‘ସେନାକୁ ଅସ୍ତ୍ର କିଣିବା ନେଇ ଆହୁରି କ୍ଷମତାଶାଳୀ କରାଯାଇଛି’

ନୂଆଦିଲ୍ଲୀ: ପୁଲୱାମା ଆକ୍ରମଣ ପରେ ଭାରତୀୟ ସେନାକୁ ଅସ୍ତ୍ରଶସ୍ତ୍ର କିଣିବା ପାଇଁ ଆହୁରି କ୍ଷମତାଶାଳୀ କରାଯାଇଛି। ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଏହି କଥା କହିଛନ୍ତି।

ଉରି ଆକ୍ରମଣ ପରେ ମଧ୍ୟ ସରକାର ଭାରତୀୟ ସେନାକୁ  ଅସ୍ତ୍ର କିଣିବା ନେଇ ଜରୁରୀକାଳୀନ କ୍ଷମତା ପ୍ରଦାନ କରିଥିଲା। ତେବେ ପୁଲୱାମା ଘଟଣା ପରେ ସେନା କେବେ କେଉଁ ଭଳି ଅସ୍ତ୍ର କିଣିବାକୁ ଚାହୁଁଛି, ସେନେଇ କ୍ଷମତାକୁ ଆହୁରି ବ୍ୟାପକ କରାଯାଇଛି ବୋଲି ଖବର ସରାବରାହ ସଂସ୍ଥା ANIକୁ ଏକ ସକ୍ଷାତକାରରେ ନିର୍ମଳା କହିଛନ୍ତି।

ସେହିଭଳି ସେନାର ରାଜନୀତିକରଣକୁ ସେ ନାପସନ୍ଦ କରିନ୍ତି, କିନ୍ତୁ ଯଦି ରାଜନୈତିକ ଇଛାଶକ୍ତି ରଖି ସରକାର କୌଣସି କାର୍ଯ୍ୟାନୁଷ୍ଠାନ ନିଅନ୍ତି, ତାହେଲେ ତାକୁ ପ୍ରକାଶ କରିବାରେ କିଛି ଅସୁବିଧା ନାହିଁ ବୋଲି ସେ କହିଛନ୍ତି।

ରାଫେଲ ପ୍ରସଙ୍ଗରେ ମଧ୍ୟ କହିଛନ୍ତି ଯେ, ସୁପ୍ରିମକୋର୍ଟରେ ଏହା ପୁନର୍ବାର ଆସିବା ସତ୍ତ୍ୱେ ସରକାର ନିଜ ଆଭିମୁଖ୍ୟରେ ଦୃଢ଼ ଅଛନ୍ତି। ଅନ୍ୟପଟେ ନିଜେ ଏଥର ଲୋକସଭା ନିର୍ବାଚନ ନ ଲଢ଼ିବା ପ୍ରସଙ୍ଗରେ ଏହା ଦଳର ନିଷ୍ପତ୍ତି ବୋଲି ସେ କହଛନ୍ତି।

You might also like