ଲଦାଖରେ ଭାରତୀୟ ସେନାଙ୍କ ମନୋବଳ ବଢାଇଲେ ପ୍ରତିରକ୍ଷା ମନ୍ତ୍ରୀ
ଜମ୍ମୁକାଶ୍ମୀର: ଆଜିଠୁ ଦୁଇ ଦିନିଆ ଲଦାଖ ଗସ୍ତରେ ଯାଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଜେନେରାଲ ବିପିନ ରାୱତ୍ ଓ ସ୍ଥଳସେନା ମୁଖ୍ୟ ଜେନେରାଲ ଏମ୍ଏମ୍ ନରଓ୍ୱାଣେ ମଧ୍ୟ ତାଙ୍କ ସହ ଏହି ଗସ୍ତରେ ସାମିଲ ହୋଇଛନ୍ତି।
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଲେହର ଷ୍ଟୁକୋ ପହଞ୍ଚି ଯାଇଛନ୍ତି | ପାରା କମାଣ୍ଡୋମାନେ ପ୍ରତିରକ୍ଷା ମନ୍ତ୍ରୀଙ୍କ ସମ୍ମାନ ପ୍ରଦର୍ଶନ କରିବା ପରେ ପାଙ୍ଗୋଙ୍ଗ ହ୍ରଦ ନିକଟରେ ପାରା କମାଣ୍ଡୋମାନେ ଯୁଦ୍ଧ ଅଭ୍ୟାସ କରିଥିଲେ। ସୂଚନାଥାଉ କି, ଏହି ପାଙ୍ଗୋଙ୍ଗ ହ୍ରଦ କୂଳରେ ଭାରତ ଏବଂ ଚୀନ୍ ସେନା ପରସ୍ପର ସହ ମୁହାଁମୁହିଁ ହୋଇଥିଲେ।
ଚୀନ-ଭାରତ ସେନା ମଧ୍ୟରେ ହୋଇଥିବା ସଂଘର୍ଷ ପରେ ପ୍ରଥମ ଥର ଲଦାଖ ଗସ୍ତରେ ଯାଉଛନ୍ତି ରାଜନାଥ ସିଂ । ଆଜି ଲଦାଖରେ ସୁରକ୍ଷା ସ୍ଥିତି ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ । ଆସନ୍ତାକାଲି ଶ୍ରୀନଗରରେ ସ୍ଥିତି ଅନୁଧ୍ୟାନ କରିବାର କାର୍ଯ୍ୟକ୍ରମ ରହିଛି । ଗସ୍ତ ସମୟରେ ପ୍ରତିରକ୍ଷା ମନ୍ତ୍ରୀ ଘାଟି ପରିଦର୍ଶନ କରିବା ସହ ସେଠାରେ ମୁତୟନ ଥିବା ଯବାନମାନଙ୍କ ସହ ଆଲୋଚନା କରିବେ ।
Delhi: Defence Minister Rajnath Singh leaves for Leh on a two-day visit to Ladakh and Jammu&Kashmir. He is being accompanied by Chief of Defence Staff General Bipin Rawat and Army Chief General Manoj Mukund Naravane. He will visit Ladakh today and Srinagar tomorrow. pic.twitter.com/sc3tzLOJn3
— ANI (@ANI) July 17, 2020