ପ୍ରତିରକ୍ଷା ସଚିବ କରୋନାରେ ଆକ୍ରାନ୍ତ

ନୂଆଦିଲ୍ଲୀ: ପ୍ରତିରକ୍ଷା ସଚିବ ଅଜୟ କୁମାର କରୋନା ପଜିଟିଭ୍ ଚିହ୍ନଟ। ଗତକାଲି ତାଙ୍କ ନମୁନା ପଜିଟିଭ୍ ଆସିଥିବା ସୂଚନା ମିଳିଛି। ୧୯୮୫ ବ୍ୟାଚ ଆଇଏଏସ୍ ଅଫିସର ଅଜୟ କୁମାର ଦେଶର କରୋନା ଲଢ଼େଇରେ ପ୍ରମୁଖ ଭୂମିକା ନିର୍ବାହ କରୁଛନ୍ତି।

ସେପଟେ ପ୍ରତିରକ୍ଷା ସଚିବ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ରାଇସିନା ହିଲ୍ କମ୍ପ୍ଳେକ୍ସର ସାଉଥ୍ ବ୍ଲକର କିଛି ଅଂଶ ସିଲ୍ କରାଯାଇଛି। ବର୍ତ୍ତମାନ ସେଠାରେ ସାନିଟାଇଜ ପ୍ରକ୍ରିୟା ଜାରି ରହିଛି। ସେପଟେ ପ୍ରତିରକ୍ଷା ମନ୍ତ୍ରାଳୟର ବହୁ ବରିଷ୍ଠ ଅଧିକାରୀ ଆସୁନାହାନ୍ତି, ଏପରିକି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଅଫିସ୍ ଆସୁନଥିବା ଜଣାପଡ଼ିଛି।

କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଅଜୟ କୁମାରଙ୍କ ସମ୍ପର୍କରେ କିଏ କିଏ ଆସିଥିଲେ। ସେମାନଙ୍କ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି। ଏ ପର୍ଯ୍ୟନ୍ତ ୩୦ ଜଣଙ୍କୁ ହୋମ୍ କ୍ୱାରେଣ୍ଟିନଙ୍କୁ ପଠାଇ ଦିଆଯାଇଛି।

You might also like