ଫେସବୁକ୍,‌ ଟିକ୍‌‌ଟକ୍‌ ପରି ଆପ୍‌ ବ୍ୟବହାର ନ କରିବାକୁ ସେନାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଭାରତୀୟ ସେନା କର୍ମଚାରୀଙ୍କୁ ଫେସବୁକ୍  ଟିକ୍‌ଟକ୍‌, ଟ୍ରୁ କଲର ଏବଂ ଇନଷ୍ଟାଗ୍ରାମ୍ ଭଳି ଆପ୍ ବ୍ୟବହାର ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି।  ସେହିଭଳି ଡେଟିଂ ଆପ୍ ଟିଣ୍ଡର, କାଉଚ୍ ସର୍ଫିଂ ଏବଂ ଡେଲି ହଣ୍ଟ ଭଳି ନ୍ୟୁଜ୍ ଆପ୍‌କୁ ମଧ୍ୟ ସ୍ମାର୍ଟ ଫୋନରୁ ଡିଲିଟ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ତଥ୍ୟ ଲିକ୍ ଆଶଙ୍କାରେ ମୋଟ୍ ୮୯ଟି ଆପକୁ ଜୁଲାଇ ୧୫ ତାରିଖ ସୁଦ୍ଧା ସ୍ମାର୍ଟଫୋନ୍‌ରୁ ହଟାଇ ନେବାକୁ ସେନାର ଅଫିସର ଓ ଯବାନମାନଙ୍କୁ କୁହାଯାଇଛି। ଯେଉଁମାନେ ଏ ନିୟମ ନମାନିବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ମିଳିଛି ।

ଏହିସବୁ ଆପ୍ ମାଧ୍ୟମରେ ଚୀନ୍ ଓ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଦେଶର ସୁରକ୍ଷା ଓ ନିରାପତ୍ତା ସମ୍ପକିତ ସମ୍ବେଦନଶୀଳ ତଥ୍ୟ ଚୋରି କରିନେବାର ଆଶଙ୍କା ରହିଛି।  ସୂଚନା ଥାଉ କି,  ପୂର୍ବରୁ ଚୀନ ଦ୍ୱାରା ପ୍ରସ୍ତୁତ ତଥା ଦେଶରେ ବହୁଳ ବ୍ୟବହୃତ ୫୯ଟି ଆପର ବ୍ୟବହାରକୁ କେନ୍ଦ୍ର ସରକାର ନିଷିଦ୍ଧ କରିଥିଲେ।

You might also like