନ୍ତି, ଦିଲ୍ଲୀରେ ଲାଗୁ ହୋଇଥିବା ଲକ୍‌ଡାଉନ କଟକଣା କୋହଳ କରାଯିବ ନାହିଁ । ୨ରୁ ଅଢେଇ ମାସ ମଧ୍ୟରେ ବିଦେଶରୁ ଯେତେ ଲୋକ ଆସିଛନ୍ତି, ସେମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ ଦିଲ୍ଲୀର । ତେଣୁ ଦିଲ୍ଲୀ ପାଇଁ ବେଶି ବିପଦ ରହିଛି । ଏହାବ୍ୟତୀତ ମରକଜ୍‌ ମାମଲା ଦିଲ୍ଲୀରେ କରୋନା ଆଶଙ୍କାକୁ ଆହୁରି ସଙ୍ଗୀନ କରିଦେଇଛି । ଯଦି ଲକ୍‌‌ଡାଉନ ନିୟମକୁ କୋହଳ କରି ଦିଆଯାଏ ଏବଂ ପରିସ୍ଥିତି ଖରାପ ହୋଇଯାଏ ତେବେ ନିଜକୁ କେବେ କ୍ଷମା କରିହେବନି । ତେଣୁ ଦିଲ୍ଲୀବାସୀଙ୍କ ଜୀବନର ସୁରକ୍ଷାକୁ ଦୃଷ୍ଟିରେ ରଖି ଲକ୍‌‌ଡାଉନ୍‌ ନିୟମକୁ କୋହଳ କରାଯିବ ନାହିଁ । ଏକ ସପ୍ତାହ ପରେ ପରିସ୍ଥିତି ଉପରେ ପୁନର୍ବାର ବିଚାର କରାଯିବ ।

You might also like